୧୧ ଦିନରେ ବିକ୍ରି ହୋଇଯାଇଥିଲା ୩୩୦୦ ନିର୍ବାଚନୀ ବଣ୍ଡ, ସତ୍ୟପାଠରେ ସୁପ୍ରିମକୋର୍ଟକୁ ସ୍ପଷ୍ଟ କଲା SBI
ନୂଆଦିଲ୍ଲୀ ୧୩/୦୩: ସର୍ବୋଚ୍ଚ ଅଦାଲତଙ୍କ ତାଗିଦ୍ ପରେ ଚେତିଲା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ । ନିର୍ବାଚନ କମିସନଙ୍କ ପାଖରେ ଦାଖଲ କଲା ନିର୍ବାଚନୀ ବଣ୍ଡ ସମ୍ପର୍କୀୟ ଗୁରତ୍ୱପୂର୍ଣ୍ଣ ତଥ୍ୟାବଳୀ । ସୁପ୍ରିମକୋର୍ଟଙ୍କ କଡ଼ା ସମାଲୋଚନାର ଦିନକ ପରେ ଏସବିଆଇ ସମସ୍ତ ଇଲେକ୍ଟୋରାଲ ବଣ୍ଡର ତଥ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିଛି । ଏହି ତଥ୍ୟକୁ ଆସନ୍ତା ୧୫ତାରିଖ ସୁଦ୍ଧା ମୁଖ୍ୟ ନିର୍ବାଚନ କମିସନ ନିଜ ୱେବସାଇଟରେ ଅପଲୋଡ କରି ସାର୍ବଜନୀନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଫେବୃଆରୀ ୧୫ ତାରିଖରେ ନିର୍ବାଚନୀ ବଣ୍ଡକୁ ଅସିଦ୍ଧ ଘୋଷଣା କରିବା ସହିତ ସମସ୍ତ ତଥ୍ୟ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ତେବେ ଏହା ଏକ ଗୁପ୍ତ ପ୍ରକ୍ରିୟା, ସମସ୍ତ ତଥ୍ୟ ଦାଖଲ କରିବାକୁ ୪ ମାସ ସମୟ ଲାଗିବ ବୋଲି କୋର୍ଟଙ୍କୁ ଏସବିଆଇ ପକ୍ଷରୁ ମାମଲା ଲଢୁଥିବା ବରିଷ୍ଠ ଆଇନଜୀବୀ ହରିଶ ସାଲଭେ କହିଥିଲେ । ହେଲେ ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ ଏସବିଆଇ ଉପରେ ବର୍ଷିବା ସହ ତାଙ୍କୁ ମଙ୍ଗଳବାର ଭିତରେ ତଥ୍ୟ ଦେବାକୁ କହିଥିଲେ । ଶେଷରେ କୋର୍ଟଙ୍କ ତାଗିଦ ଆଗରେ ମୁଣ୍ଡ ନୂଆଁଇବା ସହିତ ତଥ୍ୟ ଦାଖଲ କରିଛି ଏସବିଆଇ । ନିର୍ବାଚନୀ ବଣ୍ଡ୍ ମାମଲାରେ ବୁଧବାର ସୁପ୍ରିମକୋର୍ଟଙ୍କ ଆଗରେ ଏକ ସତ୍ୟପାଠ ଦାଖଲ କରିଥିଲେ, ଯେଉଁଥିରେ ମାର୍ଚ୍ଚ ୧୫ ତାରିଖ ୨୦୨୪ ସୁଦ୍ଧା ବିକ୍ରି ହୋଇଥିବା ଏବଂ ଆଦାୟ ହୋଇଥିବା ନଗଦ ବିବରଣୀ ରହିଛି। ଏସବିଆଇ ପକ୍ଷର
ନୂଆଦିଲ୍ଲୀ ୧୩/୦୩: ସର୍ବୋଚ୍ଚ ଅଦାଲତଙ୍କ ତାଗିଦ୍ ପରେ ଚେତିଲା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ । ନିର୍ବାଚନ କମିସନଙ୍କ ପାଖରେ ଦାଖଲ କଲା ନିର୍ବାଚନୀ ବଣ୍ଡ ସମ୍ପର୍କୀୟ ଗୁରତ୍ୱପୂର୍ଣ୍ଣ ତଥ୍ୟାବଳୀ । ସୁପ୍ରିମକୋର୍ଟଙ୍କ କଡ଼ା ସମାଲୋଚନାର ଦିନକ ପରେ ଏସବିଆଇ ସମସ୍ତ ଇଲେକ୍ଟୋରାଲ ବଣ୍ଡର ତଥ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିଛି ।
ଏହି ତଥ୍ୟକୁ ଆସନ୍ତା ୧୫ତାରିଖ ସୁଦ୍ଧା ମୁଖ୍ୟ ନିର୍ବାଚନ କମିସନ ନିଜ ୱେବସାଇଟରେ ଅପଲୋଡ କରି ସାର୍ବଜନୀନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଫେବୃଆରୀ ୧୫ ତାରିଖରେ ନିର୍ବାଚନୀ ବଣ୍ଡକୁ ଅସିଦ୍ଧ ଘୋଷଣା କରିବା ସହିତ ସମସ୍ତ ତଥ୍ୟ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ତେବେ ଏହା ଏକ ଗୁପ୍ତ ପ୍ରକ୍ରିୟା, ସମସ୍ତ ତଥ୍ୟ ଦାଖଲ କରିବାକୁ ୪ ମାସ ସମୟ ଲାଗିବ ବୋଲି କୋର୍ଟଙ୍କୁ ଏସବିଆଇ ପକ୍ଷରୁ ମାମଲା ଲଢୁଥିବା ବରିଷ୍ଠ ଆଇନଜୀବୀ ହରିଶ ସାଲଭେ କହିଥିଲେ ।
ହେଲେ ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ ଏସବିଆଇ ଉପରେ ବର୍ଷିବା ସହ ତାଙ୍କୁ ମଙ୍ଗଳବାର ଭିତରେ ତଥ୍ୟ ଦେବାକୁ କହିଥିଲେ । ଶେଷରେ କୋର୍ଟଙ୍କ ତାଗିଦ ଆଗରେ ମୁଣ୍ଡ ନୂଆଁଇବା ସହିତ ତଥ୍ୟ ଦାଖଲ କରିଛି ଏସବିଆଇ । ନିର୍ବାଚନୀ ବଣ୍ଡ୍ ମାମଲାରେ ବୁଧବାର ସୁପ୍ରିମକୋର୍ଟଙ୍କ ଆଗରେ ଏକ ସତ୍ୟପାଠ ଦାଖଲ କରିଥିଲେ, ଯେଉଁଥିରେ ମାର୍ଚ୍ଚ ୧୫ ତାରିଖ ୨୦୨୪ ସୁଦ୍ଧା ବିକ୍ରି ହୋଇଥିବା ଏବଂ ଆଦାୟ ହୋଇଥିବା ନଗଦ ବିବରଣୀ ରହିଛି।
ଏସବିଆଇ ପକ୍ଷରୁ ଦାଖଲ ରିପୋର୍ଟ ମୁତାବକ ୧ ଏପ୍ରିଲ ୨୦୧୯ ରୁ ସେହିବର୍ଷ ୧୧ ଏପ୍ରିଲ ପର୍ଯ୍ୟନ୍ତ ମୋଟ ୩୩୪୬ ବଣ୍ଡ୍ କିଣାଯାଇଥିବା ବେଳେ ଏଥିରୁ ମୋଟ ୧୬୦୯ ବଣ୍ଡ୍ର ନଗଦ ଉଠାଣ ହୋଇଛି । ଏସବିଆଇର ଦାଖଲ ସୂଚନା ମୁତାବକ, ୧୨ ଏପ୍ରିଲ ୨୦୧୯ରୁ ୧୫ ଫେବୃଆରୀ ପର୍ଯ୍ୟନ୍ତ ମୋଟ ୧୮,୮୭୧ ନିର୍ବାଚନୀ ବଣ୍ଡ୍ କିଣାଯାଇଥିଲା। ଏବଂ ୨୦,୪୨୧ ବଣ୍ଡ୍ର ନଗଦ ଉଠାଣ ହୋଇଥିଲା ।
ଏହା ପୂର୍ବରୁ ସୁପ୍ରିମକୋର୍ଟଙ୍କ ଆଦେଶ କ୍ରମେ ମଙ୍ଗଳବାର ସନ୍ଧ୍ୟାରେ ଏସବିଆଇ ନିର୍ବାଚନ ଆୟୋଗଙ୍କୁ ସେହି ସଂଗଠନର ବିବରଣୀ ପ୍ରଦାନ କରିଥିଲେ, ଯାହା ବର୍ତ୍ତମାନ ସମାପ୍ତ ହୋଇଥିବା ନିର୍ବାଚନୀ ବଣ୍ଡ୍ କିଣିଥିଲେ ଏବଂ ରାଜନୈତିକ ଦଳ ଏହାକୁ ପ୍ରାପ୍ତ କରିଥିଲେ। ସର୍ବୋଚ୍ଚ ଅଦାଲତ ସୋମବାର ଏସ୍ବିଆଇକୁ ମାର୍ଚ୍ଚ ୧୨ ତାରିଖ କାର୍ଯ୍ୟକାଳ ଶେଷ ହେବା ସୁଦ୍ଧା ନିର୍ବାଚନ ଆୟୋଗଙ୍କୁ ନିର୍ବାଚନୀ ବଣ୍ଡ୍ର ବୀବରଣୀ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ସୂଚନାଥାଉକି, ଫେବୃଆରୀ ୧୫ ତାରିଖରେ ସୁପ୍ରିମକୋର୍ଟ ଏକ ଐତିହାସିକ ନିଷ୍ପତ୍ତି ନେଇ କେନ୍ଦ୍ରର ନିର୍ବାଚନୀ ବଣ୍ଡ୍ ଯୋଜନାକୁ ରଦ୍ଦ କରି ଏହାକୁ ଅସାମ୍ବିଧାନିକ ବୋଲି କହିଥିଲେ ଏବଂ ନିର୍ବାଚନ ଆୟୋଗଙ୍କୁ ଦାନଦାତା, ଦାତାଙ୍କ ଦ୍ବାରା ଦିଆଯାଇଥିବା ଅର୍ଥରାଶି ଏବଂ ପାଇଥିବା ରାଜନୈତିକ ଦଳର ନାଁ ଖୁଲାସା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ତମାମ ବିବରଣୀର ଖୁଲାସା କରିବାକୁ ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ସମୟ ମାଗିଥିଲା ଏସବିଆଇ। ତେବେ ଏସବିଆଇର ଏହି ଆବେଦନକୁ ଖାରଜ କରି ୧୨ ମାର୍ଚ୍ଚ କାର୍ଯ୍ୟକାଳ ଶେଷ ସୁଦ୍ଧା ତଥ୍ୟ ଦାଖଲ କରିବାକୁ ଏସବିଆଇକୁ କଡ଼ା ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ।