ୟୁପିରୁ ଆସିଲା ଆଳୁ; ହେଲେ ବି ଆକାଶଛୁଆଁ ଆଳୁ ଦର

କନକ ବ୍ୟୁରୋ : ପଶ୍ଚିମବଙ୍ଗରୁ ଆଳୁ ଯୋଗାଣ ବନ୍ଦ ପରେ ଉତ୍ତରପ୍ରଦେଶରୁ ଆଳୁ ଟ୍ରକ ଆସୁଥିଲେ ବି ତାହା ପର୍ଯ୍ୟାପ୍ତ ହେଉନାହିଁ । ଯେଉଁଥିପାଇଁ ବଜାରରେ ଆଳୁ କିଲୋପିଛା ୪୦ ଟଙ୍କା ଉପରେ ରହିଛି । ବ୍ୟବସାୟୀ ଚଢ଼ା ଦରରେ ଆଳୁ ବିକୁଥିବାରୁ ଚଢ଼ାଉ କରି ୫ ବ୍ୟବସାୟୀଙ୍କୁ ନୋଟିସ କରିଛି ଯୋଗାଣ ବିଭାଗ । ସେପଟେ ମମତା ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ପଶ୍ଚିମବଙ୍ଗରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଆଳୁ ବ୍ୟବସାୟୀ ସଂଘ । ପଶ୍ଚିମବଙ୍ଗ ଓ ଉତ୍ତରପ୍ରଦେଶରୁ କିଛି ଆଳୁ ଟ୍ରକ ଓଡ଼ିଶା ଆସୁଥିଲେ ବି ଦରରେ ଏଯାଏଁ ଲଗାମ ଲାଗିପାରିନାହିଁ । ଅଧିକାଂଶ ସ୍ଥାନରେ କେଜି ପିଛା ୪୦ ଟଙ୍କା ଉପରେ ରହୁଛି ଆଳୁର ଦର । ଯାହାକୁ ନେଇ ଅସନ୍ତୋଷ ଝାଡ଼ିଛନ୍ତି ଖାଉଟି । ତେବେ ବଜାରରେ କେତେ ଟଙ୍କାରେ ଆଳୁ ବିକ୍ରି ହେଉଛି, ତା’ର ଯାଞ୍ଚ ପାଇଁ ଭୁବନେଶ୍ୱରର ପ୍ରମୁଖ ଆଳୁ ଗୋଦାମ ଆଇଗିଣିଆରେ ଚଢ଼ାଉ କରିଥିଲା ଯୋଗାଣ ବିଭାଗ । ଚଢ଼ାଉ ସମୟରେ କିଛି ଦୋକାନରେ ଅନିୟମିତତା ହେଉଥିବା ନେଇ ପ୍ରମାଣ ମିଳିଥିଲା । ସେହି ଆଧାରରେ ୫ଜଣ ବ୍ୟବସାୟୀଙ୍କୁ ନୋଟିସ କରାଯାଇଥିବା ବେଳେ ଚଢ଼ା ଦରରେ ଆଳୁ ନବିକ୍ରି କରିବାକୁ ତାଗିଦ କରିଛି ବିଭାଗ । ଆଳୁ କେଜି ପିଛା ୩୨ରୁ ୩୪ ଟଙ୍କା ଭିତରେ ରିଟେଲରମାନଙ୍କୁ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଗୋଟିଏ ପଟେ ଆଳୁ ଦରକୁ ନେଇ ଓଡ଼ିଶାରେ ଖାଉଟି ଅସନ୍ତୁଷ୍ଟ ଥିବାବେଳେ ଅନ୍ୟପଟେ ମମତା ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ପଶ୍ଚିମବଙ୍ଗରେ

ୟୁପିରୁ ଆସିଲା ଆଳୁ; ହେଲେ ବି ଆକାଶଛୁଆଁ ଆଳୁ ଦର

କନକ ବ୍ୟୁରୋ : ପଶ୍ଚିମବଙ୍ଗରୁ ଆଳୁ ଯୋଗାଣ ବନ୍ଦ ପରେ ଉତ୍ତରପ୍ରଦେଶରୁ ଆଳୁ ଟ୍ରକ ଆସୁଥିଲେ ବି ତାହା ପର୍ଯ୍ୟାପ୍ତ ହେଉନାହିଁ । ଯେଉଁଥିପାଇଁ ବଜାରରେ ଆଳୁ କିଲୋପିଛା ୪୦ ଟଙ୍କା ଉପରେ ରହିଛି । ବ୍ୟବସାୟୀ ଚଢ଼ା ଦରରେ ଆଳୁ ବିକୁଥିବାରୁ ଚଢ଼ାଉ କରି ୫ ବ୍ୟବସାୟୀଙ୍କୁ ନୋଟିସ କରିଛି ଯୋଗାଣ ବିଭାଗ । ସେପଟେ ମମତା ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ପଶ୍ଚିମବଙ୍ଗରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଆଳୁ ବ୍ୟବସାୟୀ ସଂଘ ।

ପଶ୍ଚିମବଙ୍ଗ ଓ ଉତ୍ତରପ୍ରଦେଶରୁ କିଛି ଆଳୁ ଟ୍ରକ ଓଡ଼ିଶା ଆସୁଥିଲେ ବି ଦରରେ ଏଯାଏଁ ଲଗାମ ଲାଗିପାରିନାହିଁ । ଅଧିକାଂଶ ସ୍ଥାନରେ କେଜି ପିଛା ୪୦ ଟଙ୍କା ଉପରେ ରହୁଛି ଆଳୁର ଦର । ଯାହାକୁ ନେଇ ଅସନ୍ତୋଷ ଝାଡ଼ିଛନ୍ତି ଖାଉଟି । ତେବେ ବଜାରରେ କେତେ ଟଙ୍କାରେ ଆଳୁ ବିକ୍ରି ହେଉଛି, ତା’ର ଯାଞ୍ଚ ପାଇଁ ଭୁବନେଶ୍ୱରର ପ୍ରମୁଖ ଆଳୁ ଗୋଦାମ ଆଇଗିଣିଆରେ ଚଢ଼ାଉ କରିଥିଲା ଯୋଗାଣ ବିଭାଗ । ଚଢ଼ାଉ ସମୟରେ କିଛି ଦୋକାନରେ ଅନିୟମିତତା ହେଉଥିବା ନେଇ ପ୍ରମାଣ ମିଳିଥିଲା । ସେହି ଆଧାରରେ ୫ଜଣ ବ୍ୟବସାୟୀଙ୍କୁ ନୋଟିସ କରାଯାଇଥିବା ବେଳେ ଚଢ଼ା ଦରରେ ଆଳୁ ନବିକ୍ରି କରିବାକୁ ତାଗିଦ କରିଛି ବିଭାଗ । ଆଳୁ କେଜି ପିଛା ୩୨ରୁ ୩୪ ଟଙ୍କା ଭିତରେ ରିଟେଲରମାନଙ୍କୁ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଗୋଟିଏ ପଟେ ଆଳୁ ଦରକୁ ନେଇ ଓଡ଼ିଶାରେ ଖାଉଟି ଅସନ୍ତୁଷ୍ଟ ଥିବାବେଳେ ଅନ୍ୟପଟେ ମମତା ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ପଶ୍ଚିମବଙ୍ଗରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଆଳୁ ବ୍ୟବସାୟୀ । ପଶ୍ଚିମବଙ୍ଗ ସରକାରଙ୍କ ସହ ଆଲୋଚନା ବିଫଳ ହେବା ପରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ୬୨ ହଜାର ଛୋଟ ବଡ଼ ଆଳୁ ବ୍ୟବସାୟୀ । ଅନ୍ୟପଟେ ମମତା ସରକାର ଆଳୁ ଟ୍ରକ ଛାଢୁନଥିବାରୁ ଗଳାବାଟ ଦେଇ ଓଡ଼ିଶା ଆସୁଛନ୍ତି ପଶ୍ଚିମବଙ୍ଗ ଡ୍ରାଇଭର ।

ଗୋଟିଏ ପଟେ ଓଡିଶାରେ ହାଣ୍ଡିଶାଳ ଉପରେ ଆଳୁର ମହଙ୍ଗା ମାଡ଼ ପଡିଥିବାବେଳେ ଅନ୍ୟପଟେ ପଶ୍ଚିମବଙ୍ଗ ସରକାର ଓଡିଶାକୁ ଯୋଗାଣ ବନ୍ଦ କରିବା ସେଠାକାର ଚାଷୀ ଓ ବ୍ୟବସାୟୀଙ୍କ ନିଦ ହଜାଇ ଦେଇଛି ।