ୟୁରୋପରେ ପାରୋଟ ଫିଭର ଭୟ, ଗଲାଣି ୫ ଜଣକ ଜୀବନ, ଜାଣନ୍ତୁ କେତେ ବିପଜ୍ଜନକ ଏହି ରୋଗ ?

ନୂଆଦିଲ୍ଲୀ: ୟୁରୋପରେ ବ୍ୟାପିବାରେ ଲାଗିଛି ପାରୋଟ ଫିଭର (ଶୁଆ ଏବଂ ପକ୍ଷୀଙ୍କଠାରୁ ବ୍ୟାପୁଥିବା ରୋଗ)। ଯେଉଁଥିରେ ୫ ଜଣକ ମୃତ୍ୟୁ ମଧ୍ୟ ହେଲାଣି। ଯାହାପରେ ଏବେ ଚିନ୍ତାରେ ବଢ଼ିବାରେ ଲାଗିଛି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମଧ୍ୟ ଏନେଇ ସ୍ପଷ୍ଟ କରିଛି । ପାରୋଟ ଫିଭରକୁ ସିଟାକୋସିସ ମଧ୍ୟ କୁହାଯାଏ। ୨୦୨୩ରେ ଏଠାରେ ପ୍ରଥମେ ଏହି ରୋଗ ଦେଖିବାକୁ ମିଳିଥିଲା। ଅନେକ ଲୋକଙ୍କ ମଧ୍ୟରେ ସଂକ୍ରମଣ ବ୍ୟାପିଥିଲା ଏବଂ ଏପର୍ଯ୍ୟନ୍ତ ୫ ଜଣକ ଏହି ରୋଗ କାରଣରୁ ମୃତ୍ୟୁ ହୋଇଛି।ରିପୋର୍ଟ ଅନୁଯାୟୀ, ଗତ ବର୍ଷ ଜର୍ମାନୀରେ ୧୪ ଏବଂ ଅଷ୍ଟ୍ରିଆରେ ୧୪ ମାମଲା ସାମ୍‌ନାକୁ ଆସିଥିଲା। ଚଳିତ ବର୍ଷ ଅଷ୍ଟ୍ରିଆରେ ମାର୍ଚ୍ଚରେ ୪ ସଂକ୍ରମଣ ରେକର୍ଡ ହୋଇଥିଲା। ସେହିଭଳି ଡେନମାର୍କ ଚଳିତ ବର୍ଷ ଫେବ୍ରୁଆରୀ ୨୩ ସୁଦ୍ଧା ସ୍ପଷ୍ଟ ହୋଇଥିଲା। ନେଦରଲାଣ୍ଡସରେ ମଧ୍ୟ ୨୧ ମାମଲା ସାମ୍‌ନାକୁ ଆସିଛି। ତେବେ ଜାଣନ୍ତୁ କ’ଣ ଏହି ରୋଗ ଏବଂ ଏହା କିପରି ବ୍ୟାପିଥାଏ ତଥା କେତେ ବିପଜ୍ଜନକ।କ’ଣ ଏହି ପାରୋଟ ଫିଭର, ଏହା କିଭଳି ବ୍ୟାପିଥାଏ ?ପାରୋଟ ଫିଭର ଏକ ବ୍ୟାକ୍ଟେରିଆ ଜନିତ ସଂକ୍ରମଣ। ଏହା କ୍ଲେମାୟାଡିୟା ପରିବାରର ବ୍ୟାକ୍ଟେରିଆ ସଂକ୍ରମଣ ଦ୍ବାରା ବ୍ୟାପିଥାଏ। ଏହି ବ୍ୟାକ୍ଟେରିଆ ଶୁଆ ସମେତ ଅନେକ ପକ୍ଷୀଙ୍କ ମାଧ୍ୟମରେ ତାଙ୍କୁ ସଂକ୍ରମିତ କରିଥାଏ ଏବଂ ସଂକ୍ରମିତ ପକ୍ଷୀଙ୍କ ଠାରୁ ମଣିଷଙ୍କୁ ସଂକ୍ରମିତ ହୋଇଥାଏ। ବଡ଼ କଥା ହେଉଛି ସଂକ୍ରମିତ ପକ୍ଷୀଙ୍କ ଠାରେ

ୟୁରୋପରେ ପାରୋଟ ଫିଭର ଭୟ, ଗଲାଣି ୫ ଜଣକ ଜୀବନ, ଜାଣନ୍ତୁ କେତେ ବିପଜ୍ଜନକ ଏହି ରୋଗ ?

ନୂଆଦିଲ୍ଲୀ: ୟୁରୋପରେ ବ୍ୟାପିବାରେ ଲାଗିଛି ପାରୋଟ ଫିଭର (ଶୁଆ ଏବଂ ପକ୍ଷୀଙ୍କଠାରୁ ବ୍ୟାପୁଥିବା ରୋଗ)। ଯେଉଁଥିରେ ୫ ଜଣକ ମୃତ୍ୟୁ ମଧ୍ୟ ହେଲାଣି। ଯାହାପରେ ଏବେ ଚିନ୍ତାରେ ବଢ଼ିବାରେ ଲାଗିଛି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମଧ୍ୟ ଏନେଇ ସ୍ପଷ୍ଟ କରିଛି । ପାରୋଟ ଫିଭରକୁ ସିଟାକୋସିସ ମଧ୍ୟ କୁହାଯାଏ। ୨୦୨୩ରେ ଏଠାରେ ପ୍ରଥମେ ଏହି ରୋଗ ଦେଖିବାକୁ ମିଳିଥିଲା। ଅନେକ ଲୋକଙ୍କ ମଧ୍ୟରେ ସଂକ୍ରମଣ ବ୍ୟାପିଥିଲା ଏବଂ ଏପର୍ଯ୍ୟନ୍ତ ୫ ଜଣକ ଏହି ରୋଗ କାରଣରୁ ମୃତ୍ୟୁ ହୋଇଛି।

ରିପୋର୍ଟ ଅନୁଯାୟୀ, ଗତ ବର୍ଷ ଜର୍ମାନୀରେ ୧୪ ଏବଂ ଅଷ୍ଟ୍ରିଆରେ ୧୪ ମାମଲା ସାମ୍‌ନାକୁ ଆସିଥିଲା। ଚଳିତ ବର୍ଷ ଅଷ୍ଟ୍ରିଆରେ ମାର୍ଚ୍ଚରେ ୪ ସଂକ୍ରମଣ ରେକର୍ଡ ହୋଇଥିଲା। ସେହିଭଳି ଡେନମାର୍କ ଚଳିତ ବର୍ଷ ଫେବ୍ରୁଆରୀ ୨୩ ସୁଦ୍ଧା ସ୍ପଷ୍ଟ ହୋଇଥିଲା। ନେଦରଲାଣ୍ଡସରେ ମଧ୍ୟ ୨୧ ମାମଲା ସାମ୍‌ନାକୁ ଆସିଛି। ତେବେ ଜାଣନ୍ତୁ କ’ଣ ଏହି ରୋଗ ଏବଂ ଏହା କିପରି ବ୍ୟାପିଥାଏ ତଥା କେତେ ବିପଜ୍ଜନକ।

କ’ଣ ଏହି ପାରୋଟ ଫିଭର, ଏହା କିଭଳି ବ୍ୟାପିଥାଏ ?

ପାରୋଟ ଫିଭର ଏକ ବ୍ୟାକ୍ଟେରିଆ ଜନିତ ସଂକ୍ରମଣ। ଏହା କ୍ଲେମାୟାଡିୟା ପରିବାରର ବ୍ୟାକ୍ଟେରିଆ ସଂକ୍ରମଣ ଦ୍ବାରା ବ୍ୟାପିଥାଏ। ଏହି ବ୍ୟାକ୍ଟେରିଆ ଶୁଆ ସମେତ ଅନେକ ପକ୍ଷୀଙ୍କ ମାଧ୍ୟମରେ ତାଙ୍କୁ ସଂକ୍ରମିତ କରିଥାଏ ଏବଂ ସଂକ୍ରମିତ ପକ୍ଷୀଙ୍କ ଠାରୁ ମଣିଷଙ୍କୁ ସଂକ୍ରମିତ ହୋଇଥାଏ। ବଡ଼ କଥା ହେଉଛି ସଂକ୍ରମିତ ପକ୍ଷୀଙ୍କ ଠାରେ କିନ୍ତୁ ଏହି ରୋଗର ପ୍ରଭାବ ଦେଖାଯାଇନଥାଏ।

ଆମେରିକୀୟ ସ୍ବାସ୍ଥ୍ୟ ଏଜେନ୍ସୀ ସେଣ୍ଟର୍ସ ଫର୍‌ ଡିଜିଜ କଣ୍ଟ୍ରୋଲ ଆଣ୍ଡ୍‌ ପ୍ରିଭେନ୍ସନ ଅନୁଯାୟୀ, ସଂକ୍ରମିତ ପକ୍ଷୀ କିମ୍ବା ପକ୍ଷୀର ମଳ ସଂସ୍ପର୍ଶରେ ଆସିଲେ, ତଥା ସଂକ୍ରମିତ ପକ୍ଷୀ ଯେଉଁ ସ୍ଥାନରେ ଶ୍ବାସକ୍ରିୟା କରିଥାଏ । ତାହା ସଂସ୍ପର୍ଶରେ ଆସିଲେ ମଣିଷ ସଂକ୍ରମିତ ହୋଇଥାଏ। ଆହୁରି ମଧ୍ୟ ଏଜେନ୍ସୀର କହିବା ଅନୁଯାୟୀ, ଜଣେ ମଣିଷ ଠାରୁ ଅନ୍ୟ ଜଣକୁ ବ୍ୟାପିବା ସମ୍ଭବ। କିନ୍ତୁ ଗବେଷଣାରୁ ଜଣପଡ଼ିଛି ଏହା ଖୁବ୍‌ କମ୍‌ । ବିଶ୍ବ ସ୍ବାସ୍ଥ୍ୟ ସଂଗଠନର କହିବା ଅନୁଯାୟୀଳ, ଅଧିକାଂଶ ବ୍ୟକ୍ତି ଗୃହପାଳିତ ସଂକ୍ରମିତ ପକ୍ଷୀଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବା ମାମଲା ଅଧିକ ରହିଛି।

ତେବେ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଏହା ପ୍ରଥମେ ପକ୍ଷୀଙ୍କ ଠାରେ ବ୍ୟାପିଥାଏ ଏବଂ ସେମାନଙ୍କ ଠାରୁ ମଣିଷଙ୍କୁ ସଂକ୍ରମିତ କରିଥାଏ। ବିଶେଷଜ୍ଞଙ୍କ ଅନୁଯାୟୀ, ପକ୍ଷୀଙ୍କ ପରରୁ ମଧ୍ୟ ଏହି ରୋଗ ବ୍ୟାପିପାରେ। ଏଥିପାଇଁ ସତର୍କ ରହିବା ଆବଶ୍ୟକତା ରହିଛି। ତେବେ ଫାର୍ମ, ପଶୁ ବିଶେଷଜ୍ଞ ଏବଂ ମାଳୀଙ୍କୁ ଏହି ରୋଗରେ ଆକ୍ରାନ୍ତ ହେବା ସବୁଠାରୁ ଅଧିକ ସମ୍ଭାବନା ରହିଛି।

ଲକ୍ଷଣ, ଏହା କେତେ ବିପଜ୍ଜନକ ?

ପାରୋଟ ଫିଭରରେ ସଂକ୍ରମଣ ହେବାର ଆଗାମୀ ୫ରୁ ୧୪ ଦିନରେ ଲକ୍ଷଣ ନଜର ଆସିଥାଏ। ସଂକ୍ରମଣ ହେବା ପରେ ଅନେକ ଲକ୍ଷଣ ଦେଖାଯାଏ। ଯେମିତିକି ମୁଣ୍ଡବିନ୍ଧା, ମାଂସପେଶୀରେ ଯନ୍ତ୍ରଣା, ଶୁଖିଲା କାଶ, ଜ୍ବର ଏବଂ କମ୍ପନ। ଆଣ୍ଟିବାୟୋଟିକ୍‌ ସାହାଯ୍ୟରେ ଏହି ରୋଗର ଚିକିତ୍ସା କରାଯାଏ। ବିଶ୍ବ ସ୍ବାସ୍ଥ୍ୟ ସଂଗଠନର କହିବା ଅନୁଯାୟୀ, ଯେଉଁ ଦେଶରେ ଏହର ସଂକ୍ରମଣ ବ୍ୟାପୁଛି ସେଠାରେ ଏହି ମାମଲାରେ ଲଗାତାର ନଜର ରଖାଯାଇଛି। ତାଙ୍କୁ ସ୍ବଚ୍ଛତା ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ପକ୍ଷୀଙ୍କୁ ସଫା ପିଞ୍ଜାରରେ ରଖିବାକୁ କୁହାଯାଇଛି।