ୟୁନିୟନ ବ୍ୟାଙ୍କରୁ ଚୋରି
ଚିକିଟି,୨୮ା୧୧(ପ୍ରକାଶ ଚନ୍ଦ୍ର ସାହୁ): କେ.ନୂଆଗାଁ ଥାନା ଚିକିଟି ଫାଣ୍ଡି ଅନ୍ତର୍ଗତ ଲକ୍ଷ୍ମୀପୁର ଛକରେ ଥିବା ୟୁନିଅନ ବ୍ୟାଙ୍କ ଶାଖାରୁ ଚୋରି ହୋଇଛି। ଦୁର୍ବୃତ୍ତ ଲକର ଖୋଲିବାକୁ ଚେଷ୍ଟା କରିଥିଲେ ମଧ୍ୟ ସକ୍ଷମ ହୋଇ ନ ଥିଲେ। କିନ୍ତୁ ବ୍ୟାଙ୍କରେ ଥିବା ୪ଟି ଲାପଟପ ଚୋରି ହୋଇଛି। ଗୁରୁବାର ଚତୁର୍ଥ ଶ୍ରେଣୀ କର୍ମଚାରୀ ବ୍ୟାଙ୍କକୁ ଆସିବା ବେଳେ କବାଟ ଭାଙ୍ଗିଥିବା ଦେଖି ମ୍ୟାନେଜରଙ୍କୁ ଜଣାଇଥିଲେ। ବ୍ୟାଙ୍କ ମ୍ୟନେଜର ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ କରି କେ ନୂଆଗାଁ ଥାନାକୁ ଜଣାଇଥିଲେ। […] The post ୟୁନିୟନ ବ୍ୟାଙ୍କରୁ ଚୋରି appeared first on Dharitri Odia News.
ଚିକିଟି,୨୮ା୧୧(ପ୍ରକାଶ ଚନ୍ଦ୍ର ସାହୁ): କେ.ନୂଆଗାଁ ଥାନା ଚିକିଟି ଫାଣ୍ଡି ଅନ୍ତର୍ଗତ ଲକ୍ଷ୍ମୀପୁର ଛକରେ ଥିବା ୟୁନିଅନ ବ୍ୟାଙ୍କ ଶାଖାରୁ ଚୋରି ହୋଇଛି। ଦୁର୍ବୃତ୍ତ ଲକର ଖୋଲିବାକୁ ଚେଷ୍ଟା କରିଥିଲେ ମଧ୍ୟ ସକ୍ଷମ ହୋଇ ନ ଥିଲେ। କିନ୍ତୁ ବ୍ୟାଙ୍କରେ ଥିବା ୪ଟି ଲାପଟପ ଚୋରି ହୋଇଛି।
ଗୁରୁବାର ଚତୁର୍ଥ ଶ୍ରେଣୀ କର୍ମଚାରୀ ବ୍ୟାଙ୍କକୁ ଆସିବା ବେଳେ କବାଟ ଭାଙ୍ଗିଥିବା ଦେଖି ମ୍ୟାନେଜରଙ୍କୁ ଜଣାଇଥିଲେ। ବ୍ୟାଙ୍କ ମ୍ୟନେଜର ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ କରି କେ ନୂଆଗାଁ ଥାନାକୁ ଜଣାଇଥିଲେ। ଥାନା ଅଧିକାରୀ କିଶୋର କୁମାର ସାମଲ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରି ଫେରିଛନ୍ତି। ସୂଚନାଯୋଗ୍ୟ, ଗତ ୧୯ ତାରିଖ ବିଳମ୍ବିତ ରାତ୍ରିରେ କେହି ଦୁର୍ବୁତ୍ତ କଳବାଦ ପଞ୍ଚାୟତ କାର୍ଯ୍ୟାଳୟରେ ପଶିବାକୁ ଉଦ୍ୟମ କରିଥିଲେ ସୁଦ୍ଧା ସକ୍ଷମ ହୋଇପାରି ନ ଥିଲେ।
The post ୟୁନିୟନ ବ୍ୟାଙ୍କରୁ ଚୋରି appeared first on Dharitri Odia News.