୧ରୁ ଖୋଲିବ ହୋଟେଲ, ଜଳଖିଆ ଦୋକାନ
ଧର୍ମଶାଳା,୨୮ା୬(ଶବି ପ୍ରସାଦ ମହାନ୍ତି): ଯାଜପୁର ଜିଲାରେ ଆସନ୍ତା ୧ ତାରିଖରୁ ସମସ୍ତ ହୋଟେଲ୍, ଜଳଖିଆ ଦୋକାନ, ମୃଦୁ ପାନୀୟ କାରଖାନା ଓ ଉଠା ଦୋକାନ ଆଦି ଖୋଲିବ। ଏନେଇ ଜିଲାପାଳ ଚିଠି ସଂଖ୍ୟା ୪୮୬୩, ତା:୨୮/୦୬/୨୦୨୫ରେ ଶନିବାର ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଦୋକାନ ଖୋଲା ରଖିବା ସମୟରେ ପରିମଳ ବ୍ୟବସ୍ଥା, ଖାଦ୍ୟ ରଖୁଥିବା ସ୍ଥାନ ଏବଂ ଶୁଦ୍ଧ ଜଳ ବ୍ୟବହାର କରିବାକୁ ଜିଲାପାଳ ନିର୍ଦ୍ଦେଶନାମାରେ ସୂଚନା ପ୍ରଦାନ କରିଛନ୍ତି। ଏନେଇ ଜିଲାର ସମସ୍ତ ତହସିଲଦାର, ପୌରପରିଷଦର […] The post ୧ରୁ ଖୋଲିବ ହୋଟେଲ, ଜଳଖିଆ ଦୋକାନ appeared first on Dharitri Odia News.
ଧର୍ମଶାଳା,୨୮ା୬(ଶବି ପ୍ରସାଦ ମହାନ୍ତି): ଯାଜପୁର ଜିଲାରେ ଆସନ୍ତା ୧ ତାରିଖରୁ ସମସ୍ତ ହୋଟେଲ୍, ଜଳଖିଆ ଦୋକାନ, ମୃଦୁ ପାନୀୟ କାରଖାନା ଓ ଉଠା ଦୋକାନ ଆଦି ଖୋଲିବ। ଏନେଇ ଜିଲାପାଳ ଚିଠି ସଂଖ୍ୟା ୪୮୬୩, ତା:୨୮/୦୬/୨୦୨୫ରେ ଶନିବାର ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି।
ଦୋକାନ ଖୋଲା ରଖିବା ସମୟରେ ପରିମଳ ବ୍ୟବସ୍ଥା, ଖାଦ୍ୟ ରଖୁଥିବା ସ୍ଥାନ ଏବଂ ଶୁଦ୍ଧ ଜଳ ବ୍ୟବହାର କରିବାକୁ ଜିଲାପାଳ ନିର୍ଦ୍ଦେଶନାମାରେ ସୂଚନା ପ୍ରଦାନ କରିଛନ୍ତି। ଏନେଇ ଜିଲାର ସମସ୍ତ ତହସିଲଦାର, ପୌରପରିଷଦର ନିର୍ବାହୀ ଅଧିକାରୀ, ଯାଜପୁର ପୌରପାଳିକାର ସ୍ବାସ୍ଥ୍ୟ ଅଧିକାରୀ ଓ ସମସ୍ତ ଥାନା ଅଧିକାରୀଙ୍କୁ ଏହି ଚିଠି ମାଧ୍ୟମରେ ଜିଲପାଳ ଅବଗତ କରିଛନ୍ତି।
ଜିଲାରେ ଡାଇରିଆ ବ୍ୟାପିବାରୁ ଜିଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ସମସ୍ତ ହୋଟେଲ୍, ଜଳଖିଆ ଦୋକାନ, ମୃଦୁ ପାନୀୟ କାରଖାନା ଓ ଉଠା ଦୋକାନ ଆଦିକୁ ବନ୍ଦ ରଖାଯାଇଥିଲା। ଇତି ମଧ୍ୟରେ ଡାଇରିଆର ପ୍ରଭାବ କମିବାରେ ଲାଗିଛି। ଏହା ମଧ୍ୟରେ ବ୍ୟବସାୟୀମାନେ ଦୋକାନ ଖୋଲିବା ପାଇଁ ଜିଲାପାଳଙ୍କୁ ଭେଟି ନିବେଦନ କରିଥିଲେ। ଜିଲାପାଳ ଯିବା ଆସିବା କରୁଥିବା ଲୋକଙ୍କ ଖାଇବା ସୁବିଧା, ଉଠା ଦୋକାନୀଙ୍କ ଜୀବିକା ଓ ରୋଗକୁ ଲକ୍ଷ୍ୟ କରି ଏହି ନିର୍ଦ୍ଦେଶନାମା ଜାରି କରି କରିଛନ୍ତି।
The post ୧ରୁ ଖୋଲିବ ହୋଟେଲ, ଜଳଖିଆ ଦୋକାନ appeared first on Dharitri Odia News.