ୟୁରେସିଆ-ଏସିଆରେ ଶାନ୍ତି ପାଇଁ ଆହ୍ବାନ ଦେଲେ ମୋଦି
ଭିଏଣ୍ଟିଆନ,୧୧।୧୦: ଏସିଆନ ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଓସ ଗସ୍ତରେ ଅଛନ୍ତି। ଶୁକ୍ରବାର ତାଙ୍କର ଭ୍ରମଣର ଦ୍ୱିତୀୟ ଦିନ। ଏସିଆନ-ଇଣ୍ଡିଆ ଶିଖର ସମ୍ମିଳନୀ ସହିତ ଭିଏଣ୍ଟିଆନରେ ମଧ୍ୟ ପୂର୍ବ ଏସିଆ ସମ୍ମିଳନୀ ଆୟୋଜିତ ହେଉଛି । ପୂର୍ବ ଏସିଆ ସମ୍ମିଳନୀରେ ଟାଇଫୁନ ୟାଗୀରେ ପ୍ରାଣ ହରାଇଥିବା ଲୋକଙ୍କୁ ଭାରତୀୟ ପ୍ରଧାନମନ୍ତ୍ରୀ ସମବେଦନା ଜଣାଇଛନ୍ତି। ଏଥିସହ ବିଶ୍ୱର ବିଭିନ୍ନ ଭାଗରେ ଚାଲିଥିବା ସଂଘର୍ଷର ଗ୍ଲୋବାଲ ସାଉଥ ଦେଶ ଉପରେ ସର୍ବାଧିକ ନକାରାତ୍ମକ ପ୍ରଭାବକୁ ଦୃଷ୍ଟିରେ ରଖି […] The post ୟୁରେସିଆ-ଏସିଆରେ ଶାନ୍ତି ପାଇଁ ଆହ୍ବାନ ଦେଲେ ମୋଦି appeared first on Dharitri Odia News.
ଭିଏଣ୍ଟିଆନ,୧୧।୧୦: ଏସିଆନ ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଓସ ଗସ୍ତରେ ଅଛନ୍ତି। ଶୁକ୍ରବାର ତାଙ୍କର ଭ୍ରମଣର ଦ୍ୱିତୀୟ ଦିନ। ଏସିଆନ-ଇଣ୍ଡିଆ ଶିଖର ସମ୍ମିଳନୀ ସହିତ ଭିଏଣ୍ଟିଆନରେ ମଧ୍ୟ ପୂର୍ବ ଏସିଆ ସମ୍ମିଳନୀ ଆୟୋଜିତ ହେଉଛି । ପୂର୍ବ ଏସିଆ ସମ୍ମିଳନୀରେ ଟାଇଫୁନ ୟାଗୀରେ ପ୍ରାଣ ହରାଇଥିବା ଲୋକଙ୍କୁ ଭାରତୀୟ ପ୍ରଧାନମନ୍ତ୍ରୀ ସମବେଦନା ଜଣାଇଛନ୍ତି। ଏଥିସହ ବିଶ୍ୱର ବିଭିନ୍ନ ଭାଗରେ ଚାଲିଥିବା ସଂଘର୍ଷର ଗ୍ଲୋବାଲ ସାଉଥ ଦେଶ ଉପରେ ସର୍ବାଧିକ ନକାରାତ୍ମକ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ୟୁରେସିଆ ଏବଂ ପଶ୍ଚିମ ଏସିଆରେ ଶାନ୍ତି ଏବଂ ସ୍ଥିରତା ଆଣିବାକୁ ଆହ୍ବାନ ଦେଇଛନ୍ତି।
ଉନବିଂଶ ପୂର୍ବ ଏସିଆ ସମ୍ମିଳନୀକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଯୁଦ୍ଧକ୍ଷେତ୍ରରୁ ସମସ୍ୟାର ସମାଧାନ ହୋଇପାରିବ ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି ଯେ ସମଗ୍ର ଅଞ୍ଚଳର ବିକାଶ ପାଇଁ ଏକ ମୁକ୍ତ, ଖୋଲା, ଅନ୍ତର୍ଭୂକ୍ତ, ସମୃଦ୍ଧ ଏବଂ ନିୟମ ଆଧାରିତ ଇଣ୍ଡୋ-ପାସିଫିକ ଜରୁରୀ ଅଟେ। ସେ କହିଛନ୍ତି ଯେ ଦକ୍ଷିଣ ଚାଇନା ସାଗରରେ ଶାନ୍ତି, ନିରାପତ୍ତା ଏବଂ ସ୍ଥିରତା ସମଗ୍ର ଇଣ୍ଡୋ-ପାସିଫିକର ହିତରେ ଅଛି।
The post ୟୁରେସିଆ-ଏସିଆରେ ଶାନ୍ତି ପାଇଁ ଆହ୍ବାନ ଦେଲେ ମୋଦି appeared first on Dharitri Odia News.