୧୦୮ ଆମ୍ବୁଲାନ୍ସ ମହାସଙ୍ଘର ଚେତାବନୀ: ଦାବି ପୂରଣ ନ ହେଲେ ସମ୍ପୂର୍ଣ୍ଣ କାର୍ଯ୍ୟବନ୍ଦ
ଭବାନୀପାଟଣା,୨୮।୧୦(ଉତ୍ତମ କୁମାର ଦାଶ): ଅଲ୍ ଓଡ଼ିଶା ୧୦୮ କର୍ମଚାରୀ ମହାସଙ୍ଘ କଳାହାଣ୍ଡି ଶାଖା ପକ୍ଷରୁ ସୋମବାର ସ୍ଥାନୀୟ ଜିଲାପାଳ ଏବଂ ସିଡିଏମ୍ଓଙ୍କୁ ଏକ ୧୧ ଦଫା ଦାବିପତ୍ର ପ୍ରଦାନ କରାଯାଇଛି। ଜିଲାପାଳ ଉପସ୍ଥିତ ନ ଥିବାରୁ ଏହାକୁ ଅତିରିକ୍ତ ଜିଲାପାଳ ବୈତାରୁ ଦୀପ ଗ୍ରହଣ କରିଥିଲେ। ସେହିପରି ସିଡ଼ିଏମ୍ଓଙ୍କ ଅନୁପସ୍ଥିତିରେ ଭାରପ୍ତାପ୍ତ ଡିପିଏମ୍ ଭବାନୀ ଶଙ୍କର ସାହୁ ଗ୍ରହଣ କରିଥିଲେ। ଆସନ୍ତା ୨୯ ତାରିଖ ସୁଦ୍ଧା ଦାବିଗୁଡିକର ସମାଧାନ କରା ନ ଗଲେ ୩୦ ତାରିଖରୁ ଜିପିଏସ୍ […] The post ୧୦୮ ଆମ୍ବୁଲାନ୍ସ ମହାସଙ୍ଘର ଚେତାବନୀ: ଦାବି ପୂରଣ ନ ହେଲେ ସମ୍ପୂର୍ଣ୍ଣ କାର୍ଯ୍ୟବନ୍ଦ appeared first on Dharitri Odia News.
ଭବାନୀପାଟଣା,୨୮।୧୦(ଉତ୍ତମ କୁମାର ଦାଶ): ଅଲ୍ ଓଡ଼ିଶା ୧୦୮ କର୍ମଚାରୀ ମହାସଙ୍ଘ କଳାହାଣ୍ଡି ଶାଖା ପକ୍ଷରୁ ସୋମବାର ସ୍ଥାନୀୟ ଜିଲାପାଳ ଏବଂ ସିଡିଏମ୍ଓଙ୍କୁ ଏକ ୧୧ ଦଫା ଦାବିପତ୍ର ପ୍ରଦାନ କରାଯାଇଛି। ଜିଲାପାଳ ଉପସ୍ଥିତ ନ ଥିବାରୁ ଏହାକୁ ଅତିରିକ୍ତ ଜିଲାପାଳ ବୈତାରୁ ଦୀପ ଗ୍ରହଣ କରିଥିଲେ। ସେହିପରି ସିଡ଼ିଏମ୍ଓଙ୍କ ଅନୁପସ୍ଥିତିରେ ଭାରପ୍ତାପ୍ତ ଡିପିଏମ୍ ଭବାନୀ ଶଙ୍କର ସାହୁ ଗ୍ରହଣ କରିଥିଲେ।
ଆସନ୍ତା ୨୯ ତାରିଖ ସୁଦ୍ଧା ଦାବିଗୁଡିକର ସମାଧାନ କରା ନ ଗଲେ ୩୦ ତାରିଖରୁ ଜିପିଏସ୍ ବନ୍ଦ କରି ରୋଗୀ ସେବା କରାଯିବ ବୋଲି ଦାବିପତ୍ରରେ ଉଲ୍ଲେଖ କରାଯାଇଛି।
ଅନ୍ୟପକ୍ଷେ ସରକାର ଦାବିପୂରଣ ନ କରନ୍ତି ତାହା ହେଲେ ନଭେମ୍ବର ୧ ତାରିଖରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବା ସହ ରାଜରାସ୍ତାକୁ ଓହ୍ଲାଇବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।
୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ଦାବିଗୁଡିକ ହେଲା କାର୍ଯ୍ୟରତ ଥିବା ସମସ୍ତ କର୍ମଚାରୀଙ୍କୁ ନୂତନ କମ୍ପାନୀରେ ନିଯୁକ୍ତ, କାର୍ଯ୍ୟ କରିବାର ଠିକ ସମୟ ଓ ପାରିଶ୍ରମିକ ନିର୍ଦ୍ଧାରଣ, ୧୨ ଘଣ୍ଟାର କାର୍ଯ୍ୟକୁ ୧୨ ଘଣ୍ଟାର ପ୍ରାପ୍ୟ, ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ଠିକାସଂସ୍ଥାରୁ ମୁକ୍ତ କରି ନିୟମିତ କରାଯାଉ, ୧୦୮ ଆମ୍ବୁଲାନ୍ସ କର୍ମୀଙ୍କ ମୃତ୍ୟୁ ହେଲେ ଅନୁକମ୍ପା ରାଶି ୨୦ ଲକ୍ଷ ଓ ଅକର୍ମଣ୍ୟ ହେଲେ
୧୦ ଲକ୍ଷ ଟଙ୍କା ରାଶି ପ୍ରଦାନ ଆଦି ରହିଛି। ଜିଲା ସଭାପତି ଶୁଭେନ୍ଧୁ ମେହେର, ସମ୍ପାଦକ ସନ୍ଥ କୁମାର ସାହୁଙ୍କ ନେତୃତ୍ୱରେ ଦାବି ପତ୍ର ପ୍ରଦାନ କରାଯାଇଥିଲା। ଏହି ଅବସରରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ଉପସ୍ଥିତ ଥିଲେ।
The post ୧୦୮ ଆମ୍ବୁଲାନ୍ସ ମହାସଙ୍ଘର ଚେତାବନୀ: ଦାବି ପୂରଣ ନ ହେଲେ ସମ୍ପୂର୍ଣ୍ଣ କାର୍ଯ୍ୟବନ୍ଦ appeared first on Dharitri Odia News.