ୟୁକ୍ରେନ୍ ଉପରେ ପୁଣି ଭୟଙ୍କର ଆକ୍ରମଣ; ୫୭ କ୍ରୁଜ୍ ମିସାଇଲ୍ ମାଡ଼ କଲା ଋଷ

ନୂଆଦିଲ୍ଲୀ: ୟୁକ୍ରେନ୍ ଉପରେ ପୁଣି ଭୟଙ୍କର ଆକ୍ରମଣ କରିଛି ଋଷ। ଗତ ୪ ଦିନରେ ଶନିବାର ଋଷ ତୃତୀୟ ସବୁଠାରୁ ମିସାଇଲ୍ ଆକ୍ରମଣ କରିଛି। ୫୭ଟି କ୍ରୁ୍ଜ ମିସାଇଲ ମାଡ଼ କରିଛି ଋଷ। ଏନେଇ ୟୁକ୍ରେନ୍  ମିଲିଟାରୀ ମୁଖ୍ୟ ସେରହିୟା ପୋପକୋ ସୂଚନା ଦେଇଛନ୍ତି। ଟିୟୁ-୯୫ଏମ୍ଏସ୍ ଷ୍ଟ୍ରାଟେଜିକ ବମ୍ବର୍ସ ବିମାନରୁ ଏହି କ୍ରୁଜ୍ ମିସାଇଲ୍ ମାଡ଼ କରାଯାଇଛି ବୋଲି ୟୁକ୍ରେନ୍ କହିଛି। ରକେଟ୍ ମାଡ଼ ପାଇଁ କିଭ୍ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ହାଇଆଲର୍ଟରେ ରଖାଯାଇଥିଲା। ଋଷର ଏଞ୍ଜେଲ୍ସ ଜିଲ୍ଲା ସାରାଟୋଭ ଅଞ୍ଚଳରୁ ଏହି ରକେଟ ମାଡ଼ କରାଯାଇଥିଲା ବୋଲି ପୋପ୍କୋ କହିଛନ୍ତି। ତେବେ କିଭରେ କୌଣସି ମୃତାହତ କିମ୍ବା ସମ୍ପତ୍ତି ନଷ୍ଟ ହୋଇଥିବା ଖବର ସାମ୍ନାକୁ ଆସି ନାହିଁ ବୋଲି ସେ କହିଛନ୍ତି। ନାଟୋ ସଦସ୍ୟ ରାଷ୍ଟ୍ର ପୋଲାଣ୍ଡ କହିଛି ଯେ ଭୋର ସମୟ ୪.୨୩ରେ ଋଷର ମିସାଇଲ୍ ଏହାର ଆକାଶ ସୀମା ଦେଇ ଯାଇଛି। ଯେହେତୁ ଏହି ମିସାଇଲ୍ ଗୁଡ଼ିକ ପୋଲାଣ୍ଡ ଆକାଶ ସୀମା ଦେଇ ଯାଇଛି ସେ ମସ୍କୋଠାରୁ ଏହାର ଜବାବ ମାଗିବ ବୋଲି ପୋଲାଣ୍ଡ କହିଛି।

ୟୁକ୍ରେନ୍ ଉପରେ ପୁଣି ଭୟଙ୍କର ଆକ୍ରମଣ; ୫୭ କ୍ରୁଜ୍ ମିସାଇଲ୍ ମାଡ଼ କଲା ଋଷ

ନୂଆଦିଲ୍ଲୀ: ୟୁକ୍ରେନ୍ ଉପରେ ପୁଣି ଭୟଙ୍କର ଆକ୍ରମଣ କରିଛି ଋଷ। ଗତ ୪ ଦିନରେ ଶନିବାର ଋଷ ତୃତୀୟ ସବୁଠାରୁ ମିସାଇଲ୍ ଆକ୍ରମଣ କରିଛି। ୫୭ଟି କ୍ରୁ୍ଜ ମିସାଇଲ ମାଡ଼ କରିଛି ଋଷ। ଏନେଇ ୟୁକ୍ରେନ୍  ମିଲିଟାରୀ ମୁଖ୍ୟ ସେରହିୟା ପୋପକୋ ସୂଚନା ଦେଇଛନ୍ତି। ଟିୟୁ-୯୫ଏମ୍ଏସ୍ ଷ୍ଟ୍ରାଟେଜିକ ବମ୍ବର୍ସ ବିମାନରୁ ଏହି କ୍ରୁଜ୍ ମିସାଇଲ୍ ମାଡ଼ କରାଯାଇଛି ବୋଲି ୟୁକ୍ରେନ୍ କହିଛି। 

ରକେଟ୍ ମାଡ଼ ପାଇଁ କିଭ୍ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ହାଇଆଲର୍ଟରେ ରଖାଯାଇଥିଲା। ଋଷର ଏଞ୍ଜେଲ୍ସ ଜିଲ୍ଲା ସାରାଟୋଭ ଅଞ୍ଚଳରୁ ଏହି ରକେଟ ମାଡ଼ କରାଯାଇଥିଲା ବୋଲି ପୋପ୍କୋ କହିଛନ୍ତି। ତେବେ କିଭରେ କୌଣସି ମୃତାହତ କିମ୍ବା ସମ୍ପତ୍ତି ନଷ୍ଟ ହୋଇଥିବା ଖବର ସାମ୍ନାକୁ ଆସି ନାହିଁ ବୋଲି ସେ କହିଛନ୍ତି। ନାଟୋ ସଦସ୍ୟ ରାଷ୍ଟ୍ର ପୋଲାଣ୍ଡ କହିଛି ଯେ ଭୋର ସମୟ ୪.୨୩ରେ ଋଷର ମିସାଇଲ୍ ଏହାର ଆକାଶ ସୀମା ଦେଇ ଯାଇଛି। ଯେହେତୁ ଏହି ମିସାଇଲ୍ ଗୁଡ଼ିକ ପୋଲାଣ୍ଡ ଆକାଶ ସୀମା ଦେଇ ଯାଇଛି ସେ ମସ୍କୋଠାରୁ ଏହାର ଜବାବ ମାଗିବ ବୋଲି ପୋଲାଣ୍ଡ କହିଛି।