୧୦ ଦିନ ପରେ ବି ହଟୁନି ହାଇଟେକ୍ ସସପେନ୍ସ

ଭୁବନେଶ୍ୱର ହାଇଟେକ୍ ହସ୍ପିଟାଲ ବିସ୍ଫୋରଣକୁ ଦଶ ଦିନ ପୂରିଲା। ହେଲେ ଏବେ ବି ନା ମୃତକଙ୍କ ପରିଚୟକୁ ନେଇ କୁହେଳିକା ହଟୁଛି, ନା ଦୁଶ୍ଚିନ୍ତାରୁ ମୁକୁଳି ପାରୁଛନ୍ତି ଉଭୟ ମୃତକ ଦିଲୀପ ସାମନ୍ତରାୟ ଓ ଜ୍ୟୋତିରଞ୍ଜନ ମଲ୍ଲିକଙ୍କ ପରିବାର।

୧୦ ଦିନ ପରେ ବି ହଟୁନି ହାଇଟେକ୍ ସସପେନ୍ସ

ଏସି ସଜାଡ଼ିବାକୁ ଯାଇ ଆଇସିୟୁରେ ପହଞ୍ଚିଗଲେ। ବଞ୍ଚି ଥାଉ ଥାଉ ମୃତ ଘୋଷିତ ହେଲେ। ଆଉ ଶେଷରେ, ନିଜ ପରିଚୟ ଦେବାର ଦିନକ ପରେ ପ୍ରାଣ ହରାଇଲେ । ଏତେ ସବୁ ସହିବା ପରେ ବି ଶାନ୍ତି ପାଉନି ହାଇଟେକ୍ ଟ୍ରାଜେଡିର ତୃତୀୟ ମୃତକ, ସମ୍ଭବତଃ ଦିଲୀପ ସାମନ୍ତରାୟଙ୍କ ଆତ୍ମା। ଏବେ ଦେଖନ୍ତୁ ଏ ହୃଦୟ ବିଦାରକ ଦୃଶ୍ୟକୁ । ପୁଅ ମରିବା ଖବର ପାଇବାଠୁ ପାଣି ଟୋପାଏ ପିଇନି ବିଚାରି ଦିଲୀପଙ୍କ ମାଆ। ମୃତଦେହ ନେବାକୁ ଭୁବନେଶ୍ବର ଏମ୍ସ ଶବ ବ୍ୟବଚ୍ଛେଦ ଗୃହ ଆଗରେ ଜଗି ବସିଛି। କେତେବେଳେ ବାହୁନି ବାହୁନି କାନ୍ଦୁଛି, ଆଉ କେତେବେଳେ ଚେତା ହରାଇ ଗଡ଼ି ପଡ଼ୁଛି । କହୁଛି ମୋ ପୁଅକୁ ମୋତେ ଫେରାଇ ଦିଅ ।