୧୦୮ ଆମ୍ବୁଲାନ୍ସ ସେବା ଯୋଗାଉଥିବା କମ୍ପାନୀ ଓ କର୍ମଚାରୀ ବିବାଦ, ରୋଗୀ ସେବା ଠପ୍

ଭୁବନେଶ୍ବର : ରାଜ୍ୟ ସାରା ଆମ୍ବୁଲାନ୍ସ କର୍ମଚାରୀଙ୍କ ଅଭିନବ ପ୍ରତିବାଦ। ଜିପିଏସ୍ ବନ୍ଦ କରି ସେବା ଯୋଗାଇବା ପାଇଁ କର୍ମଚାରୀ... The post ୧୦୮ ଆମ୍ବୁଲାନ୍ସ ସେବା ଯୋଗାଉଥିବା କମ୍ପାନୀ ଓ କର୍ମଚାରୀ ବିବାଦ, ରୋଗୀ ସେବା ଠପ୍ appeared first on .

୧୦୮ ଆମ୍ବୁଲାନ୍ସ ସେବା ଯୋଗାଉଥିବା କମ୍ପାନୀ ଓ କର୍ମଚାରୀ ବିବାଦ, ରୋଗୀ ସେବା ଠପ୍

ଭୁବନେଶ୍ବର : ରାଜ୍ୟ ସାରା ଆମ୍ବୁଲାନ୍ସ କର୍ମଚାରୀଙ୍କ ଅଭିନବ ପ୍ରତିବାଦ। ଜିପିଏସ୍ ବନ୍ଦ କରି ସେବା ଯୋଗାଇବା ପାଇଁ କର୍ମଚାରୀ ଆଗେଇ ଆସିଥିବା ବେଳେ ପ୍ରୋଟୋକଲ ଅନୁସାରେ କାମ କରିବାକୁ ଜିଦ୍ ଧରିଛି ସେବାସଂସ୍ଥା। ବିବାଦ ଯୋଗୁଁ ହନ୍ତସନ୍ତ ହୋଇଛନ୍ତି ସାଧାରଣ ରୋଗୀ। ରାଜ୍ୟର ବିଭିନ୍ନ ସ୍ଥାନରୁ ରୋଗୀ ସେବା ବିପର୍ଯ୍ୟସ୍ତର ଖବର ଆସିଛି। ମୋହନାରେ ଦୁର୍ଘଟଣାରେ ଆହତଙ୍କୁ ଆମ୍ବୁଲାନ୍ସ ନ ମିଳିବାରୁ ଜୀବନ ଯାଇଛି । ପୂର୍ବରୁ କାର୍ଯ୍ୟ କରୁଥିବା ୯୬ ଜଣ ଇଏମଟିଙ୍କୁ ପୁନଃ ନିଯୁକ୍ତି ପ୍ରଦାନ, ୧୨ ଘଣ୍ଟା ପରିଶ୍ରମ କରୁଥିବା EMTଙ୍କୁ ୧୨ଘଣ୍ଟାର ପ୍ରାପ୍ୟ ପ୍ରଦାନ, ୧୦୮ ଆମ୍ବୁଲାନ୍ସ ରହୁଥିବା ସ୍ଥାନରେ ଆମ୍ବୁଲାନ୍ସ ଧୋଇବା/ ସାନିଟାଇଜ୍ କରିବା ସହ ବିଶ୍ରାମ ଓ ଖାଇବା ପାଇଁ ସୁବିଧାର ବ୍ୟବସ୍ଥା , କର୍ମଚାରୀ ମାନଙ୍କ ପାଇଁ ବିଶ୍ରାମ ଗୃହ, ୧୦୮ ଆମ୍ବୁଲାନ୍ସ କର୍ମୀଙ୍କ ମୃତ୍ୟୁ ହେଲେ ଉଚିତ ଅନୁକମ୍ପା ରାଶି ସହ ଅକର୍ମଣ୍ୟ ହେଲେ ଆର୍ଥିକ ସହାୟତା ପ୍ରଦାନ ଭଳି ଦାବି ରଖିଛି କର୍ମଚାରୀ ସଂଘ।

ନବୀନ ସରକାର ସମୟରେ ଆମ୍ବୁଲାନ୍ସ କର୍ମଚାରୀ ପାଉଥିଲେ ସମସ୍ତ ସୁବିଧା । ବିଜେପି ସରକାରକୁ ଆସିବା ପରେ ୧୦୮ ସେବା ଜିବିକେ ଏମ୍ରିଗ୍ରିନକୁ ହସ୍ତାନ୍ତର କରାଯାଇଛି। କମ୍ପାନୀର ମନମାନିକୁ ବିରୋଧ କରି ଜିପିଏସ୍ ବନ୍ଦକରି ଆଜି ୭ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ୩୦ ଜିଲ୍ଲାର ୧୦୮ କର୍ମଚାରୀ । କର୍ମଚାରୀଙ୍କ ଦାବି ପୂରଣ ନହେଲେ ଆନ୍ଦୋଳନ ଜାରି ରହିବ ବୋଲି ସଂଘ ଚେତାବନୀ ଦେଇଛି । କର୍ମଚାରୀଙ୍କ ଦାବି ଯଥାର୍ଥ ନୁହେଁ ବୋଲି କହିଛନ୍ତି ପରିଚାଳନା କରୁଥିବା କମ୍ପାନୀ । ପୂର୍ବ ସରକାର ୧୦୮ ଆମ୍ବୁଲାନ୍ସର ଡ୍ରାଇଭର ଓ ଟେକ୍ନିସିଆନଙ୍କୁ ଦରମା ବ୍ୟତୀତ ମାସିକ ୫ ହଜାର ଟଙ୍କା ସ୍ପେଶାଲ ଆଲାଉନ୍ସ  ଓ ଆସିଷ୍ଟାଣ୍ଟଙ୍କୁ ମାସିକ ୩ ହଜାର ଟଙ୍କା ଲେଖାଏଁ ଭତ୍ତା ପ୍ରଦାନ କରୁଥିଲେ। ଗତ ୨ ମାସ ଧରି ଏହି ଭତ୍ତାକୁ ବନ୍ଦ କରିଦିଆଯାଇଛି ପ୍ରତି ମାସରେ ନିର୍ଦ୍ଧାରିତ ତାରିଖରେ ଦରମା ପ୍ରଦାନ କରାଯାଉନାହିଁ । ୮ ଘଣ୍ଟାର ଦରମା ଦେଇ ୧୨ ଘଣ୍ଟା, ୨୪ ଘଣ୍ଟା, ୪୮ ଘଣ୍ଟା ପର୍ଯ୍ୟନ୍ତ ଡ୍ୟୁଟି କରାଉଛନ୍ତି । ଏଥିସହିତ କୌଣସି କାରଣ ନଥାଇ ୧୦୦ ଜଣ କର୍ମଚାରୀଙ୍କୁ ଛଟେଇ କରାଯାଇଛି ।ସରକାର ବଦଳିଲା । ତା’ ସାଙ୍ଗରେ ବଦଳିଗଲା ସରକାରୀ ନିୟମ । ଆମ୍ବୁଲାନ୍ସ ପାଇଁ ନିୟୋଜିତ ନୂଆ ସଂସ୍ଥାର ଦାଦାଗିରି ବଢ଼ିଚାଲିଥିବା ବେଳେ ପ୍ରସଙ୍ଗରେ ସମ୍ପୂର୍ଣ୍ଣ ନୀରବ ଅଛନ୍ତି ସ୍ଵାସ୍ଥ୍ୟମନ୍ତ୍ରୀ ।

The post ୧୦୮ ଆମ୍ବୁଲାନ୍ସ ସେବା ଯୋଗାଉଥିବା କମ୍ପାନୀ ଓ କର୍ମଚାରୀ ବିବାଦ, ରୋଗୀ ସେବା ଠପ୍ appeared first on .