ୟୁକ୍ରେନୀଙ୍କୁ ‘ମାନବ ବୋମା’ରେ ପରିଣତ କରାଉଛି ରୁଷ୍ , ରିପୋର୍ଟରେ ଦାବିକୁ ନେଇ ଚାଞ୍ଚଲ୍ୟ

ନୂଆଦିଲ୍ଲୀ : ରୁଷ୍‌ ଓ ୟୁକ୍ରେନ ମଧ୍ୟରେ ଅନେକ ଦିନରୁ ଜାରି ରହିଛି ଯୁଦ୍ଧ। ଏହି ଦୁଇ ଦେଶ କେହି କାହାକୁ ଛାଡ଼ିବାର ମନୋବୃତ୍ତିରେ ନାହାନ୍ତି। କେତେବେଳେ ରୁଷ୍‌ ଭୟଙ୍କର ଆକ୍ରମଣ କରୁଛି ତ ଆଉ କେତେବେଳେ ୟୁକ୍ରେନ ବି ମୁହଁତୋଡ୍‌ ଜବାବ ଦେଉଛି। ଯୁଦ୍ଧ ଥମିବାର ନାଁ ହିଁ ନେଉ ନାହିଁ। ନିକଟରେ ୟୁକ୍ରେନୀ ଅଧିକାରୀମାନେ ଏକ ଏମିତି ଦାବି କରିଛନ୍ତି , ଯେଉଁଥିରେ ଚାଞ୍ଚଲ୍ୟ ଖେଳି ଯାଇଛି। ୟୁକ୍ରେନର ଅଧିକାରୀଙ୍କ ଅଭିଯୋଗ ଯେ , ରୁଷୀୟ ଗୁଇନ୍ଦା ଏଜେନ୍ସିମାନେ ଏକ ବଡ଼ ଅଭିଯାନ ଚଲାଉଛନ୍ତି , ଯାହା ଅନୁସାରେ, ୟୁକ୍ରେନର ଲୋକଙ୍କୁ ଆତ୍ମଘାତୀ ବୋମାରେ ପରିଣତ କରି ୟୁକ୍ରେନ ଉପରେ ହମଲା କରାଯାଉଛି। ଦାବି ଯେ, ୟୁକ୍ରେନର ପିଲା ଓ ଯୁବବର୍ଗଙ୍କୁ ଟଙ୍କାର ଲୋଭ ଦେଇ ଏହି କାମରେ ରାଜି କରାଉଛି ରୁଷ୍‌।ୟୁକ୍ରେନ୍‌ ସିକ୍ୟୁରିଟି ସର୍ଭିସ୍‌ (ଏସବିୟୁ) ମୁତାବିକ , ଏହା ରୁଷ୍‌ର ଗଭୀର ଷଡ଼ଯନ୍ତ୍ର ଅଂଶ। ରିପୋର୍ଟ ମୁତାବିକ , ରୁଷ୍‌ର ଗୁଇନ୍ଦା ଏଜେନ୍ସି ଏଥିରେ ସୀମା ଠାରୁ ଦୂରବର୍ତ୍ତୀ ଅଞ୍ଚଳରେ ରହୁଥିବା ୟୁକ୍ରେନୀ ସମାଜରେ ଅସ୍ଥିରତା ସୃଷ୍ଟି କରିବାର ରଣନୀତି ତିଆରି କରୁଛି।ଦ ଗାର୍ଜିୟନ ନିଜର ଏକ ରିପୋର୍ଟରେ ୟୁକ୍ରେନୀ ଅଧିକାରୀଙ୍କ ଉଦ୍ଧୃତି ଦେଇ ଏମିତି ଅନେକ ମାମଲାର ଉଦାହରଣ ମଧ୍ୟ ଦେଇଛି। ଯେଉଁଠି ୟୁକ୍ରେନୀଙ୍କୁ ଫୁସେଇଲେ ଏହିପରି କାମ କରିବା ପାଇଁ ବାଧ୍ୟ କରାଯାଇଛି। ରିପୋର୍ଟ ମୁତାବିକ , ଏହି ସମୟରେ ଅନେକ ଯୁବକଙ୍କୁ ହତ୍ୟା ମ

ୟୁକ୍ରେନୀଙ୍କୁ ‘ମାନବ ବୋମା’ରେ ପରିଣତ କରାଉଛି ରୁଷ୍ , ରିପୋର୍ଟରେ ଦାବିକୁ ନେଇ ଚାଞ୍ଚଲ୍ୟ

ନୂଆଦିଲ୍ଲୀ : ରୁଷ୍‌ ଓ ୟୁକ୍ରେନ ମଧ୍ୟରେ ଅନେକ ଦିନରୁ ଜାରି ରହିଛି ଯୁଦ୍ଧ। ଏହି ଦୁଇ ଦେଶ କେହି କାହାକୁ ଛାଡ଼ିବାର ମନୋବୃତ୍ତିରେ ନାହାନ୍ତି। କେତେବେଳେ ରୁଷ୍‌ ଭୟଙ୍କର ଆକ୍ରମଣ କରୁଛି ତ ଆଉ କେତେବେଳେ ୟୁକ୍ରେନ ବି ମୁହଁତୋଡ୍‌ ଜବାବ ଦେଉଛି। ଯୁଦ୍ଧ ଥମିବାର ନାଁ ହିଁ ନେଉ ନାହିଁ। ନିକଟରେ ୟୁକ୍ରେନୀ ଅଧିକାରୀମାନେ ଏକ ଏମିତି ଦାବି କରିଛନ୍ତି , ଯେଉଁଥିରେ ଚାଞ୍ଚଲ୍ୟ ଖେଳି ଯାଇଛି। ୟୁକ୍ରେନର ଅଧିକାରୀଙ୍କ ଅଭିଯୋଗ ଯେ , ରୁଷୀୟ ଗୁଇନ୍ଦା ଏଜେନ୍ସିମାନେ ଏକ ବଡ଼ ଅଭିଯାନ ଚଲାଉଛନ୍ତି , ଯାହା ଅନୁସାରେ, ୟୁକ୍ରେନର ଲୋକଙ୍କୁ ଆତ୍ମଘାତୀ ବୋମାରେ ପରିଣତ କରି ୟୁକ୍ରେନ ଉପରେ ହମଲା କରାଯାଉଛି। ଦାବି ଯେ, ୟୁକ୍ରେନର ପିଲା ଓ ଯୁବବର୍ଗଙ୍କୁ ଟଙ୍କାର ଲୋଭ ଦେଇ ଏହି କାମରେ ରାଜି କରାଉଛି ରୁଷ୍‌।

ୟୁକ୍ରେନ୍‌ ସିକ୍ୟୁରିଟି ସର୍ଭିସ୍‌ (ଏସବିୟୁ) ମୁତାବିକ , ଏହା ରୁଷ୍‌ର ଗଭୀର ଷଡ଼ଯନ୍ତ୍ର ଅଂଶ। ରିପୋର୍ଟ ମୁତାବିକ , ରୁଷ୍‌ର ଗୁଇନ୍ଦା ଏଜେନ୍ସି ଏଥିରେ ସୀମା ଠାରୁ ଦୂରବର୍ତ୍ତୀ ଅଞ୍ଚଳରେ ରହୁଥିବା ୟୁକ୍ରେନୀ ସମାଜରେ ଅସ୍ଥିରତା ସୃଷ୍ଟି କରିବାର ରଣନୀତି ତିଆରି କରୁଛି।

ଦ ଗାର୍ଜିୟନ ନିଜର ଏକ ରିପୋର୍ଟରେ ୟୁକ୍ରେନୀ ଅଧିକାରୀଙ୍କ ଉଦ୍ଧୃତି ଦେଇ ଏମିତି ଅନେକ ମାମଲାର ଉଦାହରଣ ମଧ୍ୟ ଦେଇଛି। ଯେଉଁଠି ୟୁକ୍ରେନୀଙ୍କୁ ଫୁସେଇଲେ ଏହିପରି କାମ କରିବା ପାଇଁ ବାଧ୍ୟ କରାଯାଇଛି। ରିପୋର୍ଟ ମୁତାବିକ , ଏହି ସମୟରେ ଅନେକ ଯୁବକଙ୍କୁ ହତ୍ୟା ମଧ୍ୟ କରାଯାଇଛି। ୟୁକ୍ରେନୀ ଅଧିକାରୀଙ୍କ ଅନୁସାରେ , ଏହି କାମ ପାଇଁ ରୁଷ୍‌ ମେସେଜିଂ ଆପ୍‌ ଟେଲିଗ୍ରାମ୍‌ର ସାହାଯ୍ୟ ନେଉଛି।

ଏଠାରେ ଜଣେ ଅଜ୍ଞାତ କ୍ୟୁରେଟର ନଗଦ ଟଙ୍କା ପ୍ରତିଶ୍ରୁତି ଦେଇ ଦୁର୍ବଳ ୟୁକ୍ରେନୀମାନଙ୍କୁ ତାଙ୍କ ଫାଶରେ ଫସାଇଛନ୍ତି। ଅଧିକାରୀମାନେ ଦାବି କରିଛନ୍ତି ଯେ, ରୁଷ୍‌ ପୂର୍ବରୁ ମଧ୍ୟ ଆଭ୍ୟନ୍ତରୀଣ ସୁରକ୍ଷା ଉଲ୍ଲଂଘନ କରିବାକୁ ଚେଷ୍ଟା କରି ଆସୁଛି। ସେମାନେ କହିଛନ୍ତି , ରୁଷ୍‌ ଦକ୍ଷିଣ ୟୁକ୍ରେନରେ ଅନେକ ସାମରିକ ଘାଟି ଓ ଯାନବାହନ ଉପରେ ଆକ୍ରମଣ କରିଛି। ହେଲେ ଏବେ ଏହା ଚିନ୍ତାଜନକ ଏଥିପାଇଁ ,କାରଣ ଏହାର ତୀବ୍ରତା ବୃଦ୍ଧି ପାଇବାରେ ଲାଗିଛି।