ୟୁରୋ କପ୍ ଚାମ୍ପିଅନସିପ୍; ଦମଦାର୍ ବିଜୟ ସହ ସେମି ଫାଇନାଲରେ ସ୍ପେନ୍ ଓ ଫ୍ରାନ୍ସ
ନୂଆଦିଲ୍ଲୀ, ୬।୭: ପ୍ରଥମ କ୍ୱାର୍ଟର ଫାଇନାଲର ଅତିରିକ୍ତ ସମୟରେ ଜର୍ମାନୀକୁ ହରାଇ ସ୍ପେନ ଏବଂ ଦ୍ୱିତୀୟ କ୍ୱାର୍ଟରରେ ପେନାଲ୍ଟି ସୁଟ ଆଉଟ୍ରେ ପର୍ତ୍ତୁଗାଲକୁ ହରାଇ ଫ୍ରାନ୍ସ ୟୁରୋ କପ୍ ସେମି ଫାଇନାଲରେ ପ୍ରବେଶ କରିଛନ୍ତି । ପର୍ତ୍ତୁଗାଲ ୦ (୩) - (୫) ୦ ଫ୍ରାନ୍ସ ଦୁଇ ଶକ୍ତିଶାଳୀ ଦଳ ମଧ୍ୟରେ ଘମାଘୋଟ ଲଢ଼େଇ ହୋଇଥିଲା । ପ୍ରଥମାର୍ଦ୍ଧ ଖେଳ ଗୋଲ ଶୂନ୍ୟ ହୋଇଥିଲା ଏବଂ ଦ୍ୱିତୀୟାର୍ଦ୍ଧରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା । ନିର୍ଦ୍ଧାରିତ ସମୟରେ ମ୍ୟାଚ୍ ଗୋଲ ଶୂନ୍ୟ ରହିବାରୁ ଅତିରିକ୍ତ ସମୟ ଖେଳ ଆରମ୍ଭ ହୋଇଥିଲା । ଏହି ସମୟରେ ମଧ୍ୟ ଫଳାଫଳ ନିର୍ଣ୍ଣୟ ହୋଇ ନଥିଲା । ଯଦିଓ ପର୍ତ୍ତୁଗାଲ ଶେଷ ମୁହୂର୍ତ୍ତରେ ଏକ ସୁଯୋଗ ସୃଷ୍ଟି କରିଥିଲା । ଶେଷରେ ଖେଳ ପେନାଲ୍ଟି ସୁଟ୍ ଆଉଟ୍କୁ ଯାଇଥିଲା । ଫ୍ରାନ୍ସଠୁ ପେନାଲ୍ଟି ଆରମ୍ଭ ହୋଇଥିଲା । ଫ୍ରାନ୍ସ କ୍ରମାନ୍ୱୟରେ ଗୋଟିଏ ପରେ ଗୋଟିଏ ବଲ୍ ଗୋଲପୋଷ୍ଟରେ ପୂରାଇବାରେ ସଫଳ ହୋଇଥିଲା । କିନ୍ତୁ ପର୍ତ୍ତୁଗାଲ ପ୍ରଥମ ଓ ଦ୍ୱିତୀୟଟି ସଫଳ ହେବା ପରେ ତୃତୀୟଟିରେ ବିଫଳ ହୋଇଥିଲା । ତାହା ହିଁ ଦଳ ପାଇଁ ବିପର୍ଯ୍ୟୟ ଆଣି ଦେଇଥିଲା । ଶେଷରେ ଫ୍ରାନ୍ସ ୫-୩ ଗୋଲରେ ମ୍ୟାଚ୍ ଜିତି ନେଇ ସେମିରେ ପ୍ରବେଶ କରିଥିଲା । ସେପଟେ ସ୍ପେନ୍ ୨-୧ ଜର୍ମାନୀ ଷ୍ଟଟଗାର୍ଟ: ମ୍ୟାଚ୍ ପ୍ରଥମାର୍ଦ୍ଧରେ ଗୋଲଶୂନ୍ୟ ରହିଥିଲା । ଦ୍ୱିତୀୟାର୍ଦ୍ଧର ୫୧ ମିନିଟରେ ସ୍ପେନ୍ ଗୋଲ୍ ଖାତା ଖ
ନୂଆଦିଲ୍ଲୀ, ୬।୭: ପ୍ରଥମ କ୍ୱାର୍ଟର ଫାଇନାଲର ଅତିରିକ୍ତ ସମୟରେ ଜର୍ମାନୀକୁ ହରାଇ ସ୍ପେନ ଏବଂ ଦ୍ୱିତୀୟ କ୍ୱାର୍ଟରରେ ପେନାଲ୍ଟି ସୁଟ ଆଉଟ୍ରେ ପର୍ତ୍ତୁଗାଲକୁ ହରାଇ ଫ୍ରାନ୍ସ ୟୁରୋ କପ୍ ସେମି ଫାଇନାଲରେ ପ୍ରବେଶ କରିଛନ୍ତି । ପର୍ତ୍ତୁଗାଲ ୦ (୩) - (୫) ୦ ଫ୍ରାନ୍ସ ଦୁଇ ଶକ୍ତିଶାଳୀ ଦଳ ମଧ୍ୟରେ ଘମାଘୋଟ ଲଢ଼େଇ ହୋଇଥିଲା । ପ୍ରଥମାର୍ଦ୍ଧ ଖେଳ ଗୋଲ ଶୂନ୍ୟ ହୋଇଥିଲା ଏବଂ ଦ୍ୱିତୀୟାର୍ଦ୍ଧରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା । ନିର୍ଦ୍ଧାରିତ ସମୟରେ ମ୍ୟାଚ୍ ଗୋଲ ଶୂନ୍ୟ ରହିବାରୁ ଅତିରିକ୍ତ ସମୟ ଖେଳ ଆରମ୍ଭ ହୋଇଥିଲା । ଏହି ସମୟରେ ମଧ୍ୟ ଫଳାଫଳ ନିର୍ଣ୍ଣୟ ହୋଇ ନଥିଲା । ଯଦିଓ ପର୍ତ୍ତୁଗାଲ ଶେଷ ମୁହୂର୍ତ୍ତରେ ଏକ ସୁଯୋଗ ସୃଷ୍ଟି କରିଥିଲା । ଶେଷରେ ଖେଳ ପେନାଲ୍ଟି ସୁଟ୍ ଆଉଟ୍କୁ ଯାଇଥିଲା ।
ଫ୍ରାନ୍ସଠୁ ପେନାଲ୍ଟି ଆରମ୍ଭ ହୋଇଥିଲା । ଫ୍ରାନ୍ସ କ୍ରମାନ୍ୱୟରେ ଗୋଟିଏ ପରେ ଗୋଟିଏ ବଲ୍ ଗୋଲପୋଷ୍ଟରେ ପୂରାଇବାରେ ସଫଳ ହୋଇଥିଲା । କିନ୍ତୁ ପର୍ତ୍ତୁଗାଲ ପ୍ରଥମ ଓ ଦ୍ୱିତୀୟଟି ସଫଳ ହେବା ପରେ ତୃତୀୟଟିରେ ବିଫଳ ହୋଇଥିଲା । ତାହା ହିଁ ଦଳ ପାଇଁ ବିପର୍ଯ୍ୟୟ ଆଣି ଦେଇଥିଲା । ଶେଷରେ ଫ୍ରାନ୍ସ ୫-୩ ଗୋଲରେ ମ୍ୟାଚ୍ ଜିତି ନେଇ ସେମିରେ ପ୍ରବେଶ କରିଥିଲା ।
ସେପଟେ ସ୍ପେନ୍ ୨-୧ ଜର୍ମାନୀ ଷ୍ଟଟଗାର୍ଟ: ମ୍ୟାଚ୍ ପ୍ରଥମାର୍ଦ୍ଧରେ ଗୋଲଶୂନ୍ୟ ରହିଥିଲା । ଦ୍ୱିତୀୟାର୍ଦ୍ଧର ୫୧ ମିନିଟରେ ସ୍ପେନ୍ ଗୋଲ୍ ଖାତା ଖୋଲିଥିଲା । ଡାନି ଓଲମୋ ଏହି ଗୋଲ୍ ସ୍କୋର କରିଥିଲେ । ୮୯ ମିନିଟରେ ଜର୍ମାନୀ ଗୋଲ୍ ପରିଶୋଧ କରିଥିଲା । ୯୦ ମିନିଟ୍ ଏବଂ ଇନ୍ଜ୍ୟୁରୀ ଟାଇମରେ ଖେଳ ବରାବର ରହିବା ପରେ ଅତିରିକ୍ତ ୩୦ ମିନିଟ୍ ଖେଳ ଆରମ୍ଭ ହୋଇଥିଲା । ବେଶ ସଂଘର୍ଷପୂର୍ଣ୍ଣ ହୋଇଥିଲା ଏହି ଭାଗ । ଉଭୟ ଦଳ ମ୍ୟାଚ୍ ଜିତିବା ନେଇ ନିଜର ସମସ୍ତ ଶକ୍ତି ଲଗାଇଥିଲେ । ୧୧୮ ମିନିଟ ପର୍ଯ୍ୟନ୍ତ ଖେଳ ୧-୧ ରହିଥିଲା । ଲାଗୁଥିଲା ଖେଳ ପେନାଲ୍ଟି ସୁଟ୍ ଆଉଟ୍କୁ ଯିବ । କିନ୍ତୁ ୧୧୯ ମିନିଟ୍ରେ ମିକେଲ ଚମତ୍କାର ଗୋଲ ଦେଇ ଦଳକୁ ଜିତାଇଲେ । ଓଲମୋ ଏଥିରେ ସହାୟତା କରିଥିଲେ । ୟୁରୋ କପ୍ରେ ଜର୍ମାନୀ ତା’ର ଶେଷ ୪ଟି ନକ୍ ଆଉଟ୍ ମ୍ୟାଚରୁ ୩ଟି ପରାଜିତ ହୋଇଛି । ସ୍ପେନ୍ ଚଳିତ ସଂସ୍କରଣରେ ଏ ପର୍ଯ୍ୟନ୍ତ ସବୁ ମ୍ୟାଚ୍ରେ ଅପରାଜେୟ ରହିଛି ।