ୟୁପିରେ ଅଖିଳେଶ ୧୧ ଆସନ ଛାଡ଼ିବା ନେଇ ଘୋଷଣା ପରେ ବି ବୁଝୁନି କଂଗ୍ରେସ ମନ, କହିଲା…….
ଲକ୍ଷ୍ନୌ : ଇଣ୍ଡିଆ ମେଣ୍ଟର ଆଗାମୀ ଭବିଷ୍ୟତ ନେଇ ସନ୍ଦିହାନୀ ଦେଖାଦେଉଥିବା ବେଳେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଆଜିର ଘୋଷଣା କିଛି ମାତ୍ରରେ ଆଶ୍ବସ୍ତ କରିଛି। ପଶ୍ଚିମବଙ୍ଗ ଓ ପଞ୍ଜାବରେ ଇଣ୍ଡିଆ ମେଣ୍ଟର ମୁଖ୍ୟ ଦଳ କଂଗ୍ରେସକୁ ଝଟକା ମିଳିବା ପରେ ଆଜି ଉତ୍ତର ପ୍ରଦେଶରୁ ଶୁଭ ଖବର ଆସିଛି । ଇଣ୍ଡିଆ ମେଣ୍ଟର ସହଯୋଗୀ ଦଳ ସମାଜବାଦୀ ପାର୍ଟି ଓ ରାଷ୍ଟ୍ରୀୟ ଲୋକଦଳ ଓ କଂଗ୍ରେସ ମଧ୍ୟରେ ଆସନ ବୁଝାମଣା ହୋଇଛି । […]

ଲକ୍ଷ୍ନୌ : ଇଣ୍ଡିଆ ମେଣ୍ଟର ଆଗାମୀ ଭବିଷ୍ୟତ ନେଇ ସନ୍ଦିହାନୀ ଦେଖାଦେଉଥିବା ବେଳେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଆଜିର ଘୋଷଣା କିଛି ମାତ୍ରରେ ଆଶ୍ବସ୍ତ କରିଛି। ପଶ୍ଚିମବଙ୍ଗ ଓ ପଞ୍ଜାବରେ ଇଣ୍ଡିଆ ମେଣ୍ଟର ମୁଖ୍ୟ ଦଳ କଂଗ୍ରେସକୁ ଝଟକା ମିଳିବା ପରେ ଆଜି ଉତ୍ତର ପ୍ରଦେଶରୁ ଶୁଭ ଖବର ଆସିଛି । ଇଣ୍ଡିଆ ମେଣ୍ଟର ସହଯୋଗୀ ଦଳ ସମାଜବାଦୀ ପାର୍ଟି ଓ ରାଷ୍ଟ୍ରୀୟ ଲୋକଦଳ ଓ କଂଗ୍ରେସ ମଧ୍ୟରେ ଆସନ ବୁଝାମଣା ହୋଇଛି । ଏନେଇ ଅଖିଳେଶ ଯାଦବ କହିଛନ୍ତି କି, ଉତ୍ତର ପ୍ରଦେଶରେ ରାଷ୍ଟ୍ରୀୟ ଲୋକଦଳ ୭ଟି ଆସନରେ ଲଢିବ ଓ ସମାଜବାଦୀ ପାର୍ଟି କଂଗ୍ରେସ ପାଇଁ ୧୧ ଟି ଆସନ ଛାଡିବ । ‘ଇଣ୍ଡିଆ’ ମେଣ୍ଟ ଏବଂ ପିଡିଏର ରଣନୀତି ୟୁପିରେ ଇତିହାସ ବଦଳିବ ବୋଲି ଏସପି ସୁପ୍ରିମୋ ଅଖିଳେଶ ଯାଦବ କହିଛନ୍ତି।
ଆସନ ବୁଝାମଣା ନେଇ ଏସପି ସୁପ୍ରିମୋ ଅଖିଳେଶ ଯାଦବ ସୋସିଆଲ ମିଡିଆ ‘ଏକ୍ସ’ ରେ ଏକ ପୋଷ୍ଟ କରି କହିଛନ୍ତି କି, କଂଗ୍ରେସ ସହ ୧୧ଟି ମଜବୁତ ଆସନରେ ଆମର ସୌହାର୍ଦ୍ଦପୂର୍ଣ୍ଣ ମେଣ୍ଟ ହେବାକୁ ଯାଉଛି । ‘ଇଣ୍ଡିଆ’ ମେଣ୍ଟ ଏବଂ ପିଡିଏର ରଣନୀତି ୟୁପିରେ ଇତିହାସ ବଦଳିବ। ଅଖିଳେଶଙ୍କ ଏହି ଘୋଷଣା ପରେ ରାଜ୍ୟର କଂଗ୍ରେସ ନେତୃତ୍ୱ ଅସନ୍ତୋଷ୍ଟ ପ୍ରକାଶ କରିଛନ୍ତି । ଏହା ଅଖିଳେଶଙ୍କର ଏକତରଫା ନିଷ୍ପତ୍ତି ବୋଲି ରାଜ୍ୟ ଅଭିଯୋଗ ହୋଇଛି ।
କଂଗ୍ରେସର ଉତ୍ତରପ୍ରଦେଶ ସଭାପତି ଅଜୟ ରାୟ କହିଛନ୍ତି ଯେ, ଏନେଇ ଆଲୋଚନା ଜାରି ରହିଛି । ଆମର ରାଷ୍ଟ୍ରୀୟ କମିଟି ଏହା ଉପରେ ଆଲୋଚନା କରୁଛି । ମୁକୁଲ ବାସନିକଙ୍କ ନେତୃତ୍ୱରେ ଗଠିତ କମିଟି ବର୍ତ୍ତମାନ ସମାଜବାଦୀ ଦଳର ବରିଷ୍ଠ ନେତାଙ୍କ ସହ ଆଲୋଚନା କରୁଛି । ୧୧ ଟି ଆସନ ସମ୍ବନ୍ଧୀୟ ଚୁକ୍ତିନାମାର ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ଚୂଡାନ୍ତ ହୋଇନାହିଁ ।