୧ ଲିଟର ଡିଜେଲ୍‌ରେ କେତେ ରାସ୍ତା ଅତିକ୍ରମ କରିପାରିବ ଟ୍ରେନ୍‌ ? ଜାଣନ୍ତୁ…

ନୂଆଦିଲ୍ଲୀ ୦୭।୦୪:  ଭାରତୀୟ ରେଳ ହେଉଛି ବିଶ୍ୱର ଚତୁର୍ଥ ବୃହତ୍ତମ ରେଳ ନେଟୱାର୍କ । ଭାରତୀୟ ରେଳବାଇରେ ପ୍ରତିଦିନ ୨.୫ କୋଟିରୁ ଅଧିକ ଲୋକ ଯାତ୍ରା କରନ୍ତି । ଗତ କିଛି ବର୍ଷ ମଧ୍ୟରେ ଭାରତୀୟ ରେଳବାଇରେ ଅନେକ ପରିବର୍ତ୍ତନ ଆସିଛି । ଟ୍ରେନର ଗତି ବୃଦ୍ଧି ପାଇଛି । ଷ୍ଟେସନଗୁଡିକର ଅବସ୍ଥାରେ ଉନ୍ନତି ଆସିଛି ଏବଂ ସେବାଗୁଡିକ ଉନ୍ନତ ହୋଇଛି । ଭାରତରେ ଦୈନିକ ପ୍ରାୟ ୨୩ ହଜାର ଟ୍ରେନ୍ ଚଳାଚଳ କରେ । ଏଥିରୁ ପ୍ରାୟ ସାଢେ ତିନି ହଜାର ଟ୍ରେନ୍ ହେଉଛି ଯାତ୍ରୀବାହୀ ଟ୍ରେନ୍ । ଯାହା ପ୍ରାୟ ସାଢେ ସାତ ହଜାର ଷ୍ଟେସନ ଦେଇ ଯାଇଥାଏ । ଭାରତର ଅଧିକାଂଶ ଟ୍ରେନ୍ ଇଲେକ୍ଟ୍ରିରେ ଚାଲିଥାଏ । ତଥାପି ୩୭% ଟ୍ରେନ୍ ଡିଜେଲ ଇଞ୍ଜିନ ଉପରେ ଆଧାରିତ । ଅନ୍ୟ ୬୭% ଟ୍ରେନ୍ ଇଲେକ୍ଟ୍ରିରେ ଚାଲିଥାଏ । କିନ୍ତୁ ଜାଣନ୍ତି କି ଗୋଟିଏ ଲିଟର ଡିଜେଲରେ କେତେ କିଲୋମିଟର ଯାଇପାରିବ ଟ୍ରେନ୍ । ଆସନ୍ତୁ ଜାଣିବା… ପ୍ରତ୍ୟେକ ଟ୍ରେନର ଡିଜେଲ୍ ଆଭରେଜ୍ ଅଲଗା ରହିଥାଏ । ଟ୍ରେନ୍ର ଗତି, ଇଞ୍ଜିନ୍ ଏବଂ ଏଥିରେ ଯାଉଥିବା ଜିନିଷର ଓଜନ ଅନୁଯାୟୀ ନିର୍ଣ୍ଣୟ କରାଯାଏ ଆଭରେଜ୍ । ଯଦି ଏକ ସାଧାରଣ ୧୨ କୋଚ୍ ଯାତ୍ରୀବାହୀ ଟ୍ରେନ୍ ବିଷୟରେ କହିବା,  ତେବେ ୧ ଲିଟର ଡିଜେଲରେ ୭-୮ କିଲୋମିଟର ଅତିକ୍ରମ କରିପାରିବ ଟ୍ରେନ୍ । ସେହି ଅନୁଯାୟୀ ବିଭିନ୍ନ ଟ୍ରେନର ଆଭରେଜ୍‌ରେ ଭିନ୍ନତା ରହିଛି ।

୧ ଲିଟର ଡିଜେଲ୍‌ରେ କେତେ ରାସ୍ତା ଅତିକ୍ରମ କରିପାରିବ ଟ୍ରେନ୍‌ ? ଜାଣନ୍ତୁ…

ନୂଆଦିଲ୍ଲୀ ୦୭।୦୪:  ଭାରତୀୟ ରେଳ ହେଉଛି ବିଶ୍ୱର ଚତୁର୍ଥ ବୃହତ୍ତମ ରେଳ ନେଟୱାର୍କ । ଭାରତୀୟ ରେଳବାଇରେ ପ୍ରତିଦିନ ୨.୫ କୋଟିରୁ ଅଧିକ ଲୋକ ଯାତ୍ରା କରନ୍ତି । ଗତ କିଛି ବର୍ଷ ମଧ୍ୟରେ ଭାରତୀୟ ରେଳବାଇରେ ଅନେକ ପରିବର୍ତ୍ତନ ଆସିଛି । ଟ୍ରେନର ଗତି ବୃଦ୍ଧି ପାଇଛି । 

ଷ୍ଟେସନଗୁଡିକର ଅବସ୍ଥାରେ ଉନ୍ନତି ଆସିଛି ଏବଂ ସେବାଗୁଡିକ ଉନ୍ନତ ହୋଇଛି । ଭାରତରେ ଦୈନିକ ପ୍ରାୟ ୨୩ ହଜାର ଟ୍ରେନ୍ ଚଳାଚଳ କରେ । ଏଥିରୁ ପ୍ରାୟ ସାଢେ ତିନି ହଜାର ଟ୍ରେନ୍ ହେଉଛି ଯାତ୍ରୀବାହୀ ଟ୍ରେନ୍ । ଯାହା ପ୍ରାୟ ସାଢେ ସାତ ହଜାର ଷ୍ଟେସନ ଦେଇ ଯାଇଥାଏ । 

ଭାରତର ଅଧିକାଂଶ ଟ୍ରେନ୍ ଇଲେକ୍ଟ୍ରିରେ ଚାଲିଥାଏ । ତଥାପି ୩୭% ଟ୍ରେନ୍ ଡିଜେଲ ଇଞ୍ଜିନ ଉପରେ ଆଧାରିତ । ଅନ୍ୟ ୬୭% ଟ୍ରେନ୍ ଇଲେକ୍ଟ୍ରିରେ ଚାଲିଥାଏ । କିନ୍ତୁ ଜାଣନ୍ତି କି ଗୋଟିଏ ଲିଟର ଡିଜେଲରେ କେତେ କିଲୋମିଟର ଯାଇପାରିବ ଟ୍ରେନ୍ । ଆସନ୍ତୁ ଜାଣିବା… 

ପ୍ରତ୍ୟେକ ଟ୍ରେନର ଡିଜେଲ୍ ଆଭରେଜ୍ ଅଲଗା ରହିଥାଏ । ଟ୍ରେନ୍ର ଗତି, ଇଞ୍ଜିନ୍ ଏବଂ ଏଥିରେ ଯାଉଥିବା ଜିନିଷର ଓଜନ ଅନୁଯାୟୀ ନିର୍ଣ୍ଣୟ କରାଯାଏ ଆଭରେଜ୍ । ଯଦି ଏକ ସାଧାରଣ ୧୨ କୋଚ୍ ଯାତ୍ରୀବାହୀ ଟ୍ରେନ୍ ବିଷୟରେ କହିବା,  ତେବେ ୧ ଲିଟର ଡିଜେଲରେ ୭-୮ କିଲୋମିଟର ଅତିକ୍ରମ କରିପାରିବ ଟ୍ରେନ୍ । ସେହି ଅନୁଯାୟୀ ବିଭିନ୍ନ ଟ୍ରେନର ଆଭରେଜ୍‌ରେ ଭିନ୍ନତା ରହିଛି ।