ୟୁଥ୍ ଅଲିମ୍ପିକ୍ସରେ ସାମିଲ ହେବ କ୍ରିକେଟ
ନୂଆଦିଲ୍ଳୀ ,୧୮ା୮: କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର। ଆଗକୁ ୟୁଥ୍ ଅଲିମ୍ପିକ୍ସରେ କ୍ରିକେଟକୁ ସାମିଲ କରିବା ପାଇଁ ଅନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ୍(ଆଇସିସି) ଯୋଜନା କରୁଥିବା ଜଣାପଡିଛି। ଆମେରିକାର ଲସ ଏଞ୍ଜେଲ୍ସରେ ହେବାକୁ ଥିବା ଅଲିମ୍ପିକ୍ସରେ କ୍ରିକେଟ ସାମିଲ ହେଉଛି। ପ୍ରଥମ ଥର ପାଇଁ କ୍ରିକେଟ ଅଲିମ୍ପିକ୍ସର ଅଂଶ ହେବାକୁ ଯାଉଛି। ଅନ୍ୟ ପକ୍ଷରେ ମୁମ୍ବାଇରେ ୨୦୩୦ ମସିହାରେ ମୁମ୍ବାଇରେ ଖେଳା ଯିବାକୁ ଥିବା ୟୁଥ୍ ଅଲିମ୍ପିକ୍ସରେ କ୍ରିକେଟକୁ ସାମିଲ କରିବା ପାଇଁ ଆଇସିସି ପ୍ରସ୍ତାବ ଦେଇଥିବା […] The post ୟୁଥ୍ ଅଲିମ୍ପିକ୍ସରେ ସାମିଲ ହେବ କ୍ରିକେଟ appeared first on Dharitri Odia News.
ନୂଆଦିଲ୍ଳୀ ,୧୮ା୮: କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର। ଆଗକୁ ୟୁଥ୍ ଅଲିମ୍ପିକ୍ସରେ କ୍ରିକେଟକୁ ସାମିଲ କରିବା ପାଇଁ ଅନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ୍(ଆଇସିସି) ଯୋଜନା କରୁଥିବା ଜଣାପଡିଛି। ଆମେରିକାର ଲସ ଏଞ୍ଜେଲ୍ସରେ ହେବାକୁ ଥିବା ଅଲିମ୍ପିକ୍ସରେ କ୍ରିକେଟ ସାମିଲ ହେଉଛି। ପ୍ରଥମ ଥର ପାଇଁ କ୍ରିକେଟ ଅଲିମ୍ପିକ୍ସର ଅଂଶ ହେବାକୁ ଯାଉଛି। ଅନ୍ୟ ପକ୍ଷରେ ମୁମ୍ବାଇରେ ୨୦୩୦ ମସିହାରେ ମୁମ୍ବାଇରେ ଖେଳା ଯିବାକୁ ଥିବା ୟୁଥ୍ ଅଲିମ୍ପିକ୍ସରେ କ୍ରିକେଟକୁ ସାମିଲ କରିବା ପାଇଁ ଆଇସିସି ପ୍ରସ୍ତାବ ଦେଇଥିବା ଜଣାପଡିଛି। ଶନିବାର ଆଇସିସି ପକ୍ଷରୁ ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟି(ଆଇଓସି)କୁ ବିଧିବଦ୍ଧ ଭାବରେ ପ୍ରସ୍ତାବ ଦିଆଯାଇଥିବା ଜଣାପଡିଛି। ଆଇସିସିର ଜେନେରାଲ ମ୍ୟାନେଜର ଓ୍ବିଲିୟମ ଗ୍ଲେନରାଇଟ୍ ଏହି ଘଟଣା ସମ୍ପର୍କରେ ସ୍ପଷ୍ଟ କରିଛନ୍ତି। ଭାରତ ୨୦୩୬ରେ ଅଲିମ୍ପିକ୍ସ ପାଇଁ ମଧ୍ୟ ବିଡ୍ ଦାଖଲ କରିବାକୁ ଯାଉଛି।
The post ୟୁଥ୍ ଅଲିମ୍ପିକ୍ସରେ ସାମିଲ ହେବ କ୍ରିକେଟ appeared first on Dharitri Odia News.