ୟୁଟ୍ୟୁବ୍ରେ ରୋନାଲ୍ଡୋଙ୍କ ବିଶ୍ୱ ରେକର୍ଡ
ଭୁବନେଶ୍ୱର,୨୩ା୮(ଶର୍ମିଷ୍ଠା ପାଣିଗ୍ରାହୀ): ବିଶ୍ୱ ଫୁଟ୍ବଲ୍ର ଚର୍ଚ୍ଚିତ ଚେହେରା ତଥା ପର୍ତ୍ତୁଗାଲର ଷ୍ଟାର୍ କ୍ରିଷ୍ଟିଆନୋ ରୋନାଲ୍ଡୋ ପୁଣି ଏକ ନୂଆ ବିଶ୍ୱ ରେକର୍ଡ କରିଛନ୍ତି। ଏଥର ଖେଳରେ ନୁହେଁ, ସୋସିଆଲ ମିଡିଆ ପ୍ଲାଟ୍ଫର୍ମରେ। ସେ ବୁଧବାର ନିଜର ୟୁଟ୍ୟୁବ୍ ଚ୍ୟାନେଲ ଖୋଲିଥିବା ବେଳେ କିଛି ଘଣ୍ଟା ମଧ୍ୟରେ ସବ୍ସ୍କ୍ରାଇବରଙ୍କ ସଂଖ୍ୟା ୧୦ ମିଲିୟନ ପାର୍ କରିଥିଲା। ଏତେ କମ୍ ସମୟରେ କୌଣସି ୟୁଟ୍ୟୁବ ଚ୍ୟାନେଲର ସବ୍ସ୍କ୍ରାଇବର ସଂଖ୍ୟା ୧୦ ମିଲିୟନ ପାର୍ କରିବା ବିଶ୍ୱରେ ପ୍ରଥମ ଘଟଣା। ରୋନାଲ୍ଡୋ […] The post ୟୁଟ୍ୟୁବ୍ରେ ରୋନାଲ୍ଡୋଙ୍କ ବିଶ୍ୱ ରେକର୍ଡ appeared first on Dharitri Odia News.
ଭୁବନେଶ୍ୱର,୨୩ା୮(ଶର୍ମିଷ୍ଠା ପାଣିଗ୍ରାହୀ): ବିଶ୍ୱ ଫୁଟ୍ବଲ୍ର ଚର୍ଚ୍ଚିତ ଚେହେରା ତଥା ପର୍ତ୍ତୁଗାଲର ଷ୍ଟାର୍ କ୍ରିଷ୍ଟିଆନୋ ରୋନାଲ୍ଡୋ ପୁଣି ଏକ ନୂଆ ବିଶ୍ୱ ରେକର୍ଡ କରିଛନ୍ତି। ଏଥର ଖେଳରେ ନୁହେଁ, ସୋସିଆଲ ମିଡିଆ ପ୍ଲାଟ୍ଫର୍ମରେ। ସେ ବୁଧବାର ନିଜର ୟୁଟ୍ୟୁବ୍ ଚ୍ୟାନେଲ ଖୋଲିଥିବା ବେଳେ କିଛି ଘଣ୍ଟା ମଧ୍ୟରେ ସବ୍ସ୍କ୍ରାଇବରଙ୍କ ସଂଖ୍ୟା ୧୦ ମିଲିୟନ ପାର୍ କରିଥିଲା। ଏତେ କମ୍ ସମୟରେ କୌଣସି ୟୁଟ୍ୟୁବ ଚ୍ୟାନେଲର ସବ୍ସ୍କ୍ରାଇବର ସଂଖ୍ୟା ୧୦ ମିଲିୟନ ପାର୍ କରିବା ବିଶ୍ୱରେ ପ୍ରଥମ ଘଟଣା।
ରୋନାଲ୍ଡୋ ୟୁଟ୍ୟୁବରେ ତାଙ୍କ ଚ୍ୟାନେଲର ନଁା ୟୋର. କ୍ରିଷ୍ଟିଆନୋ (ur.christiano) ରଖିଛନ୍ତି। ଏହାକୁ ଖୋଲିବାର ମାତ୍ର କିଛି ମିନିଟ୍ ମଧ୍ୟରେ ସବ୍ସ୍କ୍ରାଇବରଙ୍କ ସଂଖ୍ୟା ୧ ମିଲିୟନ ଛୁଇଁଥିଲା। ୨୪ ଘଣ୍ଟା ନ ପୂରୁଣୁ ଏହା ୧୦ ମିଲିୟନ ହୋଇଯାଇଥିଲା। ପରବର୍ତ୍ତୀ ସମୟରେ ଅର୍ଥାତ୍ ଗୁରୁବାର ରାତି ୯ଟା ସୁଦ୍ଧା ଏହା ୨୧.୯ ମିଲିୟନ (୨.୧୯ କୋଟି) ଟପିଥିଲା। କିନ୍ତୁ ୟୁଟ୍ୟୁବ୍ ପକ୍ଷରୁ ୨୪ ଘଣ୍ଟାରେ ହିଁ ତାଙ୍କୁ ଗୋଲ୍ଡେନ ବଟନ ମିଳିଯାଇଛି।
ଗୋଲ ଡଟ୍ କମ୍ (goal.com)ର ରିପୋର୍ଟ ଅନୁସାରେ, ରୋନାଲ୍ଡୋ ୟୁଟ୍ୟୁବ୍ ସବ୍ସ୍କ୍ରାଇବଙ୍କ ସଂଖ୍ୟାରେ ହାମଷ୍ଟେର କୋମବାତ୍ଙ୍କ ରେକର୍ଡକୁ ଭାଙ୍ଗି ଦେଇଛନ୍ତି। ହାମଷ୍ଟେର୍ ୟୁଟ୍ୟୁବ୍ରେ ଏକ ଭିଡିଓ ଗେମ୍ ଚ୍ୟାନେଲ ଖୋଲିଥିଲେ। ଏହି ଚ୍ୟାନେଲ ୧୦ ମିଲିୟନ ସବ୍ସ୍କ୍ରାଇବ୍ର ପାଇବାକୁ ୭ଦିନ ଲାଗିଥିଲା। ହେଲେ ରୋନାଲ୍ଡୋ ଦିନକ ଭିତରେ ଏହି ରେକର୍ଡକୁ ଭାଙ୍ଗି ଦେଇଛନ୍ତି। ୩୯ ବର୍ଷୀୟ ରୋନାଲ୍ଡୋ ବିଶ୍ୱର ସବୁଠାରୁ ଲୋକପ୍ରିୟ କ୍ରୀଡ଼ାବିତ୍। ଅନ୍ୟତମ ସୋସିଆଲ୍ ମିଡିଆ ପ୍ଲାଟ୍ଫର୍ମ ‘ଏକ୍ସ’ରେ ତାଙ୍କର ଅନୁଗାମୀ ବା ଫଲୋୟର୍ସଙ୍କ ସଂଖ୍ୟା ୧୧୨.୬ ମିଲିୟନ ରହିଥିବା ବେଳେ ଫେସ୍ବୁକ୍ରେ ୧୭୦ ମିଲିୟନ ଓ ଇନ୍ଷ୍ଟାଗ୍ରାମରେ ୬୩୬ ମିଲିୟନ ରହିଛି।
The post ୟୁଟ୍ୟୁବ୍ରେ ରୋନାଲ୍ଡୋଙ୍କ ବିଶ୍ୱ ରେକର୍ଡ appeared first on Dharitri Odia News.