୧୦୮ ଗରା ସୁବାସିତ ଜଳରେ ମହାସ୍ନାନ କଲେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ,୧୧ା୬: ପବିତ୍ର ସ୍ନାନ ପୂର୍ଣ୍ଣିମା ଅବସରରେ ୧୦୮ ଗରା ସୁବାସିତ ଜଳରେ ମହାପ୍ରଭୁ ମହାସ୍ନାନ କରିଛନ୍ତି। ଏହି ଦିବ୍ୟ ସ୍ନାନକୁ ବଡ଼ଦାଣ୍ଡରେ ଥାଇ ଦର୍ଶନ କରୁଛନ୍ତି ହଜାର ହଜାର ଶ୍ରଦ୍ଧାଳୁ। ନୀତି ନିର୍ଘଣ୍ଟ ଅନୁଯାୟୀ, ଭୋର ୪.୩୦ରେ ମଙ୍ଗଳାର୍ପଣ, ଭୋର ୫ଟାରେ ଧାଡ଼ି ପହଣ୍ଡି କରାଯାଇଥିଲା। ସକାଳ ୯ଟାରେ ମଙ୍ଗଳଆଳତି ପରେ ଅନ୍ୟାନ୍ୟ ନୀତି କରାଯାଇଥିଲା। ଅପରାହ୍ନ ୩ଟା ୩୦ରେ ଛେରାପହଁରା, ୪ଟା ୩୦ରେ ହାତୀବେଶ ଅନୁଷ୍ଠିତ ହେବ। ରାତି ୧୧ଟାରେ ହାତୀବେଶ ମଇଲମ କରାଯିବ। ଭକ୍ତଙ୍କ […] The post ୧୦୮ ଗରା ସୁବାସିତ ଜଳରେ ମହାସ୍ନାନ କଲେ ଚତୁର୍ଦ୍ଧାମୂର୍ତ୍ତି appeared first on Dharitri Odia News.

୧୦୮ ଗରା ସୁବାସିତ ଜଳରେ ମହାସ୍ନାନ କଲେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ,୧୧ା୬: ପବିତ୍ର ସ୍ନାନ ପୂର୍ଣ୍ଣିମା ଅବସରରେ ୧୦୮ ଗରା ସୁବାସିତ ଜଳରେ ମହାପ୍ରଭୁ ମହାସ୍ନାନ କରିଛନ୍ତି। ଏହି ଦିବ୍ୟ ସ୍ନାନକୁ ବଡ଼ଦାଣ୍ଡରେ ଥାଇ ଦର୍ଶନ କରୁଛନ୍ତି ହଜାର ହଜାର ଶ୍ରଦ୍ଧାଳୁ।

Image

ନୀତି ନିର୍ଘଣ୍ଟ ଅନୁଯାୟୀ, ଭୋର ୪.୩୦ରେ ମଙ୍ଗଳାର୍ପଣ, ଭୋର ୫ଟାରେ ଧାଡ଼ି ପହଣ୍ଡି କରାଯାଇଥିଲା। ସକାଳ ୯ଟାରେ ମଙ୍ଗଳଆଳତି ପରେ ଅନ୍ୟାନ୍ୟ ନୀତି କରାଯାଇଥିଲା। ଅପରାହ୍ନ ୩ଟା ୩୦ରେ ଛେରାପହଁରା, ୪ଟା ୩୦ରେ ହାତୀବେଶ ଅନୁଷ୍ଠିତ ହେବ। ରାତି ୧୧ଟାରେ ହାତୀବେଶ ମଇଲମ କରାଯିବ।

ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ନିମନ୍ତେ ବ୍ୟାରିକେଡ୍‌ ବ୍ୟବସ୍ଥା ହୋଇଛି। ଆଇନଶୃଙ୍ଖଳା, ଭିଡ଼ ନିୟନ୍ତ୍ରଣ ପାଇଁ ୭୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି।

The post ୧୦୮ ଗରା ସୁବାସିତ ଜଳରେ ମହାସ୍ନାନ କଲେ ଚତୁର୍ଦ୍ଧାମୂର୍ତ୍ତି appeared first on Dharitri Odia News.