୧୦୦ ବର୍ଷରେ ବି ନୃତ୍ୟରେ ପ୍ରବୀଣା, ବୟସର ଛାପ ସାମାନ୍ୟତମ ବାରି ହେବନି…
‘ଏମିତି କିଛି ନାହିଁ ଯାହା ମଣିଷ ପକ୍ଷେ କରିବା ଅସମ୍ଭବ’, ଏହାକୁ ଜୀବନର ମନ୍ତ୍ର ଭାବେ ଆପଣେଇ ସେ କରିଚାଲିଛନ୍ତି ଯେତେସବୁ ଅସମ୍ଭବ କାମ। ୧୦୦ ବର୍ଷ ବୟସରେ ପାଦରେ ୩-୪ ଇଞ୍ଚର ହାଈ ହିଲ ପିନ୍ଧି ସେ ନାଚି ପାରନ୍ତି ବେଶ୍ ଆରାମରେ। ସେପୁଣି ଏମିତି ସେମିତି ନାଚ ନୁହେଁ ବଲ୍ରୁମ୍ ଡ୍ୟାନ୍ସ। ସେଇଥିପାଇଁ ତ ସେ ପୃଥିବୀର ସବୁଠାରୁ ବୟସ୍କା ବଲ୍ରୁମ୍ ଡ୍ୟାନ୍ସର ଭାବେ ଡ୍ବାର୍ଲଡ ରେକର୍ଡ କରିଛନ୍ତି। ୮୭ ବର୍ଷ ବୟସରେ ସେ […] The post ୧୦୦ ବର୍ଷରେ ବି ନୃତ୍ୟରେ ପ୍ରବୀଣା, ବୟସର ଛାପ ସାମାନ୍ୟତମ ବାରି ହେବନି… appeared first on Dharitri Odia News.
‘ଏମିତି କିଛି ନାହିଁ ଯାହା ମଣିଷ ପକ୍ଷେ କରିବା ଅସମ୍ଭବ’, ଏହାକୁ ଜୀବନର ମନ୍ତ୍ର ଭାବେ ଆପଣେଇ ସେ କରିଚାଲିଛନ୍ତି ଯେତେସବୁ ଅସମ୍ଭବ କାମ। ୧୦୦ ବର୍ଷ ବୟସରେ ପାଦରେ ୩-୪ ଇଞ୍ଚର ହାଈ ହିଲ ପିନ୍ଧି ସେ ନାଚି ପାରନ୍ତି ବେଶ୍ ଆରାମରେ। ସେପୁଣି ଏମିତି ସେମିତି ନାଚ ନୁହେଁ ବଲ୍ରୁମ୍ ଡ୍ୟାନ୍ସ। ସେଇଥିପାଇଁ ତ ସେ ପୃଥିବୀର ସବୁଠାରୁ ବୟସ୍କା ବଲ୍ରୁମ୍ ଡ୍ୟାନ୍ସର ଭାବେ ଡ୍ବାର୍ଲଡ ରେକର୍ଡ କରିଛନ୍ତି। ୮୭ ବର୍ଷ ବୟସରେ ସେ ଏହି ଡ୍ୟାନ୍ସ କରିବା ଆରମ୍ଭ କରି ଖୁବ୍ ଶୀଘ୍ର ଦକ୍ଷ ହୋଇଯାଇଥିଲେ ଓ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ। ୭୫୦ଟି ନୃତ୍ୟ ପ୍ରତିଯୋଗିତାରେ ତ ସେ ପ୍ରଥମ ହୋଇଛନ୍ତି।
୯୬ ବର୍ଷ ବୟସରେ ସେ ୨୭ ବର୍ଷୀୟ ଡ୍ୟାନ୍ସ ପାର୍ଟନର ଭାର୍ଡ ମାର୍ଗର଼୍ୟାନଙ୍କ ସହ ଆମେରିକାସ୍ ଗଟ୍ ଟ୍ୟାଲେଣ୍ଟ ଶୋ’ରେ ଅଂଶଗ୍ରହଣ କରିଥିଲେ। ଆଉ ଜଜ୍ମାନେ ଠିଆ ହୋଇ ତାଙ୍କ ଟ୍ୟାଲେଣ୍ଟକୁ ସମ୍ମାନ ଜଣାଇଥିଲେ। ୧୦୦ ବର୍ଷ ବୟସରେ ସେ ଆଥଲେଟା ନାମକ ଫିଟନେସ୍ କ୍ଲଥ କମ୍ପାନୀର ବ୍ରାଣ୍ଡ ଆମ୍ବାସଡର ବି ହୋଇଥିଲେ। ଏହାବାଦ ସେ ଜଣେ ଆନ୍ତର୍ଜାତୀୟ ସ୍ତରର ଯୋଗ ଇନ୍ଷ୍ଟ୍ରକଟର୍ ମଧ୍ୟ। ୮ ବର୍ଷ ବୟସରୁ ସେ ଯୋଗ ଶିଖିବା ଆରମ୍ଭ କରିଥିଲେ। ଯୋଗଶିକ୍ଷା ପ୍ରତି ତାଙ୍କର ଅବଦାନ ଲାଗି ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ବି କରାଯାଇଛି। ତାଙ୍କ ବାପା ଜର୍ମାନୀର ହୋଇଥିବାବେଳେ ମା’ ଭାରତୀୟ। ତେବେ ତାଓ ଜନ୍ମ ବେହା ପରେ ପରେ ତାଙ୍କ ମା’ ମୃତ୍ୟୁବରଣ କରିଥିଲେ। ତାଙ୍କ ଜନ୍ମ ପଣ୍ଡିଚେରୀରେ ହୋଇଥିଲା। ଯୁବାବସ୍ଥାରେ ସେ ମଡେଲ ଥିଲେ। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ସେ ଲଣ୍ଡନ ଚାଲିଯାଇଥିଲେ। ସେଠାରେ ସେ କ୍ୟାବରେ ଡ୍ୟାନ୍ସର ହୋଇଥିଲେ। ପରେ ସେ ଆମେରିକା ଚାଲିଯାଇଥିଲେ। ଆଉ ହଲିଉଡ୍ ଫିଲ୍ମରେ ଅଭିନୟ ବି କରିଥିଲେ। ତେବେ ୧୦୧ ବର୍ଷ ବୟସରେ ସେ ମୃତ୍ୟୁବରଣ କରିଥିଲେ।
The post ୧୦୦ ବର୍ଷରେ ବି ନୃତ୍ୟରେ ପ୍ରବୀଣା, ବୟସର ଛାପ ସାମାନ୍ୟତମ ବାରି ହେବନି… appeared first on Dharitri Odia News.