ୟୁପିରେ ମେଣ୍ଟ ଉପରେ ବଡ଼ ଘୋଷଣା କଲେ ଅଖିଳେଶ, ସ୍ପଷ୍ଟ ହୋଇଗଲା ଚିତ୍ର
ଲକ୍ଷ୍ନୌ,୧୦।୧୦: ସମାଜବାଦୀ ପାର୍ଟି ମଙ୍ଗଳବାର ଉପ-ନିର୍ବାଚନ ପାଇଁ ନିଜର ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିବା ପରେ ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। କଂଗ୍ରେସ କହିଛି ଯେ ଏ ପର୍ଯ୍ୟନ୍ତ ଗଠବନ୍ଧନରେ ଆସନ ଭାଗବଣ୍ଟାକୁ ନେଇ କୌଣସି ଆଲୋଚନା ହୋଇନାହିଁ। କଂଗ୍ରେସର ଏହି ବିବୃତ୍ତି ରାଜନୀତିକୁ ଏକ ନୂଆ ରଙ୍ଗ ଦେଇଛି, ଯାହା ପରେ ସବୁ ପ୍ରକାର କଳ୍ପନାଜଳ୍ପନା ଆରମ୍ଭ ହୋଇ ଯାଇଥିଲା। ତେବେ ଗତ ୨୪ ଘଣ୍ଟା ଧରି ଲାଗି ରହିଥିବା ସସପେନ୍ସକୁ ନେଇ ଏବେ ଏସପି […] The post ୟୁପିରେ ମେଣ୍ଟ ଉପରେ ବଡ଼ ଘୋଷଣା କଲେ ଅଖିଳେଶ, ସ୍ପଷ୍ଟ ହୋଇଗଲା ଚିତ୍ର appeared first on Dharitri Odia News.
ଲକ୍ଷ୍ନୌ,୧୦।୧୦: ସମାଜବାଦୀ ପାର୍ଟି ମଙ୍ଗଳବାର ଉପ-ନିର୍ବାଚନ ପାଇଁ ନିଜର ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିବା ପରେ ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। କଂଗ୍ରେସ କହିଛି ଯେ ଏ ପର୍ଯ୍ୟନ୍ତ ଗଠବନ୍ଧନରେ ଆସନ ଭାଗବଣ୍ଟାକୁ ନେଇ କୌଣସି ଆଲୋଚନା ହୋଇନାହିଁ। କଂଗ୍ରେସର ଏହି ବିବୃତ୍ତି ରାଜନୀତିକୁ ଏକ ନୂଆ ରଙ୍ଗ ଦେଇଛି, ଯାହା ପରେ ସବୁ ପ୍ରକାର କଳ୍ପନାଜଳ୍ପନା ଆରମ୍ଭ ହୋଇ ଯାଇଥିଲା।
ତେବେ ଗତ ୨୪ ଘଣ୍ଟା ଧରି ଲାଗି ରହିଥିବା ସସପେନ୍ସକୁ ନେଇ ଏବେ ଏସପି ମୁଖ୍ୟ ଅଖିଳେଶ ଯାଦବ ମୁହଁ ଖୋଲିଛନ୍ତି। ଯେତେବେଳେ ଅଖିଳେଶ ଯାଦବଙ୍କୁ ହରିୟାଣାରେ କଂଗ୍ରେସର ପରାଜୟ ବିଷୟରେ ପଚରାଗଲା, ସେତେବେଳେ ସେ ଏକ ସ୍ପଷ୍ଟ ସ୍ବରରେ କହିଛନ୍ତି ଯେ ସେ ଆଜି ଏହି ବିଷୟରେ କିଛି କହିବେ ନାହିଁ। ଆଜି ଏହି ବିଷୟରେ କହିବା ପାଇଁ ଉପଯୁକ୍ତ ଦିନ ନୁହେଁ।
ଅନ୍ୟପଟେ, ଏସପି ମୁଖ୍ୟଙ୍କୁ ଉପ-ନିର୍ବାଚନ ବିଷୟରେ ଖୋଲାଖୋଲି ଉତ୍ତର ଦେଇଛନ୍ତି। କଂଗ୍ରେସ ସହିତ ଆସନ ଭାଗବଣ୍ଟା ଏବଂ ଏହାର ପ୍ରାର୍ଥୀଙ୍କ ଘୋଷଣା ଉପରେ ସେ କହିଛନ୍ତି ଯେ ଆଜିର ଦିନରେ ବହୁତ କିଛି କହି ହେବ ନାହିଁ କିନ୍ତୁ ହଁ, ୟୁପିରେ କଂଗ୍ରେସ ସହିତ ମେଣ୍ଟ ରହିବ। ଅଖିଳେଶ ଯାଦବଙ୍କ ଏହି ବିବୃତ୍ତି ସହିତ ଅନେକ ସସପେନ୍ସ ଶେଷ ହୋଇଛି କିନ୍ତୁ ଆସନ ଉପରେ ପ୍ରଶ୍ନ ଉଠିଛି।
The post ୟୁପିରେ ମେଣ୍ଟ ଉପରେ ବଡ଼ ଘୋଷଣା କଲେ ଅଖିଳେଶ, ସ୍ପଷ୍ଟ ହୋଇଗଲା ଚିତ୍ର appeared first on Dharitri Odia News.