୧୦ ମିନିଟ୍‌ରେ ୨୬୦୦୦ ଫୁଟ ଉପରୁ ଖସିଲା ବିମାନ, ଏଥିରେ ଥିଲେ ୧୯୧ ଯାତ୍ରୀ, ଲେଖିଲେ ଏମିତି ଶେଷ ଏସ୍‌ଏମ୍‌ଏସ୍‌

ଟୋକିଓ,୨ା୭: ଜାପାନରେ ଆଉ ଏକ ବିମାନ ପ୍ରାୟ ୨୬୦୦୦ ହଜାର ଫୁଟ ଉଚ୍ଚତାରୁ ଖସିବା ଦେଖି ଯାତ୍ରୀମାନେ ଏଥିରେ ଶେଷ ବିଦାୟ ଏସ୍‌ଏମ୍‌ଏସ୍‌ ଲେଖିଥିଲେ।  ଏହି ବୋଇଂ ୭୩୭ ବିମାନଟି ଚାଇନାରୁ ଜାପାନର ରାଜଧାନୀ ଟୋକିଓ ଅଭିମୁଖେ ଉଡ଼ାଣ ଭରୁଥିଲା। ସାଂଘାଇରେ ବିମାନଟି ଉଡ଼ାଣ ଭରିବା ମାତ୍ରେ ଏଥିରେ ଏକ ସମସ୍ୟା ଦେଖାଦେଲା ଏବଂ ହଠାତ୍‌ ତଳକୁ ଖସି ଆସିବା ଆରମ୍ଭ କଲା। ତଥାପି ଶେଷରେ ବିମାନଟି ସୁରକ୍ଷିତ ଭାବରେ ଭୂମିରେ ଲ୍ୟାଣ୍ଡିଂ କରିଛି। ବିମାନଟି ଦୁର୍ଘଟଣାରୁ […] The post ୧୦ ମିନିଟ୍‌ରେ ୨୬୦୦୦ ଫୁଟ ଉପରୁ ଖସିଲା ବିମାନ, ଏଥିରେ ଥିଲେ ୧୯୧ ଯାତ୍ରୀ, ଲେଖିଲେ ଏମିତି ଶେଷ ଏସ୍‌ଏମ୍‌ଏସ୍‌ appeared first on Dharitri Odia News.

୧୦ ମିନିଟ୍‌ରେ ୨୬୦୦୦ ଫୁଟ ଉପରୁ ଖସିଲା ବିମାନ, ଏଥିରେ ଥିଲେ ୧୯୧ ଯାତ୍ରୀ, ଲେଖିଲେ ଏମିତି ଶେଷ ଏସ୍‌ଏମ୍‌ଏସ୍‌

ଟୋକିଓ,୨ା୭: ଜାପାନରେ ଆଉ ଏକ ବିମାନ ପ୍ରାୟ ୨୬୦୦୦ ହଜାର ଫୁଟ ଉଚ୍ଚତାରୁ ଖସିବା ଦେଖି ଯାତ୍ରୀମାନେ ଏଥିରେ ଶେଷ ବିଦାୟ ଏସ୍‌ଏମ୍‌ଏସ୍‌ ଲେଖିଥିଲେ।  ଏହି ବୋଇଂ ୭୩୭ ବିମାନଟି ଚାଇନାରୁ ଜାପାନର ରାଜଧାନୀ ଟୋକିଓ ଅଭିମୁଖେ ଉଡ଼ାଣ ଭରୁଥିଲା। ସାଂଘାଇରେ ବିମାନଟି ଉଡ଼ାଣ ଭରିବା ମାତ୍ରେ ଏଥିରେ ଏକ ସମସ୍ୟା ଦେଖାଦେଲା ଏବଂ ହଠାତ୍‌ ତଳକୁ ଖସି ଆସିବା ଆରମ୍ଭ କଲା। ତଥାପି ଶେଷରେ ବିମାନଟି ସୁରକ୍ଷିତ ଭାବରେ ଭୂମିରେ ଲ୍ୟାଣ୍ଡିଂ କରିଛି। ବିମାନଟି ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇଯାଇଛି।

ଏହି ବୋଇଂ ବିମାନରେ ୧୯୧ ଜଣ ଯାତ୍ରୀ ଥିଲେ। କ୍ରୁ ସଦସ୍ୟଙ୍କୁ ମିଶାଇ ପ୍ରାୟ ୨୦୦। ଅଧିକାଂଶ ଯାତ୍ରୀ ଚାଇନାର ଥିଲେ, ଯେଉଁମାନେ ଟୋକିଓ ଯାଉଥିଲେ।

ଜାପାନ ସରକାରଙ୍କ ଅନୁଯାୟୀ, କ୍ୟାବିନରେ କିଛି ଯାନ୍ତ୍ରିକ ତ୍ରୁଟି ଥିଲା, ଯାହାକୁ ପାଇଲଟମାନେ ସମାଧାନ କରିବାକୁ ଚେଷ୍ଟା କରିଥିଲେ। ଏହି ସମୟ ମଧ୍ୟରେ ବିମାନଟିକୁ ୧୦ ମିନିଟ୍‌ ମଧ୍ୟରେ ୨୬୦୦୦ ଫୁଟ ଉଚ୍ଚତାରୁ ତଳକୁ ଅଣାଯାଇଥିଲା।

ପ୍ରାରମ୍ଭିକ ରିପୋର୍ଟ ଅନୁସାରେ ଯେତେବେଳେ ବିମାନଟି କ୍ୟାବିନରେ ଏୟାର ପ୍ରେସରାଇଜେସନ ସିଷ୍ଟମରେ ତ୍ରୁଟି ବିଷୟରେ ସତର୍କ କରିଥିଲା, ପାଇଲଟମାନେ ଏୟାର ଟ୍ରାଫିକ କଣ୍ଟ୍ରୋଲରଙ୍କୁ ଯୋଗାଯୋଗ କରିଥିଲେ।

ବିମାନ ତଳକୁ ଖସିବା ମାତ୍ରେ ଏୟାର ହୋଷ୍ଟେସ୍‌ ଏକ ଚେତାବନୀ ଜାରି କରିଥିଲେ। ଚେତାବନୀ ଶୁଣିବା ମାତ୍ରେ ବିମାନରେ ଆତଙ୍କ ଖେଳିଯାଇଥିଲା। ଲୋକମାନେ ଚିତ୍କାର କରିବା ଆରମ୍ଭ କରିଥିଲେ। କିଛି ଲୋକ ତୁରନ୍ତ ସୋସିଆଲ ମିଡିଆରେ ପୋଷ୍ଟ କରିବା ଆରମ୍ଭ କରିଥିଲେ। ସେହି ସମୟରେ, କିଛି ଲୋକ ସେମାନଙ୍କର ଶେଷ ଇଚ୍ଛା ଲେଖିବା ଆରମ୍ଭ କରିଥିଲେ।

ବିମାନଟି ଖସିପଡ଼ିବା ଦେଖି ଜଣେ ଯାତ୍ରୀ ଲେଖିଥିଲେ, ମୋର ଶରୀର ଏବେ ଏଠାରେ ଅଛି। ମୋର ଗୋଡ଼ ଥରୁଛି। ଯେତେବେଳେ ଆପଣ ଜୀବନ କିମ୍ବା ମୃତ୍ୟୁର ସମ୍ମୁଖୀନ ହୁଅନ୍ତି, ଅନ୍ୟ ସବୁକିଛି ତୁଚ୍ଛ ମନେହୁଏ।

ବିମାନ ଲ୍ୟାଣ୍ଡିଂ କରିବା ପରେ, ଏହାକୁ ପ୍ରାୟ ୧ ଘଣ୍ଟା ପାଇଁ ସେହିପରି ରଖାଯାଇଥିଲା। ଏହା ପରେ ହିଁ ଲୋକମାନଙ୍କୁ ବାହାର କରାଯାଇଥିଲା।

ଜାପାନ ଏୟାରଲାଇନ୍ସ କହିଛି ଯେ, ଏହା ସମସ୍ତ ଯାତ୍ରୀଙ୍କୁ ପ୍ରାୟ ୧୦ ହଜାର ଟଙ୍କା କ୍ଷତିପୂରଣ ପ୍ରଦାନ କରିଛି। ଏ ନେଇ ବିମାନ କମ୍ପାନୀ ଦୁଃଖ ପ୍ରକାଶ କରିଛି।

The post ୧୦ ମିନିଟ୍‌ରେ ୨୬୦୦୦ ଫୁଟ ଉପରୁ ଖସିଲା ବିମାନ, ଏଥିରେ ଥିଲେ ୧୯୧ ଯାତ୍ରୀ, ଲେଖିଲେ ଏମିତି ଶେଷ ଏସ୍‌ଏମ୍‌ଏସ୍‌ appeared first on Dharitri Odia News.