୧୦ ମାସର ଶିଶୁକୁ ବଳାତ୍କାର: ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର
ଭାରୁଚ,୨୫ା୯:ଗୁଜରାଟର ଭାରୁଚ୍ ଜିଲାରେ ରବିବାର ଆଉ ଏକ ଲଜ୍ଜାଜନକ ଘଟଣା ଘଟିଛି। ଜିଲାର ପାନୋଲି ଗ୍ରାମରେ ଏକ ୧୦ମାସର ଶିଶୁଙ୍କୁ ବଳାତ୍କାର କରାଯାଇଛି। ପିଲାଟି ଘର ଅଗଣାରେ ଖେଳୁଥିବାବେଳେ ଅଭିଯୁକ୍ତ ଦୀପକ କୁମାର ଲାଲବାବୁ ସିଂ ତାଙ୍କୁ ନିଜ ଘରକୁ ନେଇଯାଇ ବଳାତ୍କାର କରିଥିଲେ। ପୋଲିସ କହିବା ଅନୁଯାୟୀ ଶିଶୁଟିର ମାଆ ଏକ ରେଷ୍ଟୁରାଣ୍ଟରେ କାମ କରନ୍ତି। ଅଭିଯୁକ୍ତ ଅନେକ ସମୟରେ ତାଙ୍କ ଘରକୁ ଯିବାଆସିବା କରୁଥିଲେ ଓ ଶିଶୁଟି ସହ ଖେଳୁଥିଲେ। ରବିବାର ଶିଶୁର କାନ୍ଦ […] The post ୧୦ ମାସର ଶିଶୁକୁ ବଳାତ୍କାର: ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର appeared first on Dharitri Odia News.
ଭାରୁଚ,୨୫ା୯:ଗୁଜରାଟର ଭାରୁଚ୍ ଜିଲାରେ ରବିବାର ଆଉ ଏକ ଲଜ୍ଜାଜନକ ଘଟଣା ଘଟିଛି। ଜିଲାର ପାନୋଲି ଗ୍ରାମରେ ଏକ ୧୦ମାସର ଶିଶୁଙ୍କୁ ବଳାତ୍କାର କରାଯାଇଛି। ପିଲାଟି ଘର ଅଗଣାରେ ଖେଳୁଥିବାବେଳେ ଅଭିଯୁକ୍ତ ଦୀପକ କୁମାର ଲାଲବାବୁ ସିଂ ତାଙ୍କୁ ନିଜ ଘରକୁ ନେଇଯାଇ ବଳାତ୍କାର କରିଥିଲେ।
ପୋଲିସ କହିବା ଅନୁଯାୟୀ ଶିଶୁଟିର ମାଆ ଏକ ରେଷ୍ଟୁରାଣ୍ଟରେ କାମ କରନ୍ତି। ଅଭିଯୁକ୍ତ ଅନେକ ସମୟରେ ତାଙ୍କ ଘରକୁ ଯିବାଆସିବା କରୁଥିଲେ ଓ ଶିଶୁଟି ସହ ଖେଳୁଥିଲେ। ରବିବାର ଶିଶୁର କାନ୍ଦ ଶୁଣି ତାଙ୍କ ଜେଜେମା’ ଧାଇଁଯାଇଥିଲେ। ଶିଶୁଟି ରକ୍ତାକ୍ତ ହେବା ସହ ଗୁରୁତର ଆହତ ହୋଇଥିବା ଦେଖି ସ୍ଥାନୀୟ ଲୋକେ ଅଭିଯୁକ୍ତଙ୍କୁ ଧରି ପୋଲିସ ଜିମା ଦେଇଥିଲେ। ଗୁରୁତର ଅବସ୍ଥାରେ ଶିଶୁକୁ ତାଙ୍କ ମାଆ ଭାରୁଚ୍ ସିଭିଲ୍ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ପୋଲିସ ପୋକ୍ସୋ ଆଇନ ଏବଂ ଭାରତୀୟ ନ୍ୟାୟ ସଂହିତାରେ ମାମଲା ରୁଜୁକରି ତଦନ୍ତ ଚଳାଇଛି।
The post ୧୦ ମାସର ଶିଶୁକୁ ବଳାତ୍କାର: ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର appeared first on Dharitri Odia News.