୧୦ ଉଇକେଟରେ ଶ୍ରୀଲଙ୍କାର ବିଜୟ

କଲମ୍ବୋ, ୫ା୨ : ବାମହାତୀ ବୋଲର ପ୍ରବାଥ ଜୟସୁରିୟାଙ୍କ ୫ଉଇକେଟ ସଳଫତା ଯୋଗୁ ଏଠାରେ ଖେଳାଯାଇଥିବା ଆଫଗାନିସ୍ତାନ ବିପକ୍ଷ ଏକ ମାତ୍ର କ୍ରିକେଟ ଟେଷ୍ଟ ମ୍ୟାଚରେ ଶ୍ରୀଲଙ୍କା ୧୦ଉଇକେଟରେ ବିଜୟୀ ହୋଇଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଆଫଗାନିସ୍ତାନ ୧୯୮ ରନରେ ଅଲ୍‌ଆଉଟ ହୋଇଯାଇଥିଲା। ଜବାବରେ ଶ୍ରୀଲଙ୍କା ୪୩୯ରନ୍‌ ସଂଗ୍ରହ କରି ୨୪୧ରନ୍‌ର ପ୍ରଥମ ଇନିଂସ ଅଗ୍ରଣୀ ଲାଭ କରିଥିଲା। ସିଂହଲିଜ ସ୍ପୋଟର୍‌ସ କ୍ଲବରେ ରବିବାର ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ୧୯୯/୧ ସ୍କୋର […] The post ୧୦ ଉଇକେଟରେ ଶ୍ରୀଲଙ୍କାର ବିଜୟ appeared first on Dharitri Odia News.

୧୦ ଉଇକେଟରେ ଶ୍ରୀଲଙ୍କାର ବିଜୟ

କଲମ୍ବୋ, ୫ା୨ : ବାମହାତୀ ବୋଲର ପ୍ରବାଥ ଜୟସୁରିୟାଙ୍କ ୫ଉଇକେଟ ସଳଫତା ଯୋଗୁ ଏଠାରେ ଖେଳାଯାଇଥିବା ଆଫଗାନିସ୍ତାନ ବିପକ୍ଷ ଏକ ମାତ୍ର କ୍ରିକେଟ ଟେଷ୍ଟ ମ୍ୟାଚରେ ଶ୍ରୀଲଙ୍କା ୧୦ଉଇକେଟରେ ବିଜୟୀ ହୋଇଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଆଫଗାନିସ୍ତାନ ୧୯୮ ରନରେ ଅଲ୍‌ଆଉଟ ହୋଇଯାଇଥିଲା। ଜବାବରେ ଶ୍ରୀଲଙ୍କା ୪୩୯ରନ୍‌ ସଂଗ୍ରହ କରି ୨୪୧ରନ୍‌ର ପ୍ରଥମ ଇନିଂସ ଅଗ୍ରଣୀ ଲାଭ କରିଥିଲା।

ସିଂହଲିଜ ସ୍ପୋଟର୍‌ସ କ୍ଲବରେ ରବିବାର ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ୧୯୯/୧ ସ୍କୋର କରିଥିବା ଆଫଗାନିସ୍ତାନ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ସୋମବାର ମାତ୍ର ୫୩ ରନ୍‌ରେ ଏହାର ୬ ଉଇକେଟ ହରାଇ ସଂକଟରେ ପଡ଼ିଥିଲା। ଦଳ ୨୯୬ ରନରେ ଅଲଆଉଟ ହୋଇଯାଇଥିଲା। ଶ୍ରୀଲଙ୍କା ୫୬ ରନର ବିଜୟ ଲକ୍ଷ୍ୟକୁ ୭.୧ ଓଭରରେ ବିନା କୌଣସି ଉଇକେଟରେ ହାସଲ କରି ନେଇଥିଲା। ଦିମୁଥ କରୁଣାରନେତ୍ ୩୨ ଓ ନିକଶାନ ମାଦୁସ୍କା ୨୨ ରନ କରି ଅପରାଜିତ ରହିଥିଲେ। ଜୟସୁରିୟା ପ୍ଲେୟର ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଥିଲେ।

The post ୧୦ ଉଇକେଟରେ ଶ୍ରୀଲଙ୍କାର ବିଜୟ appeared first on Dharitri Odia News.