୧୧ କେଭି ବିଦ୍ୟୁତ ତାର ଛିଡି ଚାଲିଗଲା ଯୁବ ଚାଷୀଙ୍କ ଜୀବନ, ଜଳିଗଲା ୨ ଏକର ଧାନ କ୍ଷେତ…

ଭଦ୍ରକ: ବିଦ୍ୟୁତ ବିଭାଗର ଅସାବଧାନତା ପାଇଁ ଚାଲିଗଲା ଜଣେ ଯୁବ ଚାଷୀଙ୍କ ଜୀବନ। ଏମିତି ଏକ ଅଘଟଣ ଘଟିଛି ଚାନ୍ଦବାଲି ଏନଏସି ଅନ୍ତର୍ଗତ ନରସିଂହପୁର ଗ୍ରାମରେ। ସୂଚନା ମୁତାବକ, ଉକ୍ତ ଗ୍ରାମର ଭଗବାନ ଦାସଙ୍କ ପୁଅ ପ୍ରମୋଦ ଦାସ ନିଜ ଜମିରେ ଧାନ ବିଡା ଗଦା କରୁଥିଲେ। ଏହି ସମୟରେ ପୂର୍ବରୁ ଓହଳି ରହିଥିବା ୧୧ କେଭି ବିଦ୍ୟୁତ ତାର ଛିଡି ତାଙ୍କ ଉପରେ ପଡିଥିଲା । ସଙ୍ଗେସଙ୍ଗେ ତାଙ୍କ ଶରୀର ଜଳିବା ସହ ଧାନଗଦା ଜଳିବାକୁ […]

୧୧ କେଭି ବିଦ୍ୟୁତ ତାର ଛିଡି ଚାଲିଗଲା ଯୁବ ଚାଷୀଙ୍କ ଜୀବନ, ଜଳିଗଲା ୨ ଏକର ଧାନ କ୍ଷେତ…
Untitled 1 84

ଭଦ୍ରକ: ବିଦ୍ୟୁତ ବିଭାଗର ଅସାବଧାନତା ପାଇଁ ଚାଲିଗଲା ଜଣେ ଯୁବ ଚାଷୀଙ୍କ ଜୀବନ। ଏମିତି ଏକ ଅଘଟଣ ଘଟିଛି ଚାନ୍ଦବାଲି ଏନଏସି ଅନ୍ତର୍ଗତ ନରସିଂହପୁର ଗ୍ରାମରେ।

ସୂଚନା ମୁତାବକ, ଉକ୍ତ ଗ୍ରାମର ଭଗବାନ ଦାସଙ୍କ ପୁଅ ପ୍ରମୋଦ ଦାସ ନିଜ ଜମିରେ ଧାନ ବିଡା ଗଦା କରୁଥିଲେ। ଏହି ସମୟରେ ପୂର୍ବରୁ ଓହଳି ରହିଥିବା ୧୧ କେଭି ବିଦ୍ୟୁତ ତାର ଛିଡି ତାଙ୍କ ଉପରେ ପଡିଥିଲା । ସଙ୍ଗେସଙ୍ଗେ ତାଙ୍କ ଶରୀର ଜଳିବା ସହ ଧାନଗଦା ଜଳିବାକୁ ଆରମ୍ଭ କରିଥିଲା। କେହି କିଛି ବୁଝିବା ପୂର୍ବରୁ ପ୍ରମୋଦଙ୍କ ସହ ୨ ଏକର ଧାନ କ୍ଷେତ ଜଳି ଯାଇଥିଲା । ବିଦ୍ୟୁତ ତାରରୁ ନିଆଁ ଲାଗି ଥିବାରୁ ଭୟରେ କେହି ପାଖକୁ ଯାଇ ନ ଥିଲେ । ଫଳରେ ଘଟଣା ସ୍ଥଳରେ ପ୍ରମୋଦଙ୍କ ମୃତ୍ୟୁ ଘଟିଥିଲା । ଖବର ପାଇ ବିଦ୍ୟୁତ ବିଭାଗ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରିବା ପରେ ଚାନ୍ଦବାଲି ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିଲା । ଘଟଣାସ୍ଥଳରେ ଚାନ୍ଦବାଲି ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଧୀରେ ଧୀରେ ପରିସ୍ଥିତି ଉତ୍ତେଜନା ଆଡକୁ ଗତି କରୁଛି।