୧୦ରେ ‘ଦେବରା’ ଟ୍ରେଲର
ହାଇଦ୍ରାବାଦ: ଦକ୍ଷିଣ ଭାରତୀୟ ଅଭିନେତା ଜୁନିୟର ଏନ୍ଟିଆର୍ଙ୍କ ବହୁ ପ୍ରତୀକ୍ଷିତ ‘ଦେବରା’ ଚଳଚ୍ଚିତ୍ରକୁ ନେଇ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ଲାଗିରହିଛି। ଫିଲ୍ମ ନିର୍ମାତାଙ୍କ ପକ୍ଷରୁ ବର୍ତ୍ତମାନ ସୁଦ୍ଧା ‘ଦେବରା’ର ଅନେକ ପୋଷ୍ଟର ଏବଂ ଗୀତ ରିଲିଜ୍ କରାଯାଇଛି, ଯାହାକୁ ଦେଖିବା ପରେ ଫିଲ୍ମକୁ ନେଇ ପ୍ରଶଂସକଙ୍କ ଉତ୍ସାହ ଆହୁରି ବୃଦ୍ଧି ପାଇଛି। ତେବେ ଶନିବାର ଜୁନିୟର ଏନ୍ଟିଆର୍ ତାଙ୍କ ଇନ୍ଷ୍ଟଗ୍ରାମ ଆଇଡିରେ‘ଦେବରା’ର ଟ୍ରେଲର ତାରିଖକୁ ପ୍ରକାଶ କରିଛନ୍ତି। ଉକ୍ତ ପୋଷ୍ଟର କ୍ୟାପ୍ଶନ୍ରେ ସେ ଲେଖିଛନ୍ତି, ସେପ୍ଟେମ୍ବର ୧୦ରେ […] The post ୧୦ରେ ‘ଦେବରା’ ଟ୍ରେଲର appeared first on Dharitri Odia News.
ହାଇଦ୍ରାବାଦ: ଦକ୍ଷିଣ ଭାରତୀୟ ଅଭିନେତା ଜୁନିୟର ଏନ୍ଟିଆର୍ଙ୍କ ବହୁ ପ୍ରତୀକ୍ଷିତ ‘ଦେବରା’ ଚଳଚ୍ଚିତ୍ରକୁ ନେଇ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ଲାଗିରହିଛି। ଫିଲ୍ମ ନିର୍ମାତାଙ୍କ ପକ୍ଷରୁ ବର୍ତ୍ତମାନ ସୁଦ୍ଧା ‘ଦେବରା’ର ଅନେକ ପୋଷ୍ଟର ଏବଂ ଗୀତ ରିଲିଜ୍ କରାଯାଇଛି, ଯାହାକୁ ଦେଖିବା ପରେ ଫିଲ୍ମକୁ ନେଇ ପ୍ରଶଂସକଙ୍କ ଉତ୍ସାହ ଆହୁରି ବୃଦ୍ଧି ପାଇଛି। ତେବେ ଶନିବାର ଜୁନିୟର ଏନ୍ଟିଆର୍ ତାଙ୍କ ଇନ୍ଷ୍ଟଗ୍ରାମ ଆଇଡିରେ‘ଦେବରା’ର ଟ୍ରେଲର ତାରିଖକୁ ପ୍ରକାଶ କରିଛନ୍ତି। ଉକ୍ତ ପୋଷ୍ଟର କ୍ୟାପ୍ଶନ୍ରେ ସେ ଲେଖିଛନ୍ତି, ସେପ୍ଟେମ୍ବର ୧୦ରେ ‘ଦେବରା’ର ଟ୍ରେଲର ପ୍ରକାଶ ପାଇବ। ଏହି ପୋଷ୍ଟରେ ଜୁନିୟର ଏନ୍ଟିଆର୍ ‘ଦେବରା’ର ଆଉ ଏକ ନୂତନ ପୋଷ୍ଟର ମଧ୍ୟ ଶେୟାର କରିଛନ୍ତି। ଉକ୍ତ ପୋଷ୍ଟରରେ ଏହି ସାଉଥ୍ ଅଭିନେତା ଜଣକ କଳା ପୋଷାକ ପିନ୍ଧି ସମୁଦ୍ର ମଝିରେ ଥିବା ଏକ ପଥର ଉପରେ ଠିଆ ହୋଇଥିବା ନଜରକୁ ଆସିଛନ୍ତି। ‘ଦେବରା’ ହେଉଛି ଜୁନିୟର ଏନ୍ଟିଆର୍ଙ୍କ ୩୦ତମ ଚଳଚ୍ଚିତ୍ର। ଉକ୍ତ ଫିଲ୍ମରେ ସେ ଉଭୟ ବାପା ଏବଂ ପୁଅ ଭୂମିକାରେ ଡବଲ୍ ରୋଲ୍ କରିବେ। ଏନେଇ ଖୋଦ୍ ଜୁନିୟର ଏନ୍ଟିଆର୍ ପୂର୍ବରୁ ଘୋଷଣା କରି ସାରିଛନ୍ତି। ଏହି ଫିଲ୍ମ ସହ ଅଭିନେତ୍ରୀ ଜାହ୍ନବୀ କପୁର ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରରେ ନିଜର ଡେବ୍ୟୁ କରିବାକୁ ଯାଉଛନ୍ତି। ଫିଲ୍ମରେ ପ୍ରଥମ ଥର ପାଇଁ ଜୁନିୟର ଏନ୍ଟିଆର୍ଙ୍କ ସହ ଜାହ୍ନବୀଙ୍କ କେମେଷ୍ଟ୍ରିକୁ ଦେଖିବାକୁ ମିଳିବ।
The post ୧୦ରେ ‘ଦେବରା’ ଟ୍ରେଲର appeared first on Dharitri Odia News.