୧୧ ଥର ପରୀକ୍ଷା ଦେଇ ମାଟ୍ରିକ୍ ପାସ୍ କଲେ କୃଷ୍ଣ
ବିଡ୍: ମହାରାଷ୍ଟ୍ରର ବିଡ୍ ଜିଲା ପାର୍ଲୀ ସ୍ଥିତ ରତ୍ନେଶ୍ୱର ବିଦ୍ୟାଳୟର କୃଷ୍ଣ ନାମଦେବ ମୁଣ୍ଡେ ନାମକ ଜଣେ ଛାତ୍ର ଏକାଦଶତମ ପ୍ରୟାସରେ ଦଶମ ବୋର୍ଡ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଉଦାହରଣ ସୃଷ୍ଟି କରିଛନ୍ତି। ବହୁ ବର୍ଷର ଅକ୍ଳାନ୍ତ ପରିଶ୍ରମ ପରେ କୃଷ୍ଣଙ୍କର ଏହି ସଫଳତା କେବଳ ତାଙ୍କ ପରିବାର ନୁହେଁ ବରଂ ତାଙ୍କ ବନ୍ଧୁ, ପରିଜନ, ପଡ଼ୋଶୀଙ୍କୁ ପ୍ରେରଣା ଯୋଗାଇପାରିଛି। ତାଙ୍କର ଏହି ସଫଳତାରେ ଗ୍ରାମବାସୀ ଖୁସିରେ ବିଭୋର ହୋଇ ଏକ ବିଶାଳ ଶୋଭାଯାତ୍ରା ବାହାର କରିଥିଲେ। […] The post ୧୧ ଥର ପରୀକ୍ଷା ଦେଇ ମାଟ୍ରିକ୍ ପାସ୍ କଲେ କୃଷ୍ଣ appeared first on Dharitri Odia News.
ବିଡ୍: ମହାରାଷ୍ଟ୍ରର ବିଡ୍ ଜିଲା ପାର୍ଲୀ ସ୍ଥିତ ରତ୍ନେଶ୍ୱର ବିଦ୍ୟାଳୟର କୃଷ୍ଣ ନାମଦେବ ମୁଣ୍ଡେ ନାମକ ଜଣେ ଛାତ୍ର ଏକାଦଶତମ ପ୍ରୟାସରେ ଦଶମ ବୋର୍ଡ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଉଦାହରଣ ସୃଷ୍ଟି କରିଛନ୍ତି। ବହୁ ବର୍ଷର ଅକ୍ଳାନ୍ତ ପରିଶ୍ରମ ପରେ କୃଷ୍ଣଙ୍କର ଏହି ସଫଳତା କେବଳ ତାଙ୍କ ପରିବାର ନୁହେଁ ବରଂ ତାଙ୍କ ବନ୍ଧୁ, ପରିଜନ, ପଡ଼ୋଶୀଙ୍କୁ ପ୍ରେରଣା ଯୋଗାଇପାରିଛି। ତାଙ୍କର ଏହି ସଫଳତାରେ ଗ୍ରାମବାସୀ ଖୁସିରେ ବିଭୋର ହୋଇ ଏକ ବିଶାଳ ଶୋଭାଯାତ୍ରା ବାହାର କରିଥିଲେ। ୨୦୧୮ରୁ ୧୦ ଥର ନିରାଶାର ସମ୍ମୁଖୀନ ହୋଇଥିଲେ ମଧ୍ୟ କୃଷ୍ଣ କେବେ ହତାଶ ହୋଇ ନିଜ ସଂକଳ୍ପକୁ ଅଧାରେ ଛାଡ଼ିଦେଇ ନ ଥିଲେ। ଚଳିତ ବର୍ଷ ମହାରାଷ୍ଟ୍ରର ଦଶମ ବୋର୍ଡ ପରୀକ୍ଷାରେ ସେ କୃତକାର୍ଯ୍ୟ ହୋଇଛନ୍ତି। କଠିନ ପରିଶ୍ରମ ଓ ଦୃଢ଼ ଇଚ୍ଛାଶକ୍ତି ବଳରେ ଯେକୌଣସି ଆହ୍ବାନକୁ ସାମ୍ନା କରାଯାଇପାରେ, ଏହା ସେ ପ୍ରମାଣ କରି ଦେଖାଇଛନ୍ତି।
The post ୧୧ ଥର ପରୀକ୍ଷା ଦେଇ ମାଟ୍ରିକ୍ ପାସ୍ କଲେ କୃଷ୍ଣ appeared first on Dharitri Odia News.