୧୦୦ କ୍ୟୁବ୍‌ ଷ୍ଟାର୍ଟଅପ୍‌ କନ୍‌କ୍ଲେଭ ଉଦ୍‌ଘାଟିତ

ଭୁବନେଶ୍ୱର,୧୨।୨: ରାଜ୍ୟର ଅଗ୍ରଣୀ ଜାତୀୟ ଶିକ୍ଷାନୁଷ୍ଠାନ ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଟେକ୍ନୋଲୋଜି (ଆଇଆଇଟି) ଭୁବନେଶ୍ୱରର ଗବେଷଣା ଏବଂ ଉଦ୍ୟମିତା ପାର୍କ ପକ୍ଷରୁ ଏକ ଦିନିକିଆ ସ୍ବତନ୍ତ୍ର ସମ୍ମିଳନୀ ‘୧୦୦ କ୍ୟୁବ୍‌ ଷ୍ଟାର୍ଟଅପ୍‌ କନ୍‌କ୍ଲେଭ’ର ଆୟୋଜନ କରାଯାଇଛି। ଏହି ଅବସରରେ କେନ୍ଦ୍ର ଶିକ୍ଷା,ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଉକ୍ତ ସମ୍ମିଳନୀକୁ ଉଦ୍‌ଘାଟନ କରି କହିଛନ୍ତି, ଆଜି ଏକ ଐତିହାସିକ ଦିନ, ଆମେ ନୂଆ କୋଣାର୍କ ମନ୍ଦିର ଭଳି ଆଇଆଇଟି ଭୁବନେଶ୍ୱରର ଗବେଷଣା ଏବଂ […] The post ୧୦୦ କ୍ୟୁବ୍‌ ଷ୍ଟାର୍ଟଅପ୍‌ କନ୍‌କ୍ଲେଭ ଉଦ୍‌ଘାଟିତ appeared first on Dharitri Odia News.

୧୦୦ କ୍ୟୁବ୍‌ ଷ୍ଟାର୍ଟଅପ୍‌ କନ୍‌କ୍ଲେଭ ଉଦ୍‌ଘାଟିତ

ଭୁବନେଶ୍ୱର,୧୨।୨: ରାଜ୍ୟର ଅଗ୍ରଣୀ ଜାତୀୟ ଶିକ୍ଷାନୁଷ୍ଠାନ ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଟେକ୍ନୋଲୋଜି (ଆଇଆଇଟି) ଭୁବନେଶ୍ୱରର ଗବେଷଣା ଏବଂ ଉଦ୍ୟମିତା ପାର୍କ ପକ୍ଷରୁ ଏକ ଦିନିକିଆ ସ୍ବତନ୍ତ୍ର ସମ୍ମିଳନୀ ‘୧୦୦ କ୍ୟୁବ୍‌ ଷ୍ଟାର୍ଟଅପ୍‌ କନ୍‌କ୍ଲେଭ’ର ଆୟୋଜନ କରାଯାଇଛି। ଏହି ଅବସରରେ କେନ୍ଦ୍ର ଶିକ୍ଷା,ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଉକ୍ତ ସମ୍ମିଳନୀକୁ ଉଦ୍‌ଘାଟନ କରି କହିଛନ୍ତି, ଆଜି ଏକ ଐତିହାସିକ ଦିନ, ଆମେ ନୂଆ କୋଣାର୍କ ମନ୍ଦିର ଭଳି ଆଇଆଇଟି ଭୁବନେଶ୍ୱରର ଗବେଷଣା ଏବଂ ଉଦ୍ୟମିତା ପାର୍କର ଶୁଭାରମ୍ଭ ସହ ୨୦୩୬ ସୁଦ୍ଧା ଓଡ଼ିଶା ଭାଷାଭିତ୍ତିରେ ସ୍ବତନ୍ତ୍ର ପ୍ରଦେଶ ଗଠନର ଶତବାର୍ଷିକୀ ପୂରଣ କରିବ।

ଏହି ସମୟ ସୁଦ୍ଧା ଉକ୍ତ ପାର୍କରେ ହାରାହାରି ୧୦୦ କୋଟି ଟଙ୍କା ଲେଖାଏ ମୂଲ୍ୟର ୧୦୦ଟି ଷ୍ଟାର୍ଟଅପ୍‌ ସୃଷ୍ଟି କରିବାର ଲକ୍ଷ୍ୟ ରହିଛି। ଏହି ଲକ୍ଷ୍ୟକୁ ପୂରଣ କରିବା ପାଇଁ ଷ୍ଟାର୍ଟଅପଗୁଡିକୁ ନିବେଶକଙ୍କ ସହ ସମନ୍ବୟ ସ୍ଥାପନ କରିବା ପାଇଁ ଆବଶ୍ୟକ ସମ୍ବଳ, ସହଯୋଗ ଏବଂ ଆର୍ଥିକ ସହାୟତା ପ୍ରଦାନ କରାଯିବ। ଏହି ଉଦ୍ଦେଶ୍ୟରେ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ୧୩୦ କୋଟି ଟଙ୍କା ସହାୟତାରେ ପାର୍କର ବିକାଶ ସାଙ୍ଗକୁ ଆସନ୍ତା ୨ ବର୍ଷ ମଧ୍ୟରେ ୨୦,୦୦୦ ବର୍ଗଫୁଟରୁ ୮୦,୦୦୦ ବର୍ଗଫୁଟ ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯିବ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଆଇଆଇଟି ଭୁବନେଶ୍ୱରର ୧୫୦୦ସିଟ୍‌ ବିଶିଷ୍ଟ ଅଡିଟୋରିୟମକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିବା ସହ ୪୫୦ କୋଟି ଟଙ୍କାର ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ ସ୍ଥାପନ କରିଛନ୍ତି।

The post ୧୦୦ କ୍ୟୁବ୍‌ ଷ୍ଟାର୍ଟଅପ୍‌ କନ୍‌କ୍ଲେଭ ଉଦ୍‌ଘାଟିତ appeared first on Dharitri Odia News.