୧୦ ବର୍ଷରେ ଯାହା ହୋଇଛି ତାହା କେବଳ ଟ୍ରେଲର, ଆଗକୁ ବହୁତ କିଛି କରିବାର ଅଛି: ମୋଦି

ନୂଆଦିଲ୍ଲୀ,୨।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜସ୍ଥାନରେ ନିଜର ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି। ମଙ୍ଗଳବାର ରାଜସ୍ଥାନର କୋଟପତଲିରେ ବିଜୟ ଶଙ୍ଖନାଦ ରାଲିରେ ସେ ସମ୍ବୋଧିତ କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି କଂଗ୍ରେସ ତଥା ବିରୋଧୀ ଦଳ ଉପରେ କଟାକ୍ଷ କରିଛନ୍ତି। ଏହି ନିର୍ବାଚନରେ ଦେଶର ରାଜନୈତିକ ପୃଷ୍ଠଭୂମୀ ଦୁଇ ଭାଗ ହୋଇଛି। ଗୋଟିଏ ପଟେ ଭାଜପା ଥିବା ବେଳେ ଅନ୍ୟ ପଟେ ଦେଶ ଲୁଟ କରିବାର ସୁଯୋଗ ଖୋଜୁଥିବା କଂଗ୍ରେସ ଅଛି। ତେବେ ୧୦ ବର୍ଷରେ […] The post ୧୦ ବର୍ଷରେ ଯାହା ହୋଇଛି ତାହା କେବଳ ଟ୍ରେଲର, ଆଗକୁ ବହୁତ କିଛି କରିବାର ଅଛି: ମୋଦି appeared first on Dharitri Odia News.

୧୦ ବର୍ଷରେ ଯାହା ହୋଇଛି ତାହା କେବଳ ଟ୍ରେଲର, ଆଗକୁ ବହୁତ କିଛି କରିବାର ଅଛି: ମୋଦି

ନୂଆଦିଲ୍ଲୀ,୨।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜସ୍ଥାନରେ ନିଜର ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି। ମଙ୍ଗଳବାର ରାଜସ୍ଥାନର କୋଟପତଲିରେ ବିଜୟ ଶଙ୍ଖନାଦ ରାଲିରେ ସେ ସମ୍ବୋଧିତ କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି କଂଗ୍ରେସ ତଥା ବିରୋଧୀ ଦଳ ଉପରେ କଟାକ୍ଷ କରିଛନ୍ତି। ଏହି ନିର୍ବାଚନରେ ଦେଶର ରାଜନୈତିକ ପୃଷ୍ଠଭୂମୀ ଦୁଇ ଭାଗ ହୋଇଛି। ଗୋଟିଏ ପଟେ ଭାଜପା ଥିବା ବେଳେ ଅନ୍ୟ ପଟେ ଦେଶ ଲୁଟ କରିବାର ସୁଯୋଗ ଖୋଜୁଥିବା କଂଗ୍ରେସ ଅଛି। ତେବେ ୧୦ ବର୍ଷରେ ଆମେ ଯାହା କରିଛୁ ତାହା କେବଳ ଏକ ଟ୍ରେଲର, ତଥାପି ବହୁତ କିଛି କରିବାକୁ ବାକି ଅଛି।

କଂଗ୍ରେସ ଉପରେ କଟାକ୍ଷ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ଲୋକମାନେ ଜମ୍ମୁକଶ୍ମୀରର ଧାରା ୩୭୦କୁ ଛୁଇଁବାକୁ ଭୟ କରୁଥିଲେ। ସେ ରାମ ମନ୍ଦିର ନାମରେ ଲୋକଙ୍କୁ ଭୟଭୀତ କରୁଥିଲେ। ଦେଶ ଜଳିବ ବୋଲି କହିଥିଲେ। ଆଜି ଧାରା ୩୭୦ ସମାପ୍ତ ହୋଇଛି। ରାମ ମନ୍ଦିର ମଧ୍ୟ ନିର୍ମାଣ କରାଯାଇଛି। କଂଗ୍ରେସ ଏବଂ ଏହାର ଇଣ୍ଡିଆ ସହଯୋଗୀ ଦଳ ଦେଶ ପାଇଁ ନୁହେଁ ବରଂ ନିଜ ସ୍ବାର୍ଥ ପାଇଁ ନିର୍ବାଚନ ଲଢ଼ୁଛନ୍ତି। ଏହା ହେଉଛି ପ୍ରଥମ ନିର୍ବାଚନ ଯେଉଁଥିରେ ପରିବାର ଭିତ୍ତିକ ଦଳ ନିଜ ପରିବାରକୁ ବଞ୍ଚାଇବା ପାଇଁ ରାଲି କରୁଛନ୍ତି।

ଦେଶର କିଛି ଲୋକ ଧମକ ଦେଉଛନ୍ତି ଯେ ଯଦି ଭାଜପାଜିତେ ତେବେ ଦେଶରେ ନିଆଁ ଲାଗିଯିବ। ୧୦ ବର୍ଷ ମଧ୍ୟରେ ମୋଦି ସେମାନେ ଲଗାଇଥିବା ନିଆଁ ଲିଭାଉଛନ୍ତି। ଏହା ହେଉଛି ପ୍ରଥମ ନିର୍ବାଚନ ଯେଉଁଥିରେ କଂଗ୍ରେସର ବରିଷ୍ଠ ନେତାମାନେ ନିର୍ବାଚନରେ ଜିତିବେ କି ନାହିଁ ସେନେଇ ଚୁପ ରହିଛନ୍ତି। ଏହା ହେଉଛି ପ୍ରଥମ ନିର୍ବାଚନ ଯେଉଁଥିରେ ସମସ୍ତ ଦୁର୍ନୀତିଗ୍ରସ୍ତ ଲୋକ ଏକତ୍ରିତ ହୋଇ ଦୁର୍ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବାକୁ ରାଲି କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି।

The post ୧୦ ବର୍ଷରେ ଯାହା ହୋଇଛି ତାହା କେବଳ ଟ୍ରେଲର, ଆଗକୁ ବହୁତ କିଛି କରିବାର ଅଛି: ମୋଦି appeared first on Dharitri Odia News.