ୟୁନିଟ-୧ ମାର୍କେଟରେ ବଡ଼ ଧରଣର ଚଢ଼ାଉ: ଧାର୍ଯ୍ୟ ଦାମ୍‌ରେ ଆଳୁ ବିକିବାକୁ କଡ଼ା ନିର୍ଦ୍ଦେଶ

ଭୁବନେଶ୍ୱର,୧୦।୮: ଆଳୁ ଦରକୁ ଦୃଷ୍ଟିରେ ରଖି ଶନିବାର ଯୋଗାଣ ବିଭାଗର ପକ୍ଷରୁ  ଭୁବନେଶ୍ୱର  ୟୁନିଟ-୧ ମାର୍କେଟରେ ଚଢ଼ାଉ କରାଯାଇଛି। ଚଢାଉ ବେଳେ ଅଧିକାରୀମାନେ ସରକାର ଧାର୍ଯ୍ୟ କରିଥିବା ଦାମ୍‌ରେ ଆଳୁ ବିକିବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଏପରିକି ଆଳୁ କିଲୋ ପିଛା ୩୨ରୁ ୩୫ ଟଙ୍କାରେ ବିକିବାକୁ ଦୋକାନୀଙ୍କୁ କୁହାଯାଇଛି। ସରକାର ଧାର୍ଯ୍ୟ କରିଥିବା ଦାମ୍‌ରୁ ଅଧିକ ଟଙ୍କାରେ ଆଳୁ ବିକିକଲେ ଆଇନ ଅନୁଯାୟୀ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଭାଗୀୟ ଅଧିକାରୀମାନେ କଡ଼ା ଚେତାବନୀ ଦେଇଛନ୍ତି। […] The post ୟୁନିଟ-୧ ମାର୍କେଟରେ ବଡ଼ ଧରଣର ଚଢ଼ାଉ: ଧାର୍ଯ୍ୟ ଦାମ୍‌ରେ ଆଳୁ ବିକିବାକୁ କଡ଼ା ନିର୍ଦ୍ଦେଶ appeared first on Dharitri Odia News.

ୟୁନିଟ-୧ ମାର୍କେଟରେ ବଡ଼ ଧରଣର ଚଢ଼ାଉ: ଧାର୍ଯ୍ୟ ଦାମ୍‌ରେ ଆଳୁ ବିକିବାକୁ କଡ଼ା ନିର୍ଦ୍ଦେଶ

ଭୁବନେଶ୍ୱର,୧୦।୮: ଆଳୁ ଦରକୁ ଦୃଷ୍ଟିରେ ରଖି ଶନିବାର ଯୋଗାଣ ବିଭାଗର ପକ୍ଷରୁ  ଭୁବନେଶ୍ୱର  ୟୁନିଟ-୧ ମାର୍କେଟରେ ଚଢ଼ାଉ କରାଯାଇଛି। ଚଢାଉ ବେଳେ ଅଧିକାରୀମାନେ ସରକାର ଧାର୍ଯ୍ୟ କରିଥିବା ଦାମ୍‌ରେ ଆଳୁ ବିକିବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଏପରିକି ଆଳୁ କିଲୋ ପିଛା ୩୨ରୁ ୩୫ ଟଙ୍କାରେ ବିକିବାକୁ ଦୋକାନୀଙ୍କୁ କୁହାଯାଇଛି। ସରକାର ଧାର୍ଯ୍ୟ କରିଥିବା ଦାମ୍‌ରୁ ଅଧିକ ଟଙ୍କାରେ ଆଳୁ ବିକିକଲେ ଆଇନ ଅନୁଯାୟୀ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଭାଗୀୟ ଅଧିକାରୀମାନେ କଡ଼ା ଚେତାବନୀ ଦେଇଛନ୍ତି।

ଏପରିକି ଏ ରାଜଧାନୀ ବାସିନ୍ଦା ୩ କେଜି ଆଳୁ ୧୦୦ ଟଙ୍କାରେ ପାଇବେ । ପରିବାର ପିଛା ୩ କିଲୋ ଆଳୁ ଯୋଗାଇ ଦେବାକୁ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଏନେଇ ଭୁବନେଶ୍ୱର ଅତିରିକ୍ତ ଜିଲାପାଳଙ୍କ ଅଫିସ ନିକଟରେ ରାଜଧାନୀର ପ୍ରାୟ ୧୦୦ ଡିଲରଙ୍କୁ ଯୋଗାଣ ବିଭାଗ ଆଳୁ ଯୋଗାଇ ଦେଇଛି।

ଶୁକ୍ରବାର ରାଜ୍ୟ ସରକାରଙ୍କ ବଡ଼ ଘୋଷଣା କରି କହିଥିଲେ, ଏଣିକି ୩୦ଟଙ୍କାରେ କେଜିଏ ଆଳୁ ଦିଆଯିବ। ଏ ନେଇ ଦିଲ୍ଲୀରୁ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଥିଲେ । ମନ୍ତ୍ରୀ କହିଥିଲେ, ଆଲୋଚନା ସତ୍ତ୍ବେ ପଶ୍ଚିମବଙ୍ଗରୁ ଆଳୁ ଆସିପାରୁନାହିଁ। ତେଣୁ ରାଜ୍ୟ ସରକାର ନାଫେଡ୍‌ ଜରିଆରେ ଆଳୁ ଆଣିବେ। ଉଚ୍ଚା ଦରରେ କିଣିଲେ ବି ଲୋକଙ୍କୁ ୩୦ ଟଙ୍କାରେ ଆଳୁ ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ।

The post ୟୁନିଟ-୧ ମାର୍କେଟରେ ବଡ଼ ଧରଣର ଚଢ଼ାଉ: ଧାର୍ଯ୍ୟ ଦାମ୍‌ରେ ଆଳୁ ବିକିବାକୁ କଡ଼ା ନିର୍ଦ୍ଦେଶ appeared first on Dharitri Odia News.