ୟୁରିଆ ଗୋଲ୍ଡ ସାର ଲଞ୍ଚ ପାଇଁ କେନ୍ଦ୍ର ସରକାରଙ୍କ ଅନୁମତି: ୪୦ କେଜିଆ ବ୍ୟାଗର ମୂଲ୍ୟ ମାତ୍ର ଏତିକି….
ନୂଆଦିଲ୍ଲୀ: କେନ୍ଦ୍ର ସରକାର ୟୁରିଆ ଗୋଲ୍ଡ ସାର ଲଞ୍ଚ କରିବାକୁ ମଞ୍ଜୁରି ଦେଇଛନ୍ତି। ଏନେଇ ଆଜି କ୍ୟାବିନେଟ୍ ବୈଠକ ହୋଇଥିଲା। ବୈଠକରେ ସଲ୍ଫର କୋଟେଡ୍ ୟୁରିଆ ସାରକୁ ଶସ୍ତା ଦାମ୍ରେ ଲଞ୍ଚ କରିବାକୁ ଅନୁମତି ମିଳିଛି। ୟୁରିଆ ଗୋଲ୍ଡର ୪୦ କେଜିଆ ବ୍ୟାଗ୍ର ମୂଲ୍ୟ ମାତ୍ର ୨୬୬.୫୦ ଟଙ୍କା ରଖାଯାଇଛି। ଏନେଇ ରାସାୟନ ଓ ସାର ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ସାର ଉତ୍ପାଦନକାରୀ କମ୍ପାନୀର ଏମଡି ଏବଂ ସିଏମଡିମାନଙ୍କୁ ଏହି ନିଷ୍ପତ୍ତି ସମ୍ପର୍କରେ ବିଜ୍ଞପ୍ତି ଜାରି କରାଯାଇ। ସୂଚନା ଅନୁଯାୟୀ ଏହାକୁ ୪୦ କେଜିଆ ବ୍ୟାଗରେ ବିକ୍ରି କରାଯିବ। ଏହାର ମୂଲ୍ୟ ନିମ୍ କୋଟେଡ୍ ୟୁରିଆର ୪୫ କିଲୋଗ୍ରାମ ବ୍ୟାଗ ସହିତ ସମାନ ହେବ। ନିମ୍ କୋଟେଡ୍ ୟୁରିଆର ଏକ ବ୍ୟାଗ୍ର ମୂଲ୍ୟ ବର୍ତ୍ତମାନ ଜିଏସ୍ଟି ସହ ୨୬୬.୫୦ ଟଙ୍କା ରହିଛି। ଉଭୟର ମୂଲ୍ୟ ସମାନ ରଖିବା ହେତୁ ଚାଷୀଙ୍କ ଉପରେ କ କୌଣସି ଅତିରିକ୍ତ ବୋଝ ରହିବ ନାହିଁ। ଏଥିସହିତ ଚାଷୀମାନେ ଅଧିକ ପରିବେଶ ଅନୁକୂଳ ୟୁରିଆ ବ୍ୟବହାର କରିପାରିବେ। ଚଷା ଉପଯୋଗୀ ପାଇଁ ମୃତ୍ତିକାର ମାନ ବୃଦ୍ଧି, ପୋଷକ ତତ୍ୱର ପୂରା ଫାଇଦା ଉଠାଇବା ଓ ଭଲ ଅମଳ ସୁନିଶ୍ଚିତ କରିବାରେ ସଲଫର-କୋଟେଡ୍ ୟୁରିଆ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଆଶା କରାଯାଉଛି। ଗୋଲ୍ଡ ୟୁରିଆ ପରିବେଶ ପାଇଁ ଖୁବ୍ ଉପଯୋଗୀ ବୋଲି କୁହାଯାଉଛି। ଏହାକୁ ଗତ ବର୍ଷ ଲଞ୍ଚ କରାଯାଇଥିଲା। ପଢ଼ନ୍ତୁ-୧୪ରୁ କଂଗ୍ରେସର ‘ଭାରତ
ନୂଆଦିଲ୍ଲୀ: କେନ୍ଦ୍ର ସରକାର ୟୁରିଆ ଗୋଲ୍ଡ ସାର ଲଞ୍ଚ କରିବାକୁ ମଞ୍ଜୁରି ଦେଇଛନ୍ତି। ଏନେଇ ଆଜି କ୍ୟାବିନେଟ୍ ବୈଠକ ହୋଇଥିଲା। ବୈଠକରେ ସଲ୍ଫର କୋଟେଡ୍ ୟୁରିଆ ସାରକୁ ଶସ୍ତା ଦାମ୍ରେ ଲଞ୍ଚ କରିବାକୁ ଅନୁମତି ମିଳିଛି। ୟୁରିଆ ଗୋଲ୍ଡର ୪୦ କେଜିଆ ବ୍ୟାଗ୍ର ମୂଲ୍ୟ ମାତ୍ର ୨୬୬.୫୦ ଟଙ୍କା ରଖାଯାଇଛି। ଏନେଇ ରାସାୟନ ଓ ସାର ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ସାର ଉତ୍ପାଦନକାରୀ କମ୍ପାନୀର ଏମଡି ଏବଂ ସିଏମଡିମାନଙ୍କୁ ଏହି ନିଷ୍ପତ୍ତି ସମ୍ପର୍କରେ ବିଜ୍ଞପ୍ତି ଜାରି କରାଯାଇ।
ସୂଚନା ଅନୁଯାୟୀ ଏହାକୁ ୪୦ କେଜିଆ ବ୍ୟାଗରେ ବିକ୍ରି କରାଯିବ। ଏହାର ମୂଲ୍ୟ ନିମ୍ କୋଟେଡ୍ ୟୁରିଆର ୪୫ କିଲୋଗ୍ରାମ ବ୍ୟାଗ ସହିତ ସମାନ ହେବ। ନିମ୍ କୋଟେଡ୍ ୟୁରିଆର ଏକ ବ୍ୟାଗ୍ର ମୂଲ୍ୟ ବର୍ତ୍ତମାନ ଜିଏସ୍ଟି ସହ ୨୬୬.୫୦ ଟଙ୍କା ରହିଛି। ଉଭୟର ମୂଲ୍ୟ ସମାନ ରଖିବା ହେତୁ ଚାଷୀଙ୍କ ଉପରେ କ କୌଣସି ଅତିରିକ୍ତ ବୋଝ ରହିବ ନାହିଁ। ଏଥିସହିତ ଚାଷୀମାନେ ଅଧିକ ପରିବେଶ ଅନୁକୂଳ ୟୁରିଆ ବ୍ୟବହାର କରିପାରିବେ।
ଚଷା ଉପଯୋଗୀ ପାଇଁ ମୃତ୍ତିକାର ମାନ ବୃଦ୍ଧି, ପୋଷକ ତତ୍ୱର ପୂରା ଫାଇଦା ଉଠାଇବା ଓ ଭଲ ଅମଳ ସୁନିଶ୍ଚିତ କରିବାରେ ସଲଫର-କୋଟେଡ୍ ୟୁରିଆ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଆଶା କରାଯାଉଛି। ଗୋଲ୍ଡ ୟୁରିଆ ପରିବେଶ ପାଇଁ ଖୁବ୍ ଉପଯୋଗୀ ବୋଲି କୁହାଯାଉଛି। ଏହାକୁ ଗତ ବର୍ଷ ଲଞ୍ଚ କରାଯାଇଥିଲା।
ପଢ଼ନ୍ତୁ-୧୪ରୁ କଂଗ୍ରେସର ‘ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା’: ମଲ୍ଲିକାର୍ଜୁନ ଖଡଗେ ଜାରି କଲେ ଲୋଗୋ ଏବଂ ଟ୍ୟାଗ୍ଲାଇନ
ୟୁରିଆ ଗୋଲ୍ଡର ବ୍ୟବହାର ପରେ ମାଟିରେ ସଲଫରର ଅଭାବ ରହିବ ନାହିଁ। ଏହାର ବ୍ୟବହାର ଦ୍ୱାରା ଗଛଗୁଡିକରେ ନାଇଟ୍ରୋଜେନକୁ ଭଲ ଭାବରେ ବ୍ୟବହାର କରିବାର କ୍ଷମତା ବଢ଼ିବ। ଏହା ବ୍ୟତୀତ ୟୁରିଆର ଖର୍ଚ୍ଚ ମଧ୍ୟ କମ ହେବ। କୃଷକମାନେ ଏଥିରୁ ଦୁଇଗୁଣ ଲାଭ ପାଇବେ। ଭାରତରେ ଚାଷ ଜମିର ଅବସ୍ଥା ବିଗିଡି ଯାଉଛି। ୟୁରିଆର ବହୁଳ ବ୍ୟବହାର ହେତୁ ମୃତ୍ତିକାର ଉର୍ବରତା ଏବଂ ଅମଳ କ୍ଷମତା ହ୍ରାସ ପାଉଛି। ଏ ଦିଗରେ ୟୁରିଆ ଗୋଲ୍ଡ ଅନେକ ଲାଭକାରୀ ହେବ।
ସଲଫର କୋଟେଡ୍ ୟୁରିଆରୁ ନାଇଟ୍ରୋଜେନ ଧୀରେ ଧୀରେ ନିର୍ଗତ ହୋଇଥାଏ। ୟୁରିଆ ଗୋଲ୍ଡରେ ହ୍ୟୁମିକ୍ ଏସିଡ୍ ଥିବାରୁ ଏହାର ଉପସ୍ଥିତି ଅଧିକ ହୋଇଥାଏ। ତେବେ ବର୍ତ୍ତମାନ ବ୍ୟବହୃତ ୟୁରିଆ ପାଇଁ ଏହା ଏକ ଭଲ ବିକଳ୍ପ। ସୂଚନା ଅନୁଯାୟୀ, ୧୫ କିଲୋଗ୍ରାମ ୟୁରିଆ ଗୋଲ୍ଡ ୨୦ କିଲୋ ସାଧାରଣ ୟୁରିଆ ସାର ଭଳି ଲାଭ ଦେବ।
The post ୟୁରିଆ ଗୋଲ୍ଡ ସାର ଲଞ୍ଚ ପାଇଁ କେନ୍ଦ୍ର ସରକାରଙ୍କ ଅନୁମତି: ୪୦ କେଜିଆ ବ୍ୟାଗର ମୂଲ୍ୟ ମାତ୍ର ଏତିକି…. appeared first on Prameya News7.