ୟୁକ୍ରେନ ଯୁଦ୍ଧ ରୋକିବାକୁ ପୁଟିନ ରାଜି, ହେଲେ ଏହି ସର୍ତ୍ତରେ

ମସ୍କୋ/ଲଣ୍ଡନ୨୪।୫: ଋଷିଆ-ୟୁକ୍ରେନ ଯୁଦ୍ଧକୁ ନେଇ ବଡ଼ ଖବର ସାମ୍ନାକୁ ଆସୁଛି। ଏକ ଅନ୍ତର୍ଜାତୀୟ ଗଣମାଧ୍ୟମ ଏଜେନ୍ସୀ ରିପୋର୍ଟ ଅନୁସାରେ ୟୁକ୍ରେନ ଯୁଦ୍ଧ ରୋକିବା ପାଇଁ ପୁଟିନ ରାଜି ହୋଇଛନ୍ତି। ଋଷିୟା ସୂତ୍ର ଅନୁସାରେ ସମ୍ବାଦ ସରବରାହ ସଂସ୍ଥା ଏହି ଦାବି କରିଛି, ଯେଉଁଥିରେ କୁହାଯାଇଛି ଯେ ଋଷିଆ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ ଆଲୋଚନା ମାଧ୍ୟମରେ ୟୁକ୍ରେନ ଯୁଦ୍ଧ ରୋକିବାକୁ ରାଜି ହୋଇଛନ୍ତି। ତେବେ ଏଥି ପାଇଁ ସେ ଏକ ସର୍ତ୍ତ ମଧ୍ୟ ରଖିଛନ୍ତି। ପୁଟିନ ଯେଉଁ ସର୍ତ୍ତ ରଖିଛନ୍ତି ତାହା ହେଉଛି ଯୁଦ୍ଧବିରାମ ପରେ ୟୁକ୍ରେନ ଓ ପାଶ୍ଚାତ୍ୟ ଦେଶ ଯଦି କୌଣସି ପ୍ରତିକ୍ରିୟା ପ୍ରକାଶ ନ କରନ୍ତି ତେବେ ଏହା ସମ୍ଭବ ହେବ। ପୁଟିନଙ୍କ ନିକଟତମ ସୂତ୍ର କହିଛନ୍ତି ଯେ ଅଭିଜ୍ଞ ଋଷିୟ ନେତା ପରାମର୍ଶଦାତାଙ୍କ ଏକ ଛୋଟ ସମୂହ ଆଗରେ ଏହି କଥାକୁ ନେଇ ନିରାଶା ବ୍ୟକ୍ତ କରିଛନ୍ତି ଯେ ଜେଲଂସ୍କିଙ୍କ ସହିତ ବାର୍ତ୍ତାକୁ ବାଧିତ କରିବା ପାଇଁ ପାଶ୍ଚାତ୍ୟ ଦେଶଙ୍କ ହାତ ରହିଛି। ପୁଟିନ ଯେଉଁ ପର୍ଯ୍ୟନ୍ତ ଚାହିଁବେ ସେ ପର୍ଯ୍ୟନ୍ତ ଏହି ଯୁଦ୍ଧ ଲଢିପାରିବେ ବୋଲି କହିଛନ୍ତି। ହେଲେ ସେ ଆଉ ଯୁଦ୍ଧକୁ ଦୀର୍ଘ କରିବାକୁ ଚାହୁଁ ନାହାନ୍ତି। ପୁଟିନଙ୍କ ମୁଖପାତ୍ର ଦିମିତ୍ରୀ ପେସକୋଭ କହିଛନ୍ତି ଯେ କ୍ରେମେଲିନ ମୁଖ୍ୟ ବାରମ୍ବାର ସ୍ପଷ୍ଟ କରିଛନ୍ତି ଯେ ଋଷିଆ ନିଜର ଲକ୍ଷ ପ୍ରାପ୍ତ କରିବା ପାଇଁ ଆଲୋଚନା ନିମନ୍ତେ ପ୍ରସ୍ତୁତ। ସେ କହିଛନ୍ତି ଯେ ଦେଶ ‘ଅନନ୍ତ

ୟୁକ୍ରେନ ଯୁଦ୍ଧ ରୋକିବାକୁ ପୁଟିନ ରାଜି, ହେଲେ ଏହି ସର୍ତ୍ତରେ

ମସ୍କୋ/ଲଣ୍ଡନ୨୪।୫: ଋଷିଆ-ୟୁକ୍ରେନ ଯୁଦ୍ଧକୁ ନେଇ ବଡ଼ ଖବର ସାମ୍ନାକୁ ଆସୁଛି। ଏକ ଅନ୍ତର୍ଜାତୀୟ ଗଣମାଧ୍ୟମ ଏଜେନ୍ସୀ ରିପୋର୍ଟ ଅନୁସାରେ ୟୁକ୍ରେନ ଯୁଦ୍ଧ ରୋକିବା ପାଇଁ ପୁଟିନ ରାଜି ହୋଇଛନ୍ତି। ଋଷିୟା ସୂତ୍ର ଅନୁସାରେ ସମ୍ବାଦ ସରବରାହ ସଂସ୍ଥା ଏହି ଦାବି କରିଛି, ଯେଉଁଥିରେ କୁହାଯାଇଛି ଯେ ଋଷିଆ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ ଆଲୋଚନା ମାଧ୍ୟମରେ ୟୁକ୍ରେନ ଯୁଦ୍ଧ ରୋକିବାକୁ ରାଜି ହୋଇଛନ୍ତି। ତେବେ ଏଥି ପାଇଁ ସେ ଏକ ସର୍ତ୍ତ ମଧ୍ୟ ରଖିଛନ୍ତି। 

ପୁଟିନ ଯେଉଁ ସର୍ତ୍ତ ରଖିଛନ୍ତି ତାହା ହେଉଛି ଯୁଦ୍ଧବିରାମ ପରେ ୟୁକ୍ରେନ ଓ ପାଶ୍ଚାତ୍ୟ ଦେଶ ଯଦି କୌଣସି ପ୍ରତିକ୍ରିୟା ପ୍ରକାଶ ନ କରନ୍ତି ତେବେ ଏହା ସମ୍ଭବ ହେବ। ପୁଟିନଙ୍କ ନିକଟତମ ସୂତ୍ର କହିଛନ୍ତି ଯେ ଅଭିଜ୍ଞ ଋଷିୟ ନେତା ପରାମର୍ଶଦାତାଙ୍କ ଏକ ଛୋଟ ସମୂହ ଆଗରେ ଏହି କଥାକୁ ନେଇ ନିରାଶା ବ୍ୟକ୍ତ କରିଛନ୍ତି ଯେ ଜେଲଂସ୍କିଙ୍କ ସହିତ ବାର୍ତ୍ତାକୁ ବାଧିତ କରିବା ପାଇଁ ପାଶ୍ଚାତ୍ୟ ଦେଶଙ୍କ ହାତ ରହିଛି। ପୁଟିନ ଯେଉଁ ପର୍ଯ୍ୟନ୍ତ ଚାହିଁବେ ସେ ପର୍ଯ୍ୟନ୍ତ ଏହି ଯୁଦ୍ଧ ଲଢିପାରିବେ ବୋଲି କହିଛନ୍ତି। ହେଲେ ସେ ଆଉ ଯୁଦ୍ଧକୁ ଦୀର୍ଘ କରିବାକୁ ଚାହୁଁ ନାହାନ୍ତି। 

ପୁଟିନଙ୍କ ମୁଖପାତ୍ର ଦିମିତ୍ରୀ ପେସକୋଭ କହିଛନ୍ତି ଯେ କ୍ରେମେଲିନ ମୁଖ୍ୟ ବାରମ୍ବାର ସ୍ପଷ୍ଟ କରିଛନ୍ତି ଯେ ଋଷିଆ ନିଜର ଲକ୍ଷ ପ୍ରାପ୍ତ କରିବା ପାଇଁ ଆଲୋଚନା ନିମନ୍ତେ ପ୍ରସ୍ତୁତ। ସେ କହିଛନ୍ତି ଯେ ଦେଶ ‘ଅନନ୍ତ ଯୁଦ୍ଧ’ ଚାହେଁ ନାହିଁ। ତେବେ ପ୍ରସଙ୍ଗରେ ୟୁକ୍ରେନ ବିଦେଶ ମନ୍ତ୍ରାଳୟ ରକ୍ଷା ମନ୍ତ୍ରାଳୟ ଏ ନେଇ ପ୍ରଶ୍ନର ଜବାବ ଦେଇ ନାହାନ୍ତି। ଋଷିଆ ଗସ୍ତ ସପ୍ତାହରେ ରକ୍ଷାମନ୍ତ୍ରୀ ରୂପେ ଅର୍ଥଶାସ୍ତ୍ରୀ ଆନ୍ଦ୍ରେଇ ବ୍ୟାଲୋସଭଙ୍କୁ ନିଯୁକ୍ତ କରିଛି। ଯାହାକୁ ପାଶ୍ଚାତ୍ୟ ସୈନ୍ୟ ଓ କିଛି ରାଜନୈତିକ ବିଶ୍ଳେଷକ ଦୀର୍ଘ ସଂଘର୍ଷକୁ ଜିତିବା ପାଇଁ ଓ ଋଷୀୟ ଅର୍ଥ ବ୍ୟବସ୍ଥାକୁ ସ୍ଥାୟୀ କରିବା ରୂପେ ଦେଖିଥିଲେ। 

କୁହାଯାଉଛି ଋଷିଆ ଗତ ସପ୍ତାହରୁ ରଣନୈତିକ ରୂପେ ୟୁକ୍ରେନ କ୍ଷେତ୍ର ଉପରେ ନିଜର କର୍ତ୍ତୃତ ଜାହିର କରିଛି। ହେଲେବି ଋଷିଆ ଆଉ ଯୁଦ୍ଧକୁ ଦୀର୍ଘ କରିବାକୁ ଚାହୁଁନାହିଁ। ୬ ବର୍ଷର ନୂଆ କାର୍ଯ୍ୟକାଳ ନିମନ୍ତେ ଗତ ମାର୍ଚ୍ଚରେ ନିର୍ବାଚିତ ହୋଇଥିବା ପୁଟିନ ଯୁଦ୍ଧ ଜିତିବାକୁ ଚାହୁଁଛନ୍ତି, ଏହା ସହ ସେ ଏହି ସମୟରେ ଋଷିଆକୁ ନୂଆ ପ୍ରଗତି ଦେବାକୁ ମଧ୍ୟ ଚାହୁଁଛନ୍ତି। ଏଥିରେ ଦ୍ୱିତୀୟ ବିଶ୍ୱ ଯୁଦ୍ଧ ପରେ ଋଷିଆ-ୟୁକ୍ରେନ ଯୁଦ୍ଧ ସବୁଠୁ ଦୀର୍ଘ ଯୁଦ୍ଧରେ ପରିଣତ ହୋଇଛି। ଏହି ଯୁଦ୍ଧରେ ଏପର୍ଯ୍ୟନ୍ତ ଉଭୟ ପକ୍ଷରୁ ହଜାର ହଜାର ଲୋକ ପ୍ରାଣ ହରାଇଲେଣି। 

ଯୁଦ୍ଧ ଯୋଗୁ ଋଷିଆ ଅର୍ଥ ବ୍ୟବସ୍ଥା ଉପରେ ପଶ୍ଚିମ ଦେଶମାନେ ନାନା କଟକଣା ଜାରି କରିଛନ୍ତି। ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ପୁଟିନ ଭଲ ରୂପେ ବୁଝନ୍ତି କୌଣସି ପ୍ରକାର ପ୍ରଗତି ଲାଗି ଦେଶବ୍ୟାପୀ ମୋବିଲାଇଜେସନର ଆବଶ୍ୟକତା ପଡିବ। ସେପ୍ଟେମ୍ବର ୨୦୨୨ରେ ତାଙ୍କର ପ୍ରଥମ ମୋବିଲାଇଜେସନ ଦେଶରେ ତାଙ୍କର ଲୋକପ୍ରିୟତା ହ୍ରାସ କରିଥିଲା। ଏଣୁ ସେ ଏବେ ଯୁଦ୍ଧ ବୀରାମ ବିଷୟରେ ଚିନ୍ତା କରୁଛନ୍ତି।