ୟୁପି ଷ୍ଟେସନରେ ଅଘଟଣ, ସର୍ଟ ସର୍କିଟ୍ ଯୋଗୁଁ ଜଳିଗଲା ଫୁଟ୍ ଓଭରବ୍ରିଜ୍

ନୂଆଦିଲ୍ଲୀ ୦୮।୦୯: ୟୁପିର ପ୍ରୟାଗରାଜ ରେଳ ଷ୍ଟେସନରେ ଏକ ବଡ଼ ଦୁର୍ଘଟଣା । ହଠାତ୍ ଷ୍ଟେସନ ଓଭରବ୍ରିଜ୍ ଉପରେ ନିଆଁ ଲାଗିଯାଇଥିଲା। ଅଗ୍ନିକାଣ୍ଡ ଯୋଗୁଁ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ଏହି ସୂଚନା ପାଇବା ମାତ୍ରେ ରେଳ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବିଭାଗକୁ ମଧ୍ୟ ସୂଚନା ଦିଆଯାଇଥିଲା। ଏହି ସମୟ ମଧ୍ୟରେ ଅଗ୍ନିକାଣ୍ଡ ଯୋଗୁଁ ରେଳ ଷ୍ଟେସନରେ ଧୂଆଁ ବାହାରିଥିଲା। ଓଭରବ୍ରିଜରେ ନିଆଁ ଦେଖିବା ପରେ ଯାତ୍ରୀମାନେ ମଧ୍ୟ ଚିନ୍ତିତ ହୋଇଥିଲେ। ତେବେ ଏହି ଦୁର୍ଘଟଣାରେ କୌଣସି ଯାତ୍ରୀଙ୍କର କ୍ଷତି ହୋଇ ନାହିଁ।ସୂଚନା ମୁତାବକ, ରବିବାର ଭୋରୁ ପ୍ରୟାଗରାଜ ରେଳ ଷ୍ଟେସନରେ ଥିବା ଓଭରବ୍ରିଜ୍‌ରେ ହଠାତ୍‌ ନିଆଁ ଲାଗିବା ଯାଇଥିଲା। କୁହାଯାଉଛି ଯେ ପ୍ରୟାଗରାଜ ଷ୍ଟେସନର ଦୁଇ ନମ୍ବର ବ୍ରିଜରେ ସ୍ଥାପିତ ପାୱାର କ୍ୟାବିନ ବାକ୍ସରେ ହଠାତ୍ ଅଗ୍ନିକାଣ୍ଡ ଘଟିଥିଲା। ନିଆଁ ଲାଗିବା ବିଷୟରେ ସୂଚନା ପାଇବା ମାତ୍ରେ ରେଳ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହା ବ୍ୟତୀତ ଅଗ୍ନିଶମ ବାହିନୀକୁ ମଧ୍ୟ ଏ ସମ୍ପର୍କରେ ସୂଚନା ଦିଆଯାଇଥିଲା। କଠିନ ପରିଶ୍ରମ ପରେ ନିଆଁକୁ ନିୟନ୍ତ୍ରଣକୁ କରାଯାଇଛି। ରେଳ ଅଧିକାରୀଙ୍କ କହିବା ମୁତାବକ, କେବୁଲ ଟ୍ରେରେ ସର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଛି। ଏଥିଯୋଗୁ ପ୍ରାୟ ୧୦ ମିନିଟ ନିଆଁ ରହିଥିଲା। ତେବେ ଅଗ୍ନିଶମ ବାହିନୀ ପହଞ୍ଚିବା ପୂର୍ବରୁ ନିଆଁକୁ ଆୟତ୍ତ କରାଯ

ୟୁପି ଷ୍ଟେସନରେ ଅଘଟଣ, ସର୍ଟ ସର୍କିଟ୍ ଯୋଗୁଁ ଜଳିଗଲା ଫୁଟ୍ ଓଭରବ୍ରିଜ୍

ନୂଆଦିଲ୍ଲୀ ୦୮।୦୯: ୟୁପିର ପ୍ରୟାଗରାଜ ରେଳ ଷ୍ଟେସନରେ ଏକ ବଡ଼ ଦୁର୍ଘଟଣା । ହଠାତ୍ ଷ୍ଟେସନ ଓଭରବ୍ରିଜ୍ ଉପରେ ନିଆଁ ଲାଗିଯାଇଥିଲା। ଅଗ୍ନିକାଣ୍ଡ ଯୋଗୁଁ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ଏହି ସୂଚନା ପାଇବା ମାତ୍ରେ ରେଳ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବିଭାଗକୁ ମଧ୍ୟ ସୂଚନା ଦିଆଯାଇଥିଲା। ଏହି ସମୟ ମଧ୍ୟରେ ଅଗ୍ନିକାଣ୍ଡ ଯୋଗୁଁ ରେଳ ଷ୍ଟେସନରେ ଧୂଆଁ ବାହାରିଥିଲା। ଓଭରବ୍ରିଜରେ ନିଆଁ ଦେଖିବା ପରେ ଯାତ୍ରୀମାନେ ମଧ୍ୟ ଚିନ୍ତିତ ହୋଇଥିଲେ। ତେବେ ଏହି ଦୁର୍ଘଟଣାରେ କୌଣସି ଯାତ୍ରୀଙ୍କର କ୍ଷତି ହୋଇ ନାହିଁ।

ସୂଚନା ମୁତାବକ, ରବିବାର ଭୋରୁ ପ୍ରୟାଗରାଜ ରେଳ ଷ୍ଟେସନରେ ଥିବା ଓଭରବ୍ରିଜ୍‌ରେ ହଠାତ୍‌ ନିଆଁ ଲାଗିବା ଯାଇଥିଲା। କୁହାଯାଉଛି ଯେ ପ୍ରୟାଗରାଜ ଷ୍ଟେସନର ଦୁଇ ନମ୍ବର ବ୍ରିଜରେ ସ୍ଥାପିତ ପାୱାର କ୍ୟାବିନ ବାକ୍ସରେ ହଠାତ୍ ଅଗ୍ନିକାଣ୍ଡ ଘଟିଥିଲା। ନିଆଁ ଲାଗିବା ବିଷୟରେ ସୂଚନା ପାଇବା ମାତ୍ରେ ରେଳ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହା ବ୍ୟତୀତ ଅଗ୍ନିଶମ ବାହିନୀକୁ ମଧ୍ୟ ଏ ସମ୍ପର୍କରେ ସୂଚନା ଦିଆଯାଇଥିଲା। କଠିନ ପରିଶ୍ରମ ପରେ ନିଆଁକୁ ନିୟନ୍ତ୍ରଣକୁ କରାଯାଇଛି। 

ରେଳ ଅଧିକାରୀଙ୍କ କହିବା ମୁତାବକ, କେବୁଲ ଟ୍ରେରେ ସର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଛି। ଏଥିଯୋଗୁ ପ୍ରାୟ ୧୦ ମିନିଟ ନିଆଁ ରହିଥିଲା। ତେବେ ଅଗ୍ନିଶମ ବାହିନୀ ପହଞ୍ଚିବା ପୂର୍ବରୁ ନିଆଁକୁ ଆୟତ୍ତ କରାଯାଇଥିଲା।