ୟୁରୋପିୟନ ୟୁନିୟନକୁ ଜୟଶଙ୍କର କଟାକ୍ଷ: କହିଲେ, ଭାରତକୁ ପାର୍ଟନର୍ସଙ୍କ ଆବଶ୍ୟକତା ରହିଛି ଉପଦେଷ୍ଟାଙ୍କ ନୁହେଁ

ନୂଆଦିଲ୍ଲୀ: ୟୁରୋପ ସହିତ ବାଣିଜ୍ୟ କାରବାର ନେଇ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର କଡ଼ା ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଆମେ ସମାନ ଅଂଶୀଦାର ଖୋଜୁଛି ପ୍ରଚାରକ ନୁହେଁ ବୋଲି ଜୟଶଙ୍କର କହିଛନ୍ତି। ୟୁରୋପକୁ କଟାକ୍ଷ କରି ଜୟଶଙ୍କର ବିଶେଷ କରି ଯେଉଁମାନେ ନିଜେ କହୁଥିବା କଥା ନିଜ ଘରେ ପାଳନ କରିପାରୁ ନାହାନ୍ତି ସେଭଳି ପ୍ରଚାରକ ଆମର ଦରକାର ନାହିଁ। କିଛି ୟୁରୋପୀୟ ରାଷ୍ଟ୍ର ଏବେ ବି ଏଭଳି ମାନସିକତା ସହ ସଂଘର୍ଷ କରୁଛନ୍ତି ବୋଲି ସେ କହିଛନ୍ତି।ରବିବାର 'ଆର୍କଟିକ୍ ସର୍କଲ୍ ଇଣ୍ଡିଆ ଫୋରମ୍'ରେ ଭାଷଣ ଦେଇ ମନ୍ତ୍ରୀ କହିଛନ୍ତି ଯେ ଭାରତ ସହିତ ଗଭୀର ସମ୍ପର୍କ ସ୍ଥାପନ କରିବାକୁ ହେଲେ ୟୁରୋପକୁ କିଛି ସମ୍ବେଦନଶୀଳତା ଏବଂ ପାରସ୍ପରିକ ସ୍ୱାର୍ଥକୁ ଦେଖିବାକୁ ପଡିବ। ୟୁରୋପ ଠାରୁ ଭାରତ କଣ ଆଶା କରୁଛି ବୋଲି ପଚାରିବାରୁ ଜୟଶଙ୍କର କହିଛନ୍ତି ଯେ ତୁଚ୍ଛା ପ୍ରଚାର ନ କରି ଆଗକୁ ବଢ଼ି ପାରସ୍ପରିକ ଢାଞ୍ଚା ଉପରେ ଆଧାରିତ କାର୍ଯ୍ୟ ଆରମ୍ଭ କରିବାକୁ ପଡିବ।ପଢନ୍ତୁ- ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ବାୟୁ ସେନା ମୁଖ୍ୟ: ପିଏମ୍‌ଙ୍କ ସହ ଆଲୋଚନା କଲେଣି ୩ ସେନା ମୁଖ୍ୟସମ୍ମିଳନୀର ଯୋଗ ଦେଇ ଜୟଶଙ୍କର କହିଛନ୍ତି “"ଯେତେବେଳେ ଆମେ ସାରା ବିଶ୍ୱକୁ ଦେଖୁ, ସେତେବେଳେ ଆମେ ଅଂଶୀଦାର(ପାର୍ଟନର୍ସ) ଖୋଜୁ; ଆମେ ପ୍ରଚାରକମାନଙ୍କୁ ଖୋଜୁନାହୁଁ, ବିଶେଷକରି ଯେଉଁମାନେ ଘରେ ଏହାର ପାଳନ ନ କରି ବିଦେଶରେ ପ୍ରଚାର କରନ୍ତି। ମୁଁ

ୟୁରୋପିୟନ ୟୁନିୟନକୁ ଜୟଶଙ୍କର କଟାକ୍ଷ: କହିଲେ, ଭାରତକୁ ପାର୍ଟନର୍ସଙ୍କ ଆବଶ୍ୟକତା ରହିଛି ଉପଦେଷ୍ଟାଙ୍କ  ନୁହେଁ

ନୂଆଦିଲ୍ଲୀ: ୟୁରୋପ ସହିତ ବାଣିଜ୍ୟ କାରବାର ନେଇ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର କଡ଼ା ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଆମେ ସମାନ ଅଂଶୀଦାର ଖୋଜୁଛି ପ୍ରଚାରକ ନୁହେଁ ବୋଲି ଜୟଶଙ୍କର କହିଛନ୍ତି। ୟୁରୋପକୁ କଟାକ୍ଷ କରି ଜୟଶଙ୍କର ବିଶେଷ କରି ଯେଉଁମାନେ ନିଜେ କହୁଥିବା କଥା ନିଜ ଘରେ ପାଳନ କରିପାରୁ ନାହାନ୍ତି ସେଭଳି ପ୍ରଚାରକ ଆମର ଦରକାର ନାହିଁ। କିଛି ୟୁରୋପୀୟ ରାଷ୍ଟ୍ର ଏବେ ବି ଏଭଳି ମାନସିକତା ସହ ସଂଘର୍ଷ କରୁଛନ୍ତି ବୋଲି ସେ କହିଛନ୍ତି।

ରବିବାର 'ଆର୍କଟିକ୍ ସର୍କଲ୍ ଇଣ୍ଡିଆ ଫୋରମ୍'ରେ ଭାଷଣ ଦେଇ ମନ୍ତ୍ରୀ କହିଛନ୍ତି ଯେ ଭାରତ ସହିତ ଗଭୀର ସମ୍ପର୍କ ସ୍ଥାପନ କରିବାକୁ ହେଲେ ୟୁରୋପକୁ କିଛି ସମ୍ବେଦନଶୀଳତା ଏବଂ ପାରସ୍ପରିକ ସ୍ୱାର୍ଥକୁ ଦେଖିବାକୁ ପଡିବ। ୟୁରୋପ ଠାରୁ ଭାରତ କଣ ଆଶା କରୁଛି ବୋଲି ପଚାରିବାରୁ ଜୟଶଙ୍କର କହିଛନ୍ତି ଯେ ତୁଚ୍ଛା ପ୍ରଚାର ନ କରି ଆଗକୁ ବଢ଼ି ପାରସ୍ପରିକ ଢାଞ୍ଚା ଉପରେ ଆଧାରିତ କାର୍ଯ୍ୟ ଆରମ୍ଭ କରିବାକୁ ପଡିବ।

ପଢନ୍ତୁ- ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ବାୟୁ ସେନା ମୁଖ୍ୟ: ପିଏମ୍‌ଙ୍କ ସହ ଆଲୋଚନା କଲେଣି ୩ ସେନା ମୁଖ୍ୟ

ସମ୍ମିଳନୀର ଯୋଗ ଦେଇ ଜୟଶଙ୍କର କହିଛନ୍ତି “"ଯେତେବେଳେ ଆମେ ସାରା ବିଶ୍ୱକୁ ଦେଖୁ, ସେତେବେଳେ ଆମେ ଅଂଶୀଦାର(ପାର୍ଟନର୍ସ) ଖୋଜୁ; ଆମେ ପ୍ରଚାରକମାନଙ୍କୁ ଖୋଜୁନାହୁଁ, ବିଶେଷକରି ଯେଉଁମାନେ ଘରେ ଏହାର ପାଳନ ନ କରି ବିଦେଶରେ ପ୍ରଚାର କରନ୍ତି। ମୁଁ ଭାବୁଛି ୟୁରୋପର କିଛି ଲୋକ ଏବେ ବି ସେହି ସମସ୍ୟା ସହିତ ସଂଘର୍ଷ କରୁଛନ୍ତି। ତେବେ କିଛି ଦେଶରେ ପରିବର୍ତ୍ତନ ହୋଇଛି। ଏବେ ସେମାନେ ଏହା ଏନେଇ ଆଗକୁ ବଢି ପାରିବେ କି ନାହିଁ, ଏହା ଆମକୁ ଦେଖିବାକୁ ପଡିବ।”

ଜୟଶଙ୍କର ଆହୁରି କହିଛନ୍ତି “କିନ୍ତୁ ଆମ ଦୃଷ୍ଟିକୋଣରେ, ଯଦି ଆମେ ଏକ ପାର୍ଟନର୍ସିପ୍ ଆଗକୁ ବଢ଼ାଇବାକୁ ଚାହୁଁ, ତେବେ ଏଥିପାଇଁ କିଛି ବୁଝାମଣା.ସମ୍ବେଦନଶୀଳତା ଓ ପାରସ୍ପରିକ ସ୍ୱାର୍ଥକୁ ଧ୍ୟାନ ଦେଇ ସମ୍ପର୍କ ରଖିବା ଆବଶ୍ୟକ। ଏବଂ ବିଶ୍ୱ କିପରି କାର୍ଯ୍ୟ କରେ ତାହାର ଏକ ଅନୁଭବ ହେବା ଆବଶ୍ୟକ। ଏବଂ ମୁଁ ଭାବୁଛି ଏଗୁଡ଼ିକ ୟୁରୋପର ବିଭିନ୍ନ ଅଂଶରେ ଭିନ୍ନ ଭିନ୍ନ ପରିମାଣରେ ପ୍ରଗତିରେ ରହିଛି। କେତେକ ଏ କ୍ଷେତ୍ରରେ ଆଗକୁ ବଢ଼ିଛନ୍ତି ତ ଆଉ କେତେକ କମ୍।” 

ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ରୁଷର ବାସ୍ତବବାଦ ନୀତିକୁ ଭାରତର ନିରନ୍ତର ସମର୍ଥନ ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ। ଏବଂ ରୁଷର ଅଂଶଗ୍ରହଣ ବିନା ରୁଷ-ୟୁକ୍ରେନ ବିବାଦର ସମାଧାନ ପାଇଁ ପୂର୍ବ ପାଶ୍ଚାତ୍ୟ ପ୍ରୟାସକୁ ମଧ୍ୟ ସମାଲୋଚନା କରିଥିଲେ। ଏପରି ଆଭିମୁଖ୍ୟ ବାସ୍ତବବାଦର ମୌଳିକ ତତ୍ତ୍ୱକୁ ଚ୍ୟାଲେଞ୍ଜ କରିଥିଲା ବୋଲି ଜୟଶଙ୍କର ଯୁକ୍ତି ଦେଇଥିଲେ। ଏନେଇ ସେ କହିଥିଲେ “ମୁଁ ଯେପରି ରୁଷୀୟ ବାସ୍ତବବାଦକୁ ସମର୍ଥକ ସେହିପରି ମୁଁ ଆମେରିକୀୟ ବାସ୍ତବବାଦର ମଧ୍ୟ ସମର୍ଥକ। ମୁଁ ଭାବୁଛି ଆଜିର ଆମେରିକା ସହିତ ଜଡିତ ହେବାର ସର୍ବୋତ୍ତମ ଉପାୟ ହେଉଛି ଆଦର୍ଶଗତ ମତଭେଦକୁ ସାମ୍ନାରେ ରଖି ପରସ୍ପର କାମ କରିବାର ସମ୍ଭାବନାକୁ ଧୂଳିସାତ୍ କରିବା ପରିବର୍ତ୍ତେ ପାରସ୍ପରିକ ହିତକୁ ଗୁରୁତ୍ୱେ ଦେବା ଉଚିତ୍।” 

ପଢ଼ନ୍ତୁ-‘ପରମାଣୁ ଅସ୍ତ୍ର ସହ ସବୁ ଶକ୍ତି ଲଗାଇଦେବୁ’: ଋଷ୍‌ରେ ଅବସ୍ଥାପିତ ପାକ୍‌ ରାଷ୍ଟ୍ରଦୂତଙ୍କ ଧମକ

ଭାରତ ପାକିସ୍ତାନ ମଧ୍ୟରେ ଚାଲିଥିବା ବିବାଦରେ ୟୁରୋପୀୟନ ସଂଘର କପଟତାକୁ ନେଇ ଚାରିଆଡ଼ୁ ସମାଲୋଚନା କରାଯାଉଥିବା ବେଳେ ଜୟଶଙ୍କରଙ୍କ ବୟାନ ପରିବେଶକୁ ଆହୁରି ଉତ୍ତେଜନାପୂର୍ଣ୍ଣ କରିଦେଇଛି। ଆଲୋଚନା ସମୟରେ, ବିଦେଶ ମନ୍ତ୍ରୀ ଜୟଶଙ୍କର ମଧ୍ୟ ଭାରତ-ରୁଷ ସମ୍ପର୍କ ବିଷୟରେ କହିଥିଲେ। ସେ କହିଥିଲେ ଦୁଇ ଦେଶ ମଧ୍ୟରେ "ସମ୍ପଦ ପ୍ରଦାନକାରୀ ଏବଂ ସମ୍ପଦ ଗ୍ରାହକ" ଭାବରେ ଏକ ଗୁରୁତ୍ୱପୂର୍ଣ୍ଣ ସମ୍ପର୍କ ରହିଛି। ଜୟଶଙ୍କର କହିଥିଲେ " ରୁଷର କଥା ଦେଖିଲେ ଆମେ ସର୍ବଦା ରୁଷ ବାସ୍ତବବାଦକୁ ସମର୍ଥନ କରିଆସିଛୁ ବୋଲି ସେ କହିଛନ୍ତି।