ୟୁଟ୍ୟୁବ୍‌ରୁ ପାଠପଢ଼ି ଓଏଏସ୍‌ ପାଇଲେ ବଣ୍ଡା ଯୁବତୀ

ମାଲକାନଗିରି,୨୦ା୧୦(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଖଇରପୁଟ ବ୍ଲକ ମୁଦୁଲିପଡା ଥାନା ଅଧୀନ ବଣ୍ଡାଘାଟିର ଜଣେ ବଣ୍ଡା ଜନଜାତି ଛାତ୍ର ଡାକ୍ତରୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଜିଲା ପାଇଁ ଗୌରବ ଆଣିଥିବା ବେଳେ ଶନିବାର ଆଉ ଜଣେ ବଣ୍ଡା ଛାତ୍ରୀ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା(ଓଏଏସ୍‌)ରେ କୃତକାର୍ଯ୍ୟ ହୋଇ ବଣ୍ଡା ଜନଜାତି ଓ ଜିଲା ପାଇଁ ଗୌରବ ଆଣିଛନ୍ତି। ଖଇରପୁଟ ବ୍ଲକ ଖେମାଗୁରୁ ଗ୍ରାମ ପ୍ରାଥମିକ ବିଦ୍ୟାଳୟ ରୋଷେୟା ରଘୁ ମୁଦୁଲିଙ୍କ ଝିଅ ବିନି ମୁଦୁଲି ଗ୍ରାମରେ ପ୍ରାଥମିକ […] The post ୟୁଟ୍ୟୁବ୍‌ରୁ ପାଠପଢ଼ି ଓଏଏସ୍‌ ପାଇଲେ ବଣ୍ଡା ଯୁବତୀ appeared first on Dharitri Odia News.

ୟୁଟ୍ୟୁବ୍‌ରୁ ପାଠପଢ଼ି ଓଏଏସ୍‌ ପାଇଲେ ବଣ୍ଡା ଯୁବତୀ

ମାଲକାନଗିରି,୨୦ା୧୦(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଖଇରପୁଟ ବ୍ଲକ ମୁଦୁଲିପଡା ଥାନା ଅଧୀନ ବଣ୍ଡାଘାଟିର ଜଣେ ବଣ୍ଡା ଜନଜାତି ଛାତ୍ର ଡାକ୍ତରୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଜିଲା ପାଇଁ ଗୌରବ ଆଣିଥିବା ବେଳେ ଶନିବାର ଆଉ ଜଣେ ବଣ୍ଡା ଛାତ୍ରୀ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା(ଓଏଏସ୍‌)ରେ କୃତକାର୍ଯ୍ୟ ହୋଇ ବଣ୍ଡା ଜନଜାତି ଓ ଜିଲା ପାଇଁ ଗୌରବ ଆଣିଛନ୍ତି।

ଖଇରପୁଟ ବ୍ଲକ ଖେମାଗୁରୁ ଗ୍ରାମ ପ୍ରାଥମିକ ବିଦ୍ୟାଳୟ ରୋଷେୟା ରଘୁ ମୁଦୁଲିଙ୍କ ଝିଅ ବିନି ମୁଦୁଲି ଗ୍ରାମରେ ପ୍ରାଥମିକ ଶିକ୍ଷା ଗ୍ରହଣ କରିଥିଲେ। ପରେ ସେ ମାଲକାନଗିରି ନବୋଦୟ ବିଦ୍ୟାଳୟରେ ଯୁକ୍ତ ୨ ପାସ୍‌ କରିବା ପରେ ୟୁଟ୍ୟୁବ୍‌ରେ ଓଡ଼ିଶା ପ୍ରଶାସନିକ ସେବାର ଶିକ୍ଷା ଗ୍ରହଣ କରି କଠିନ ପରିଶ୍ରମ କରିଥିଲେ। ୨୦୨୨-୨୩ ଶିକ୍ଷା ବର୍ଷରେ ଓଏଏସ୍‌ ନିମନ୍ତେ ପରୀକ୍ଷା ଦେଇ କୃତକାର୍ଯ୍ୟ ହୋଇଥିଲେ।

ଏ ସମ୍ପର୍କରେ ବିନି ମୁଦୁଲିଙ୍କୁ ପଚାରିବାରୁ ଆଗାମୀ ଦିନରେ ମହିଳା ସଶକ୍ତୀକରଣ, ଅନୁସୂଚିତ ଜାତି ଓ ଜନଜାତିଙ୍କ ସେବାରେ ମୁଁ ନିଜକୁ ନିୟୋଜିତ କରିବାକୁ ଅଗ୍ରାଧିକାର ଦେବି। ମୋ ସଫଳତାର ଶ୍ରେୟ ପିତା, ମାତା, ଶିକ୍ଷୟିତ୍ରୀ, ଶିକ୍ଷକ ଓ ସାଙ୍ଗସାଥୀଙ୍କୁ ଦେବି। ଜିଲାର ପ୍ରତ୍ୟେକ ଅଭିଭାବକ ନିଜର ପିଲାଙ୍କୁ ବିଦ୍ୟାଳୟକୁ ପଠାଇବାକୁ ସେ ପରାମର୍ଶ ଦେଇଛନ୍ତି।

The post ୟୁଟ୍ୟୁବ୍‌ରୁ ପାଠପଢ଼ି ଓଏଏସ୍‌ ପାଇଲେ ବଣ୍ଡା ଯୁବତୀ appeared first on Dharitri Odia News.