ୟୁଟ୍ୟୁବ ଦେଖି ଘରେ ସ୍ତ୍ରୀଙ୍କ ପ୍ରସବ କରାଉଥିଲେ ସ୍ବାମୀ, ତା’ପରେ ଯାହା ଘଟିଲା…

ଚେନ୍ନାଇ,୨୨।୨: ତାମିଲନାଡୁର ତିରୁପୁରରେ ପ୍ରସବ ସମୟରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ୟୁଟ୍ୟୁବରେ ଏକ ଭିଡିଓ ଦେଖିବା ପରେ ମହିଳାଙ୍କ ସ୍ବାମୀ ଘରେ ପ୍ରସବ କରିବାକୁ ଚେଷ୍ଟା କରିଥିଲେ। ଏଥିରେ ସ୍ବାମୀ ସଫଳ ହୋଇନଥିଲେ ଏବଂ ଅତ୍ୟଧିକ ରକ୍ତସ୍ରାବ ହେତୁ ପତ୍ନୀଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଏହି ଘଟଣା ପରେ ପରିବାରରେ ସୁଖ ବଦଳରେ ଶୋକ ଖେଳିଯାଇଥିଲା। ଚିକିତ୍ସା ସହାୟତା ନ ନେବା ଏବଂ ପତ୍ନୀଙ୍କ ମୃତ୍ୟୁ ପାଇଁ ଦାୟୀ ବୋଲି ପୋଲିସ ସ୍ବାମୀ ଏବଂ ଅନ୍ୟ […] The post ୟୁଟ୍ୟୁବ ଦେଖି ଘରେ ସ୍ତ୍ରୀଙ୍କ ପ୍ରସବ କରାଉଥିଲେ ସ୍ବାମୀ, ତା’ପରେ ଯାହା ଘଟିଲା… appeared first on Dharitri Odia News.

ୟୁଟ୍ୟୁବ ଦେଖି ଘରେ ସ୍ତ୍ରୀଙ୍କ ପ୍ରସବ କରାଉଥିଲେ ସ୍ବାମୀ, ତା’ପରେ ଯାହା ଘଟିଲା…

ଚେନ୍ନାଇ,୨୨।୨: ତାମିଲନାଡୁର ତିରୁପୁରରେ ପ୍ରସବ ସମୟରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ୟୁଟ୍ୟୁବରେ ଏକ ଭିଡିଓ ଦେଖିବା ପରେ ମହିଳାଙ୍କ ସ୍ବାମୀ ଘରେ ପ୍ରସବ କରିବାକୁ ଚେଷ୍ଟା କରିଥିଲେ। ଏଥିରେ ସ୍ବାମୀ ସଫଳ ହୋଇନଥିଲେ ଏବଂ ଅତ୍ୟଧିକ ରକ୍ତସ୍ରାବ ହେତୁ ପତ୍ନୀଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଏହି ଘଟଣା ପରେ ପରିବାରରେ ସୁଖ ବଦଳରେ ଶୋକ ଖେଳିଯାଇଥିଲା। ଚିକିତ୍ସା ସହାୟତା ନ ନେବା ଏବଂ ପତ୍ନୀଙ୍କ ମୃତ୍ୟୁ ପାଇଁ ଦାୟୀ ବୋଲି ପୋଲିସ ସ୍ବାମୀ ଏବଂ ଅନ୍ୟ ଦୁଇ ଜଣଙ୍କୁ ଗିରଫ କରିଛି। ଏହା ମଧ୍ୟ ସାମ୍ନାକୁ ଆସିଛି ଯେ ପତ୍ନୀ ଗର୍ଭବତୀ ହେବା ପରେ ଏହି ଦମ୍ପତି ଆରମ୍ଭରୁ ୟୁଟ୍ୟୁବରୁ ସାହାଯ୍ୟ ନେଉଥିଲେ।

ଜଣେ ସୁସ୍ଥ ଶିଶୁପୁତ୍ର ଜନ୍ମ କରିବା ପରେ ୨୮ ବର୍ଷୀୟା ମହିଳା ପ୍ରାଣ ହରାଇଛନ୍ତି। ପ୍ରସବ ପରେ ମା ଓ ଶିଶୁକୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା, କିନ୍ତୁ ଦୁର୍ଭାଗ୍ୟବଶତଃ ଡାକ୍ତରମାନେ ମା’ଙ୍କୁ ଅତ୍ୟଧିକ ରକ୍ତସ୍ରାବ ହେତୁ ମୃତ ଘୋଷଣା କରିଥିଲେ। ମୃତ ଗର୍ଭବତୀ ମହିଳାଙ୍କ ବାପାଙ୍କ ଅଭିଯୋଗ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପୋଲିସର ସୂଚନାନୁସାରେ, ତିରୁପୁର ଦମ୍ପତି ଆରମ୍ଭରୁ ଡାକ୍ତରୀ ପରାମର୍ଶ ବଦଳରେ ୟୁଟ୍ୟୁବରୁ ସାହାଯ୍ୟ ନେଉଥିଲେ। ମହିଳାଙ୍କ ପ୍ରସବ ସମୟରେ ସ୍ବାମୀ ଭାବିଥିଲେ ଯେ ଭିଡିଓ ଦେଖି ସେ ନିରାପଦରେ ଡେଲିଭରୀ କରିପାରିବେ, କିନ୍ତୁ ସେ ଏଥିରେ ସଫଳ ହୋଇନଥିଲେ।

The post ୟୁଟ୍ୟୁବ ଦେଖି ଘରେ ସ୍ତ୍ରୀଙ୍କ ପ୍ରସବ କରାଉଥିଲେ ସ୍ବାମୀ, ତା’ପରେ ଯାହା ଘଟିଲା… appeared first on Dharitri Odia News.