୧୦ ତାରିଖରେ ପୁଣି ଓଡିଶା ଆସିବେ ମୋଦି, ଭୁବନେଶ୍ବରେ ରୋଡ ସୋ’ ପାଇଁ ପ୍ରସ୍ତୁତି

ଭୁବନେଶ୍ବ : ପୁଣି ଓଡିଶା ଆସିବେ ମୋଦି । ୧୦ତାରିଖରେ ଦୁଇଦିନିଆ ନିର୍ବାଚନୀ ପ୍ରଚାର ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ । ଭୁବନେଶ୍ବରେ ରୋଡ ସୋ ସହ ୧୧ତାରିଖରେ ବଲାଙ୍ଗୀରରେ ବିଜୟ ସଙ୍କଳ୍ପ ଶୋଭାଯାତ୍ରାରେ ଯୋଗ ଦେବେ । ମୋଦିଙ୍କ ରୋଡ ସୋ ପାଇଁ ପ୍ରସ୍ତୁତି ଆରମ୍ଭ । ରୋଡ ସୋ ସ୍ଥଳରେ ସୁରକ୍ଷା ବ୍ୟବସ୍ଥାର ନୀରିକ୍ଷଣ କରିଛନ୍ତି କମିସନରେଟ ପୋଲିସ ଓ ଏସପିଜି । ସେପଟେ ଭୁବନେଶ୍ବରରେ ଜମୁଛି ପ୍ରଚାର ଯୁଦ୍ଧ । ୩ ବିଧାୟକ ପ୍ରାର୍ଥୀଙ୍କ […] The post ୧୦ ତାରିଖରେ ପୁଣି ଓଡିଶା ଆସିବେ ମୋଦି, ଭୁବନେଶ୍ବରେ ରୋଡ ସୋ’ ପାଇଁ ପ୍ରସ୍ତୁତି appeared first on KNews Odisha.

୧୦ ତାରିଖରେ ପୁଣି ଓଡିଶା ଆସିବେ ମୋଦି, ଭୁବନେଶ୍ବରେ ରୋଡ ସୋ’ ପାଇଁ ପ୍ରସ୍ତୁତି
modi

ଭୁବନେଶ୍ବ : ପୁଣି ଓଡିଶା ଆସିବେ ମୋଦି । ୧୦ତାରିଖରେ ଦୁଇଦିନିଆ ନିର୍ବାଚନୀ ପ୍ରଚାର ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ । ଭୁବନେଶ୍ବରେ ରୋଡ ସୋ ସହ ୧୧ତାରିଖରେ ବଲାଙ୍ଗୀରରେ ବିଜୟ ସଙ୍କଳ୍ପ ଶୋଭାଯାତ୍ରାରେ ଯୋଗ ଦେବେ । ମୋଦିଙ୍କ ରୋଡ ସୋ ପାଇଁ ପ୍ରସ୍ତୁତି ଆରମ୍ଭ ।

ରୋଡ ସୋ ସ୍ଥଳରେ ସୁରକ୍ଷା ବ୍ୟବସ୍ଥାର ନୀରିକ୍ଷଣ କରିଛନ୍ତି କମିସନରେଟ ପୋଲିସ ଓ ଏସପିଜି । ସେପଟେ ଭୁବନେଶ୍ବରରେ ଜମୁଛି ପ୍ରଚାର ଯୁଦ୍ଧ । ୩ ବିଧାୟକ ପ୍ରାର୍ଥୀଙ୍କ ସହ ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ ଜୋରଦାର କ୍ୟାମ୍ପେନିଂ କରିଛନ୍ତି ।

୧୦ ତାରିଖ ସଂଧ୍ୟାରେ ଭୁବନେଶ୍ବରେ ରୋଡ ସୋ କରିବେ । ମାଷ୍ଟରକ୍ୟାଣ୍ଟିନ ଠାରୁ ବାଣୀବିହାର ପର୍ଯ୍ୟନ୍ତ ହେବ ରୋଡ ସୋ’ । ଏହା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାର ସ୍ଥିତି ପରଖିଛି କମିସନରେଟ ପୋଲିସ ଓ ପ୍ରଧାନମନ୍ତ୍ରୀଙ୍କ ସ୍ପେଶାଲ ପ୍ରୋଟେକ୍ ସନ ଗ୍ରୁପ । ରୋଡ ସୋ ବେଳେ ଜନପଥ ହେବ ନୋ ଫ୍ଲାଇଂ ଜୋନ ।

ଉଭୟ ପଟୁ ବାରିକେଡ କରାଯିବ । ଏହାର ଭିତର ପାର୍ଶ୍ବରେ ଏସପିଜି ଓ ବାହ୍ୟ ପାର୍ଶ୍ବରେ କମିସନରେଟ ପୋଲିସ ସୁରକ୍ଷା ଦାୟିତ୍ବରେ ରହିବେ । ସୁରକ୍ଷା ପାଇଁ ରୁଫ ଟପ ସିକ୍ୟୁରିଟି ସହ ସାର୍ପ ସୁଟର ସ୍ନାଇପର ମୁତୟନ ହେବ । ବ୍ଲୁ ବୁକ ଅନୁଯାୟୀ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଗ୍ରହଣ କରାଯିବ । ୨୦୧୯ ନିର୍ବାଚନରେ ଏପ୍ରିଲ ୧୬ତାରିଖରେ ଭୁବନେଶ୍ବରେ ମଧ୍ୟ ରୋଡ ସୋ କରିଥିଲେ ପ୍ରଧାନମନ୍ତ୍ରୀ ।

The post ୧୦ ତାରିଖରେ ପୁଣି ଓଡିଶା ଆସିବେ ମୋଦି, ଭୁବନେଶ୍ବରେ ରୋଡ ସୋ’ ପାଇଁ ପ୍ରସ୍ତୁତି appeared first on KNews Odisha.