୧ ହଜାର ଯୁଦ୍ଧ ବନ୍ଦୀ ଫେରାଇବାକୁ ରାଜି ହେଲେ ଋଷିଆ ଓ ୟୁକ୍ରେନ

ଇସ୍ତାନାବୁଲ ୧୬।୫: ଋଷିଆ ଓ ୟୁକ୍ରେନ ମଧ୍ୟରେ ପାଖାପାଖି ୩ ବର୍ଷ ହେଲା ଜାରିଥିବା ଯୁଦ୍ଧରେ ପ୍ରଥମ ଥର ଏକ ଭଲ ଖବର ସାମ୍ନାକୁ ଆସିଛି। ଋଷିଆ ଓ ୟୁକ୍ରେନ ପ୍ରତିନିଧି ମଣ୍ଡଳଙ୍କ ମଧ୍ୟରେ ଅନୁଷ୍ଠିତ ଶାନ୍ତି ବୈଠକରେ ଉଭୟ ଦେଶ ପ୍ରତ୍ୟେକ ୧ ହଜାର ଲେଖାଏଁ ଯୁଦ୍ଧ ବନ୍ଦୀଙ୍କୁ ଫେରାଇବା ପାଇଁ ସହମତ ହୋଇଛନ୍ତି। ଏହି ପ୍ରତିନିଧିସ୍ତରୀୟ ବୈଠକ ତୁର୍କିଏର ଇସ୍ତାନାବୁଲରେ ଅନୁଷ୍ଠିତ ହୋଇଛି। ଯୁଦ୍ଧ ଆରମ୍ଭ ପରଠାରୁ ଏହା ସବୁଠୁ ବଡ଼ ଯୁଦ୍ଧବନ୍ଦୀ ପ୍ରତିବଦଳ ହେବ। ୟୁକ୍ରେନ ପ୍ରତିରକ୍ଷାମନ୍ତ୍ରୀ ରୁସ୍ତମ ଉମରୋଭ ଏହି ସୂଚନା ଦେଇଛନ୍ତି। ଋଷିଆ ଓ ୟୁକ୍ରେନ ମଧ୍ୟରେ ଦୀର୍ଘ ସମୟରୁ ଚାଲିଥିବା ଏହି ଯୁଦ୍ଧ ରୋକିବା ପାଇଁ ଇସ୍ତାନାବୁଲରେ ଦୁଇ ଦେଶଙ୍କ ଶାନ୍ତି ବୈଠକ ଅନୁଷ୍ଠିତ ହୋଇଛି। ଏଥି ପାଇଁ ଋଷିଆ ଓ ୟୁକ୍ରେନ ପ୍ରତିନିଧି ମଣ୍ଡଳ ପ୍ରଥମ ଥର ପ୍ରତ୍ୟକ୍ଷ ଶାନ୍ତି ଆଲୋଚନା ପାଇଁ ପରସ୍ପରକୁ ଇସ୍ତାନାବୁଲରେ ଭେଟିଛନ୍ତି। ତେବେ ୟୁକ୍ରେନର ଜନୈକ ଅଧିକାରୀ ଋଷିଆ ଉପରେ ଶାନ୍ତିବାର୍ତ୍ତା କାଳରେ ‘ଅସ୍ୱୀକୃତ ଦାବି’ ରଖିବାର ଅଭିଯୋଗ କରିଛନ୍ତି। ତୁର୍କିଏ ଓ ୟୁକ୍ରେନ ଅଧିକାରୀମାନେ କହିଛନ୍ତି ଯେ ଋଷିଆ ସହିତ ଶାନ୍ତିବାର୍ତ୍ତା ମାତ୍ର ୨ ଘଣ୍ଟାରୁ ବି କମ ସମୟରେ ସମାପ୍ତ ହୋଇଯାଇଛି। ଇସ୍ତାନାବୁଲ ଶାନ୍ତି ଆଲୋଚନା ପରେ ଋଷିଆ ପ୍ରତିନିଧି ମଣ୍ଡଳ ମୁଖ୍ୟ ଭ୍ଲାଦିମୀର ମେଣ୍ଡିସ୍କି କହିଛନ୍ତି ଯେ ଫଳାଫଳରେ ଋଷିଆ ସନ୍ତୁଷ୍ଟ ଓ ୟୁକ୍ରେନ ସହିତ ଆଲୋଚନ

୧ ହଜାର ଯୁଦ୍ଧ ବନ୍ଦୀ ଫେରାଇବାକୁ ରାଜି ହେଲେ ଋଷିଆ ଓ ୟୁକ୍ରେନ

ଇସ୍ତାନାବୁଲ ୧୬।୫: ଋଷିଆ ଓ ୟୁକ୍ରେନ ମଧ୍ୟରେ ପାଖାପାଖି ୩ ବର୍ଷ ହେଲା ଜାରିଥିବା ଯୁଦ୍ଧରେ ପ୍ରଥମ ଥର ଏକ ଭଲ ଖବର ସାମ୍ନାକୁ ଆସିଛି। ଋଷିଆ ଓ ୟୁକ୍ରେନ ପ୍ରତିନିଧି ମଣ୍ଡଳଙ୍କ ମଧ୍ୟରେ ଅନୁଷ୍ଠିତ ଶାନ୍ତି ବୈଠକରେ ଉଭୟ ଦେଶ ପ୍ରତ୍ୟେକ ୧ ହଜାର ଲେଖାଏଁ ଯୁଦ୍ଧ ବନ୍ଦୀଙ୍କୁ ଫେରାଇବା ପାଇଁ ସହମତ ହୋଇଛନ୍ତି। ଏହି ପ୍ରତିନିଧିସ୍ତରୀୟ ବୈଠକ ତୁର୍କିଏର ଇସ୍ତାନାବୁଲରେ ଅନୁଷ୍ଠିତ ହୋଇଛି। ଯୁଦ୍ଧ ଆରମ୍ଭ ପରଠାରୁ ଏହା ସବୁଠୁ ବଡ଼ ଯୁଦ୍ଧବନ୍ଦୀ ପ୍ରତିବଦଳ ହେବ। ୟୁକ୍ରେନ ପ୍ରତିରକ୍ଷାମନ୍ତ୍ରୀ ରୁସ୍ତମ ଉମରୋଭ ଏହି ସୂଚନା ଦେଇଛନ୍ତି। 

ଋଷିଆ ଓ ୟୁକ୍ରେନ ମଧ୍ୟରେ ଦୀର୍ଘ ସମୟରୁ ଚାଲିଥିବା ଏହି ଯୁଦ୍ଧ ରୋକିବା ପାଇଁ ଇସ୍ତାନାବୁଲରେ ଦୁଇ ଦେଶଙ୍କ ଶାନ୍ତି ବୈଠକ ଅନୁଷ୍ଠିତ ହୋଇଛି। ଏଥି ପାଇଁ ଋଷିଆ ଓ ୟୁକ୍ରେନ ପ୍ରତିନିଧି ମଣ୍ଡଳ ପ୍ରଥମ ଥର ପ୍ରତ୍ୟକ୍ଷ ଶାନ୍ତି ଆଲୋଚନା ପାଇଁ ପରସ୍ପରକୁ ଇସ୍ତାନାବୁଲରେ ଭେଟିଛନ୍ତି। ତେବେ ୟୁକ୍ରେନର ଜନୈକ ଅଧିକାରୀ ଋଷିଆ ଉପରେ ଶାନ୍ତିବାର୍ତ୍ତା କାଳରେ ‘ଅସ୍ୱୀକୃତ ଦାବି’ ରଖିବାର ଅଭିଯୋଗ କରିଛନ୍ତି। ତୁର୍କିଏ ଓ ୟୁକ୍ରେନ ଅଧିକାରୀମାନେ କହିଛନ୍ତି ଯେ ଋଷିଆ ସହିତ ଶାନ୍ତିବାର୍ତ୍ତା ମାତ୍ର ୨ ଘଣ୍ଟାରୁ ବି କମ ସମୟରେ ସମାପ୍ତ ହୋଇଯାଇଛି। 

ଇସ୍ତାନାବୁଲ ଶାନ୍ତି ଆଲୋଚନା ପରେ ଋଷିଆ ପ୍ରତିନିଧି ମଣ୍ଡଳ ମୁଖ୍ୟ ଭ୍ଲାଦିମୀର ମେଣ୍ଡିସ୍କି କହିଛନ୍ତି ଯେ ଫଳାଫଳରେ ଋଷିଆ ସନ୍ତୁଷ୍ଟ ଓ ୟୁକ୍ରେନ ସହିତ ଆଲୋଚନା ଜାରି ରଖିବାକୁ ପ୍ରସ୍ତୁତ। ଏହି ବୈଠକରେ ଋଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧବୀରାମ ଏବଂ ପୁତିନ ଓ ଜେଲନସ୍କିଙ୍କ ବୈଠକ ନେଇ ମଧ୍ୟ ଆଲୋଚନା ହୋଇଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ୟୁରୋପର ସବୁଠୁ ଘାତକ ଯୁଦ୍ଧକୁ ସମାପ୍ତ କରିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ସହଯୋଗ କରିଛନ୍ତି। 

ଏହି ଶାନ୍ତି ବାର୍ତ୍ତା ନିମନ୍ତେ ୟୁକ୍ରେନ ରାଷ୍ଟ୍ରପତି ଭୋଲେଦେମୀର ଜେଲନସ୍କି ଗୁରୁବାର ତୁର୍କିଏ ରାଜଧାନୀ ଅଙ୍କାରା ପହଞ୍ଚିଥିଲେ। ଏଠାରେ ସେ ତୁର୍କିଏ ରାଷ୍ଟ୍ରପତି ରେସେପ ତୈୟପ ୟର୍ଦ୍ଦୋଗନଙ୍କ ସହିତ ଆଲୋଚନା କରିଛନ୍ତି। ଏହି ସାକ୍ଷାତ ଆଲୋଚନା ପରେ ଜେଲନସ୍କି ଅଙ୍କାରାସ୍ଥିତ ୟୁକ୍ରେନ ଦୂତାବାସରେ କହିଥିଲେ ଯେ ଋଷିଆ ସହିତ ଶାନ୍ତି ବାର୍ତ୍ତାକୁ ନେଇ ଆମେ ବେଶ ଗମ୍ଭୀର। ଏହି ବାର୍ତ୍ତାରେ ୟୁକ୍ରେନ ପ୍ରତିନିଧି ମଣ୍ଡଳ ଭାଗ ନେବ ବୋଲି ସେ କହିଥିଲେ।