ୟୁଜିସିଙ୍କ ଯାଂଚ ଟିମ୍ ରିପୋର୍ଟ : ଛାତ୍ରୀଙ୍କ ଆତ୍ମହତ୍ୟା ପାଇଁ କିଟ୍ ବିଶ୍ୱବିଦ୍ୟାଳୟ ହିଁ ଦାୟୀ

ଦୁଇ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟାର ତଦନ୍ତ ପାଇଁ ୟୁଜିସି(ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ)ଙ୍କ ଦ୍ୱାରା ଗଠିତ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ନିଜର ସରଜମିନ୍ ଯାଂଚ କରି କିଟ୍ କର୍ତ୍ତୃପକ୍ଷଙ୍କୁ ସିଧାସଳଖ ଦାୟୀ କରିବା ସହ ପୁଳାପୁଳା ପ୍ରଶାସନିକ ବିଫଳତାକୁ ଉଜାଗର କରିଛନ୍ତି ।

ୟୁଜିସିଙ୍କ ଯାଂଚ ଟିମ୍ ରିପୋର୍ଟ : ଛାତ୍ରୀଙ୍କ ଆତ୍ମହତ୍ୟା ପାଇଁ କିଟ୍ ବିଶ୍ୱବିଦ୍ୟାଳୟ ହିଁ ଦାୟୀ

“ଚଳିତ ବର୍ଷ ଦୁଇଜଣ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ପାଇଁ କିଟ୍ ବିଶ୍ୱବିଦ୍ୟାଳୟ ହିଁ ଦାୟୀ । ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ‘ଅବୈଧ ଓ ବେଆଇନ କାର୍ଯ୍ୟ’ ଛାତ୍ରୀଙ୍କ ମୃତ୍ୟୁରେ ପ୍ରମୁଖ ଭୂମିକା ନେଇଥିଲା । ଯୌନ ଉତ୍ପୀଡ଼ନ ମାମଲାରେ ବେଆଇନ ବୁଝାମଣା, ନିମ୍ନମାନର ସୁବିଧା ଓ ପ୍ରଶାସନିକ ବିଫଳତା ହିଁ ‘ଅପରାଧ’ ସହ ସମାନ । କିଟ୍ କର୍ତ୍ତୃପକ୍ଷ ଦେଶର ଆଇନକାନୁନ ଓ ଆନ୍ତର୍ଜାତିକ ସମ୍ବନ୍ଧକୁ ଗୁରୁତ୍ୱ ଦେବା ପରିବର୍ତ୍ତେ ନିଜ ଅନୁଷ୍ଠାନ ଗାରିମାକୁ ଗୁରୁତ୍ୱ ଦେଇଥିଲେ । ”

ଏଭଳି କିଛି ଢଙ୍ଗରେ ଦୁଇ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟାର ତଦନ୍ତ ପାଇଁ ୟୁଜିସି(ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ)ଙ୍କ ଦ୍ୱାରା ଗଠିତ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ନିଜର ସରଜମିନ୍ ଯାଂଚ କରି କିଟ୍ କର୍ତ୍ତୃପକ୍ଷଙ୍କୁ ସିଧାସଳଖ ଦାୟୀ କରିବା ସହ ପୁଳାପୁଳା ପ୍ରଶାସନିକ ବିଫଳତାକୁ ଉଜାଗର କରିଛନ୍ତି ।  ଏହି କମିଟିଙ୍କ ଯାଂଚ ରିପୋର୍ଟ ଓ ସୁପାରିଶ ଆଧାରରେ କିଟ୍ ବିଶ୍ୱବିଦ୍ୟାଳୟ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ୟୁଜିସି କର୍ତ୍ତୃପକ୍ଷ ବିଚାର କରୁଥିବା ଜଣାପଡ଼ିଛି ।

ୟୁଜିସିଙ୍କ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଓ ସୁପାରିଶ

କିଟ୍ ବିଶ୍ୱବିଦ୍ୟାଳୟରେ ଦୁଇଜଣ ନେପାଳୀ ଛାତ୍ରୀ ଆତ୍ମହତ୍ୟା କରିବା ଘଟଣାରେ ୟୁଜିସି କର୍ତ୍ତୃପକ୍ଷ ୨୦୨୫ ମେ’ ୨ତାରିଖରେ ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗଠନ କରିଥିଲେ । ପ୍ରଫେସର ନାଗେଶ୍ୱର ରାଓଙ୍କ ଅଧ୍ୟକ୍ଷତା ବିଶିଷ୍ଟ ଏହି ଟିମ୍ ଭୁବନେଶ୍ୱର ଆସି ସରଜମିନ୍ ଯାଂଚ ପରେ ତାଙ୍କର ରିପୋର୍ଟ ପ୍ରସ୍ତୁତ କରି ମେ’ ୨୦ତାରିଖରେ ୟୁଜିସି କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରିଛନ୍ତି । କିଟ୍ ବିଶ୍ୱବିଦ୍ୟାଳରେ ପଢ଼ୁଥିବା ବିଟେକ୍ ଛାତ୍ରୀ ପ୍ରକୃତି ଲମସଲ ଫେବୃୟାରୀ ୧୬ତାରିଖରେ ଓ ଅନ୍ୟ ଜଣେ ନେପାଳୀ ଛାତ୍ରୀ ମେ’ ୨ତାରିଖରେ ଆତ୍ମହତ୍ୟା କରିଥିଲେ । ଉଭୟ ଛାତ୍ରୀ ନିଜର ହଷ୍ଟେଲ ରୁମ୍ ଭିତରେ ଆତ୍ମହତ୍ୟା କରିଥିଲେ । ୟୁଜିସିଙ୍କ  ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଏହାର ଯାଂଚ କରି କିଟ୍ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଏକାଧିକ ବିଫଳତାକୁ ଉଜାଗର କରିବା ସହ ବିଶ୍ୱବିଦ୍ୟାଳୟର ସମ୍ପ୍ରସାରଣ ଉପରେ କଟକଣା ଓ ଦୋଷୀ ଅଧିକାରୀଙ୍କ ବିରୁଦ୍ଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସୁପାରିଶ କରିଛନ୍ତି । ତଦନ୍ତବେଳେ କିଟ କର୍ତ୍ତୃପକ୍ଷଙ୍କ ମାଳମାଳ ବିଫଳତାକୁ ମଧ୍ୟ ୟୁଜିସିଙ୍କ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଉଜାଗର କରିଥିବା ଜଣାପଡ଼ିଛି ।

ଯୌନ ଉତ୍ପୀଡ଼ନ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନରେ ବିଫଳ

କିଟ୍ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଆଭ୍ୟନ୍ତରୀଣ ଅଭିଯୋଗ କମିଟି(ଆଇସିସି) ଓ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଛାତ୍ରୀଙ୍କ ଦ୍ୱାରା ଯୌନ ଉତ୍ପୀଡ଼ନ ଅଭିଯୋଗ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ବିଫଳତାକୁ ୟୁଜିସିଙ୍କ କମିଟିଙ୍କ ଉଜାଗର କରିଛନ୍ତି । ୟୁଜିସିଙ୍କ ଟିମ୍ ରିପୋର୍ଟରେ ସ୍ପଷ୍ଟ କରିଛନ୍ତି ଯେ, “ଛାତ୍ରୀଜଣକ(ପ୍ରକୃତି ଲମସଲ) ଏହି ଦୁଃଖଦ ଘଟଣାର ବହୁ ପୂର୍ବରୁ କିଟ୍ କର୍ତ୍ତୃପକ୍ଷଙ୍କୁ ଦୁଇଥର ଅଭିଯୋଗ କରିଥିଲେ । ଉଭୟ ଅଭିଯୋଗରେ ବେଆଇନ ବୁଝାମଣାର ବିକଳ୍ପକୁ କିଟ୍ କର୍ତ୍ତୃପକ୍ଷ ଚୟନ କରିଥିଲେ । ନଚେତ୍ ଏହି ଆତ୍ମହତ୍ୟା ମାମଲାକୁ ଏଡ଼ାଇ ଦିଆଯାଇପାରିଥାନ୍ତା । କିଟ୍ ବିଶ୍ୱବିଦ୍ୟାଳୟର ଆଇସିସି ସଦସ୍ୟ  ଓ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଆଇନତଃ ଅପରାଧିକ ଦଣ୍ଡ ପାଇଁ ଉତ୍ତରଦାୟୀ ଅଟନ୍ତି ।”

ହଷ୍ଟେଲରେ ନିକୃଷ୍ଟ ସୁବିଧା ଓ ଭିତ୍ତିଭୂମି

କିଟ୍ ବିଶ୍ୱବିଦ୍ୟାଳୟର ହଷ୍ଟେଲ(ଛାତ୍ରୀନିବାସ)ର ସ୍ଥିତି ଅତ୍ୟନ୍ତ ବିପର୍ଯ୍ୟସ୍ତ ଥିଲା । ଯେଉଁଥିରେ ୩ଜଣ ଛାତ୍ରୀଙ୍କୁ ଗୋଟିଏ ଛୋଟ ରୁମରେ ରଖାଯାଇଥିଲା । ସାଂସ୍କୃତିକ ବିଚାରଧାରାକୁ ଗୁରୁତ୍ୱ ନଦେଇ ବିଦେଶୀ ଛାତ୍ରୀମାନଙ୍କୁ ଛାତ୍ରୀନିବାସରେ ରଖାଯିବାକୁ ନେଇ ୟୁଜିସିଙ୍କ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ତାଙ୍କ ରିପୋର୍ଟରେ ଚିନ୍ତାବ୍ୟକ୍ତ କରିଛନ୍ତି । ଅତ୍ୟଧିକ ଛାତ୍ରୀଛାତ୍ରୀଙ୍କ ନାମଲେଖା ଯୋଗୁ ବିଶ୍ୱବିଦ୍ୟାଳୟର ବର୍ତ୍ତମାନର ସମ୍ବଳ ଓ ଭିତ୍ତିଭୂମି ଉପରେ ଚାପ ପଡ଼ିବାର ସମ୍ଭାବନା ରହିଛି ।

ବିଦେଶୀ ଛାତ୍ରଛାତ୍ରୀଙ୍କ ଉପରେ ବଳପ୍ରୟୋଗ ଓ ସହାୟତାର ଅଭାବ

ୟୁଜିସିଙ୍କ ଟିମ୍ ସେହି ଘଟଣାଗୁଡ଼ିକୁ ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି ଯେଉଁଥିରେ ପ୍ରଶାସନ  ଦ୍ୱାରା ଆବଶ୍ୟକ ପରିମାଣର ସହାୟତା କରାନଯାଇ ନେପାଳୀ ଛାତ୍ରଛାତ୍ରୀମାନଙ୍କୁ ଜୋରଜବରଦସ୍ତ ବିଦା କରିଦିଆଯାଇଥିଲା । ସୁରକ୍ଷାକର୍ମୀମାନେ ମଧ୍ୟ ଛାତ୍ରଛାତ୍ରୀଙ୍କୁ ଶାରୀରିକ ଆଘାତ ଦେଇଥିଲେ । ଛାତ୍ରଛାତ୍ରୀମାନଙ୍କୁ ଆବଶ୍ୟକ ସୁରକ୍ଷା ସହାୟତା ମଧ୍ୟ ଦିଆଯାଇନଥିଲା । ଦେଶର ଆଇନକାନୁନ ଓ ଆନ୍ତର୍ଜାତିକ ସମ୍ବନ୍ଧକୁ ଗୁରୁତ୍ୱ ନଦେଇ କିଟ୍ ନିଜର ଅନୁଷ୍ଠାନର ସମ୍ମାନକୁ ଅଧିକ ପ୍ରାଥମିକତା ଦେଇଥିଲା ।

ଦାୟୀ ବ୍ୟକ୍ତିମାନଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ

ୟୁଜିସି ଟିମ୍ ତାଙ୍କ ରିପୋର୍ଟରେ ସ୍ପଷ୍ଟ କରିଛନ୍ତି ଯେ, ଯଦି ପ୍ରକୃତିଙ୍କ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଧାରରେ କିଟ୍ କର୍ତ୍ତୃପକ୍ଷ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାନ୍ତେ ତା’ହେଲେ ତାଙ୍କର ଆତ୍ମହତ୍ୟାକୁ ଏଡ଼ାଇ ଯାଇ ପାରିଥାନ୍ତା । ଜଣେ ଛାତ୍ରୀଙ୍କ ଆତ୍ମହତ୍ୟା ପରେ ଅନ୍ୟ ଜଣେ ନେପାଳୀ ଛାତ୍ରୀଙ୍କ ଶବକୁ ମଧ୍ୟ ସେହି ହଷ୍ଟେଲ ରୁମରୁ ଉଦ୍ଧାର କରାଯଶଇଥିଲା । କିଟ୍ ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କ କଲ୍ୟାଣ,ସୁବିଧା ଓ ଉତ୍ତରଦାୟିତ୍ୱର ଗୁରୁତର ଉଲ୍ଲଘଂନର ସ୍ପଷ୍ଟ ପ୍ରମାଣ ମିଳିଛି ।

ଏଥିପାଇଁ ଦାୟୀ ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ ତୁରନ୍ତ କଡ଼ା କାର୍ଯ୍ୟାନୁଷ୍ଠାନ ନିମନ୍ତେ ୟୁଜିସିଙ୍କ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ତାଙ୍କ ରିପୋର୍ଟରେ ସୁପାରିଶ କରିଥିବା ନେଇ ଦୈନିକ ଇଂରାଜୀ ସମ୍ବାଦପତ୍ର ‘ଟାଇମ୍ସ ଅଫ ଇଣ୍ଡିଆ’ରେ ଖବର ପ୍ରକାଶିତ ହୋଇଛି ।

 

 

ଶିଥିଳ ପଡ଼ିଯାଇଛି ଏନଏଚଆରସିଙ୍କ ତଦନ୍ତ ଓ ଆକ୍ସନ

 

ଫେବୃୟାରୀ ୧୬ତାରିଖରେ ନେପାଳୀ ଛାତ୍ରୀ ଆତ୍ମହତ୍ୟା  ମାମଲାରେ ଜାତୀୟ ମାନବାଧିକାର ଆୟୋଗ (ଏନଏଚଆରସି) କଠୋର ଆଭିମୁଖ୍ୟ ଗ୍ରହଣ କରି ଏକ ଉଚ୍ଚସ୍ତରୀୟ ତଦନ୍ତ ଟିମ୍ ଭୁବନେଶ୍ୱର ପଠାଇ ସରଜମିନ୍ ତଦନ୍ତ କଲେ । ଏହାସହିତ ରାଜ୍ୟ ମୁଖ୍ୟସଚିବ, ପୁଲିସ କମିଶନର, ଖୋର୍ଦ୍ଧା ଜିଲ୍ଲାପାଳ, ୟୁଜିସି ଓ ନାକ କର୍ତ୍ତୃପକ୍ଷଙ୍କୁ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ରିପୋର୍ଟ ନିମନ୍ତେ ମାର୍ଚ୍ଚ ୨୭ତାରିଖରେ ନିର୍ଦ୍ଦେଶ ଦେଲେ । ତେବେ ଏନଏଚଆରସିଙ୍କ ଏଭଳି କାର୍ଯ୍ୟାନୁଷ୍ଠାନକୁ କିଟ୍ କର୍ତ୍ତୃପକ୍ଷଙ୍କ ଦ୍ୱାରା ଓଡ଼ିଶା ହାଇକୋର୍ଟରେ ଚ୍ୟାଲେଞ୍ଜ କରାଗଲା । ଯାହାର ପ୍ରାରମ୍ଭିକ ଶୁଣାଣି କରି ହାଇକୋର୍ଟ ୨୦୨୫ ଏପ୍ରିଲ ୭ତାରିଖରେ କିଟ୍ ବିଶ୍ୱବିଦ୍ୟାଳୟ ଉପରେ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ନେବା(ଏନଏଚଆରସିଙ୍କ ଦ୍ୱାରା ପକ୍ଷଭୁକ୍ତ) ଉପରେ ରହିତାଦେଶ ଜାରି କରିଥିଲେ । ସେବେଠୁ ମାମଲା କୋର୍ଟଙ୍କ ବିଚାରାଧୀନ ଥିବାବେଳେ ଏହି ମାମଲାରେ ଆଇନଗତ ଲଢ଼େଇକୁ ତ୍ୱରାନ୍ୱିତ ନକରି ଏନଏଚଆରସି କର୍ତ୍ତୃପକ୍ଷ ଚୁପ୍ ବସି ପଡ଼ିଥିବା ଚର୍ଚ୍ଚା