୧ ସେକେଣ୍ଡରେ ୫ ଏଚ୍ଡି ଫିଲ୍ମ ଡାଉନ୍ଲୋଡ! ବିଶ୍ୱର ପ୍ରଥମ ୬ଜି ଡିଭାଇସ୍ ଆଣିଲା ଏହି ଦେଶ
ଟୋକିଓ,୧୩।୫: ଟେକ୍ନୋଲୋଜି କ୍ଷେତ୍ରରେ ଜାପାନ ସର୍ବଦା ଆଗରେ ରହିଥାଏ। ଦୁନିଆର ଅନେକ ସ୍ଥାନ ଅଛି, ଯେଉଁଠାରେ ୫ଜି ଧୀରେ ଧୀରେ ପହଞ୍ଚୁଛି। କିନ୍ତୁ ଜାପାନ ନିକଟରେ ବିଶ୍ୱର ପ୍ରଥମ ହାଇ ସ୍ପିଡ ୬ଜି ପ୍ରୋଟୋଟାଇପ ଡିଭାଇସ ଆଣିଛି। ଏହି ଡିଭାଇସ ବିଷୟରେ ଦାବି କରାଯାଉଛି ଯେ, ଏହା ପ୍ରତି ସେକେଣ୍ଡରେ ୧୦୦ ଗିଗାବାଇଟ ବେଗରେ ୩୩୦ ଫୁଟରୁ ଅଧିକ ଦୂରତାରେ ତଥ୍ୟ ପଠାଇପାରେ, ଯାହା ବର୍ତ୍ତମାନ ଥିବା ୫ଜି ପ୍ରୋସେସରଠାରୁ ୨୦ ଗୁଣ ଅଧିକ। ସାମଗ୍ରିକ ଭାବେ […] The post ୧ ସେକେଣ୍ଡରେ ୫ ଏଚ୍ଡି ଫିଲ୍ମ ଡାଉନ୍ଲୋଡ! ବିଶ୍ୱର ପ୍ରଥମ ୬ଜି ଡିଭାଇସ୍ ଆଣିଲା ଏହି ଦେଶ appeared first on Dharitri Odia News.
ଟୋକିଓ,୧୩।୫: ଟେକ୍ନୋଲୋଜି କ୍ଷେତ୍ରରେ ଜାପାନ ସର୍ବଦା ଆଗରେ ରହିଥାଏ। ଦୁନିଆର ଅନେକ ସ୍ଥାନ ଅଛି, ଯେଉଁଠାରେ ୫ଜି ଧୀରେ ଧୀରେ ପହଞ୍ଚୁଛି। କିନ୍ତୁ ଜାପାନ ନିକଟରେ ବିଶ୍ୱର ପ୍ରଥମ ହାଇ ସ୍ପିଡ ୬ଜି ପ୍ରୋଟୋଟାଇପ ଡିଭାଇସ ଆଣିଛି।
ଏହି ଡିଭାଇସ ବିଷୟରେ ଦାବି କରାଯାଉଛି ଯେ, ଏହା ପ୍ରତି ସେକେଣ୍ଡରେ ୧୦୦ ଗିଗାବାଇଟ ବେଗରେ ୩୩୦ ଫୁଟରୁ ଅଧିକ ଦୂରତାରେ ତଥ୍ୟ ପଠାଇପାରେ, ଯାହା ବର୍ତ୍ତମାନ ଥିବା ୫ଜି ପ୍ରୋସେସରଠାରୁ ୨୦ ଗୁଣ ଅଧିକ। ସାମଗ୍ରିକ ଭାବେ ଏହା ୫ଜି ଫୋନର ଗତିଠାରୁ ୫୦୦ ଗୁଣ ଅଧିକ ଦ୍ରୁତ ଅଟେ।
ସୂଚନା ଅନୁଯାୟୀ, ଜାପାନ ଦ୍ୱାରା ପ୍ରସ୍ତୁତ ଏହି ଡିଭାଇସ ଭାଗିଦାରୀ ଅଧୀନରେ କିଛି କମ୍ପାନୀ ଦ୍ୱାରା ପ୍ରସ୍ତୁତ କରାଯାଇଛି। ଏଥିରେ DOCOMO, NTT Corporation, NEC Corporation ଏବଂ Fujitsuର ନାମ ସାମିଲ ଅଛି। ବର୍ତ୍ତମାନ ଗୋଟିଏ ଡିଭାଇସରେ ୬ଜି ପରୀକ୍ଷା କରାଯାଇଛି। ଏହା ଏପର୍ଯ୍ୟନ୍ତ ବ୍ୟବସାୟିକ ଭାବରେ ପରୀକ୍ଷଣ ହୋଇନାହିଁ।
୬ଜି ବେଗ ସହିତ ଗୋଟିଏ ସେକେଣ୍ଡରେ ୫ଟି ଏଚ୍ଡି ଫିଲ୍ମ ଡାଉନଲୋଡ ହୋଇପାରିବେ। ଏହି ଟେକ୍ନୋଲୋଜି ସମ୍ବନ୍ଧରେ ଅନେକ କାର୍ଯ୍ୟ କରିବାକୁ ବାକି ଅଛି। ଏହି ବିଷୟରେ କାର୍ଯ୍ୟ ଭାରତରେ ମଧ୍ୟ ଆରମ୍ଭ ହୋଇସାରିଛି। ସଂପ୍ରତି ସଂଯୋଗୀକରଣ ପାଇଁ ୫ଜି ଟେକ୍ନୋଲୋଜି ହେଉଛି ସବୁଠାରୁ ଉନ୍ନତ, ଯାହାର ସର୍ବାଧିକ ଗତି ୧୦ ଜିବିପିସ୍ ଅଟେ। ଆମେରିକା, ଚାଇନା, ଜାପାନ ଏବଂ ଭାରତ ଭଳି ଦେଶ ମଧ୍ୟ ୬ଜି ଉପରେ କାମ ଆରମ୍ଭ କରିଛନ୍ତି।
The post ୧ ସେକେଣ୍ଡରେ ୫ ଏଚ୍ଡି ଫିଲ୍ମ ଡାଉନ୍ଲୋଡ! ବିଶ୍ୱର ପ୍ରଥମ ୬ଜି ଡିଭାଇସ୍ ଆଣିଲା ଏହି ଦେଶ appeared first on Dharitri Odia News.