ୟୁକ୍ରେନରୁ ଫେରିବା ପରେ ମୋଦିଙ୍କୁ ନିମନ୍ତ୍ରଣ ପଠାଇଲା ପାକିସ୍ତାନ, ଶେହବାଜ କହିଲେ…
ଇସଲାମବାଦ,୨୫।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପାକିସ୍ତାନ ପଠାଇଛି ନିମନ୍ତ୍ରଣ। କାଉନସିଲ ଅଫ ହେଡସ ଅଫ ସରକାରୀ (ସିଏଚଜି) ବୈଠକରେ ଯୋଗ ଦେବାକୁ ପାକିସ୍ତାନରେ ନିମନ୍ତ୍ରଣ କରିଛି। ଅକ୍ଟୋବର ୧୫ ଏବଂ ୧୬ରେ ଇସଲାମାବାଦରେ ଏହି ବୈଠକ ଅନୁଷ୍ଠିତ ହେବ ଏବଂ ଏଥିରେ ଚାଇନା ଯୋଗଦେବାର ଆଶା ରହିଛି। ଏଥିରେ ଯୋଗଦେବାକୁ ସାଂଘାଇ ସହଯୋଗ ସଂଗଠନ (ଏସସିଓ)ର ନେତାମାନଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି। ତେବେ ପ୍ରଧାନମନ୍ତ୍ରୀ ମୋଦି ଏପର୍ଯ୍ୟନ୍ତ ନିମନ୍ତ୍ରଣ ଗ୍ରହଣ କରିନାହାନ୍ତି। ଯଦି ସେ ଏହାକୁ ଗ୍ରହଣ […] The post ୟୁକ୍ରେନରୁ ଫେରିବା ପରେ ମୋଦିଙ୍କୁ ନିମନ୍ତ୍ରଣ ପଠାଇଲା ପାକିସ୍ତାନ, ଶେହବାଜ କହିଲେ… appeared first on Dharitri Odia News.
ଇସଲାମବାଦ,୨୫।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପାକିସ୍ତାନ ପଠାଇଛି ନିମନ୍ତ୍ରଣ। କାଉନସିଲ ଅଫ ହେଡସ ଅଫ ସରକାରୀ (ସିଏଚଜି) ବୈଠକରେ ଯୋଗ ଦେବାକୁ ପାକିସ୍ତାନରେ ନିମନ୍ତ୍ରଣ କରିଛି। ଅକ୍ଟୋବର ୧୫ ଏବଂ ୧୬ରେ ଇସଲାମାବାଦରେ ଏହି ବୈଠକ ଅନୁଷ୍ଠିତ ହେବ ଏବଂ ଏଥିରେ ଚାଇନା ଯୋଗଦେବାର ଆଶା ରହିଛି। ଏଥିରେ ଯୋଗଦେବାକୁ ସାଂଘାଇ ସହଯୋଗ ସଂଗଠନ (ଏସସିଓ)ର ନେତାମାନଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି।
ତେବେ ପ୍ରଧାନମନ୍ତ୍ରୀ ମୋଦି ଏପର୍ଯ୍ୟନ୍ତ ନିମନ୍ତ୍ରଣ ଗ୍ରହଣ କରିନାହାନ୍ତି। ଯଦି ସେ ଏହାକୁ ଗ୍ରହଣ କରନ୍ତି ତେବେ ସେ ଏଥିରେ ଭାଗ ନେବାକୁ ଯିବେ ବୋଲି ଆଶା କରାଯାଉ ନାହିଁ। ମୋଦି ଏହି ବୈଠକ ପାଇଁ ଜଣେ ଭାରତୀୟ ପ୍ରତିନିଧୀଙ୍କୁ ପଠାଇବେ ନା ଏହି ବୈଠକକୁ ବୟକଟ କରିବେ ତା’ ନେଇ ଚର୍ଚ୍ଚା ଲାଗି ରହିଛି।
ଏଭଳି ପରିସ୍ଥିତିରେ ଭାରତ କେବଳ ବୈଦେଶିକ ମନ୍ତ୍ରୀ ଜୟଶଙ୍କରଙ୍କୁ ପାକିସ୍ତାନରେ ହେବାକୁ ଥିବା ସିଏଚଜି ବେଠକରେ ଯୋଗଦେବାକୁ ପଠାଯାଇପାରେ। କିନ୍ତୁ ସେ ପାକିସ୍ତାନ ଯିବା ପରିବର୍ତ୍ତେ ଏହାକୁ ଭର୍ଚୁଆଲ ମାଧ୍ୟମରେ ଅଂଶଗ୍ରହଣ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। କାରଣ ଜମ୍ମୁ-କଶ୍ମୀରରେ କିଛି ସମୟ ଧରି ହୋଇଥିବା ଆତଙ୍କବାଦୀ ଆକ୍ରମଣ ଯୋଗୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କ ପୂର୍ବ ଅପେକ୍ଷା ଅଧିକ ତିକ୍ତ ହୋଇପଡ଼ିଛି ।
The post ୟୁକ୍ରେନରୁ ଫେରିବା ପରେ ମୋଦିଙ୍କୁ ନିମନ୍ତ୍ରଣ ପଠାଇଲା ପାକିସ୍ତାନ, ଶେହବାଜ କହିଲେ… appeared first on Dharitri Odia News.