୧୦ ଲକ୍ଷ କ୍ଷତିପୂରଣ ଦାବିକଲା ବିଜେଡି

ଭୁବନେଶ୍ୱର,୨୨ା୧(ଅନିଲ ଦାସ): ପୁରୀ ଜିଲାର କଣାସ ଅଞ୍ଚଳରେ ଝାଡ଼ାବାନ୍ତିରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ପାଇଁ ବିଜେଡି ରାଜ୍ୟ ସରକାରଙ୍କୁ ଦାୟୀ କରିଛି। ମଙ୍ଗଳବାର ଶଙ୍ଖ ଭବନଠାରେ ଏକ ଖବରଦାତା ସମ୍ମିଳନୀରେ ବରିଷ୍ଠ ବିଜେଡି ନେତା ତଥା ସତ୍ୟବାଦୀର ପୂର୍ବତନ ବିଧାୟକ ଉମାକାନ୍ତ ସାମନ୍ତରାୟ ଓ ବିଜେଡି ମୁଖପାତ୍ର ତଥା ମିଡିଆ ସଂଯୋଜକ ଲେନିନ୍‌ ମହାନ୍ତି ଝାଡ଼ାବାନ୍ତିରେ ୪ ଜଣଙ୍କ ମୃତ୍ୟୁ ଓ ଶତାଧିକ ଆକ୍ରାନ୍ତ ହୋଇଥିବା ବେଳେ ରାଜ୍ୟ ସରକାର ତାହାକୁ ନିୟନ୍ତ୍ରଣରେ […] The post ୧୦ ଲକ୍ଷ କ୍ଷତିପୂରଣ ଦାବିକଲା ବିଜେଡି appeared first on Dharitri Odia News.

୧୦ ଲକ୍ଷ କ୍ଷତିପୂରଣ ଦାବିକଲା ବିଜେଡି

ଭୁବନେଶ୍ୱର,୨୨ା୧(ଅନିଲ ଦାସ): ପୁରୀ ଜିଲାର କଣାସ ଅଞ୍ଚଳରେ ଝାଡ଼ାବାନ୍ତିରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ପାଇଁ ବିଜେଡି ରାଜ୍ୟ ସରକାରଙ୍କୁ ଦାୟୀ କରିଛି। ମଙ୍ଗଳବାର ଶଙ୍ଖ ଭବନଠାରେ ଏକ ଖବରଦାତା ସମ୍ମିଳନୀରେ ବରିଷ୍ଠ ବିଜେଡି ନେତା ତଥା ସତ୍ୟବାଦୀର ପୂର୍ବତନ ବିଧାୟକ ଉମାକାନ୍ତ ସାମନ୍ତରାୟ ଓ ବିଜେଡି ମୁଖପାତ୍ର ତଥା ମିଡିଆ ସଂଯୋଜକ ଲେନିନ୍‌ ମହାନ୍ତି ଝାଡ଼ାବାନ୍ତିରେ ୪ ଜଣଙ୍କ ମୃତ୍ୟୁ ଓ ଶତାଧିକ ଆକ୍ରାନ୍ତ ହୋଇଥିବା ବେଳେ ରାଜ୍ୟ ସରକାର ତାହାକୁ ନିୟନ୍ତ୍ରଣରେ ଆଣିବା ପାଇଁ କୌଣସି ପ୍ରକାରର ତତ୍ପରତା ଦେଖାଇ ନାହାନ୍ତି ବୋଲି ଅଭିଯୋଗ କରିଛନ୍ତି। ସାମନ୍ତରାୟ କହିଛନ୍ତି, କଣାସ ଅଞ୍ଚଳର ବାସିନ୍ଦାମାନେ ଗତ ୧୦ ଦିନ ହେବ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ଗଣମାଧ୍ୟମରେ ଏହି ଖବର ପ୍ରସାରିତ ହୋଇଥିବା ସତ୍ତ୍ୱେ ରାଜ୍ୟ ସରକାରଙ୍କ ପ୍ରତିନିଧି ତ ଦୂରର କଥା, ସ୍ଥାନୀୟ ବିଧାୟକ ଏବଂ ଏମ୍‌ପି ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ନ ଥିଲେ। ସୋମବାର ସନ୍ଧ୍ୟାରେ ସେମାନେ ପହଞ୍ଚିିବା ପରେ ଲୋକଙ୍କ ରୋଷର ଶିକାର ହୋଇଛନ୍ତି।
ତେଣୁ ରାଜ୍ୟ ସରକାର ଆକ୍ରାନ୍ତ ହୋଇଥିବା ଲୋକଙ୍କୁ ତୁରନ୍ତ ଉପଯୁକ୍ତ ଚିକିତ୍ସା ପ୍ରଦାନ କରନ୍ତୁ ଓ ଝାଡ଼ାବାନ୍ତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଆବଶ୍ୟକ ପଦକ୍ଷେପ ନିଅନ୍ତୁ। ମୃତକଙ୍କ ପରିବାରକୁ ୧୦ଲକ୍ଷ ଟଙ୍କା ଲେଖାଏ କ୍ଷତିପୂରଣ ପ୍ରଦାନ କରନ୍ତୁ ବୋଲି ସାମନ୍ତରାୟ ଦାବି କରିଛନ୍ତି।

The post ୧୦ ଲକ୍ଷ କ୍ଷତିପୂରଣ ଦାବିକଲା ବିଜେଡି appeared first on Dharitri Odia News.