୧୧ ବର୍ଷ ବୟସରେ ଭିଣୋଇଙ୍କୁ ବିବାହ, ୨୩ ବର୍ଷରେ ପଡ଼ିଲେ ଦିଅରଙ୍କ ପ୍ରେମରେ..ଘରୁ ଫେରାର ହୋଇ ମନ୍ଦିରରେ…
ଜୟପୁର,୪।୫: ନାବାଳିକା ଥିବା ବେଳେ ଭିଣୋଇଙ୍କ ସହ ବିବାହ। ପରବର୍ତ୍ତୀ ସମୟରେ ଦିଅରଙ୍କ ପ୍ରେମରେ ପଡ଼ିଗଲେ ଯୁବତୀ। ଶେଷରେ ଘରୁ ଫେରାର ହୋଇ ହରିୟାଣାର ଏକ ମନ୍ଦିରରେ ଶରଣ ପଶିଛନ୍ତି ସେ। ରାଜସ୍ଥାନର ଚୁରୁର ଏଭଳି ଏକ କାହାଣୀ ଏବେ ଚର୍ଚ୍ଚାରେ ରହିଛି। ଏବେ ତାଙ୍କୁ ୨୩ ବର୍ଷ। ହେଲେ ମାତ୍ର ୧୧ ବର୍ଷ ବୟସରେ ତାଙ୍କ ବିବାହ ଭିଣୋଇଙ୍କ ସହ ହୋଇଥିଲା। ଅର୍ଥାତ ଭଉଣୀଙ୍କ ମୃତ୍ୟୁ ପରେ ତାଙ୍କୁ ପରିବାରଲୋକେ ଜୋର କରି ଭିଣୋଇଙ୍କ ସହ […] The post ୧୧ ବର୍ଷ ବୟସରେ ଭିଣୋଇଙ୍କୁ ବିବାହ, ୨୩ ବର୍ଷରେ ପଡ଼ିଲେ ଦିଅରଙ୍କ ପ୍ରେମରେ..ଘରୁ ଫେରାର ହୋଇ ମନ୍ଦିରରେ… appeared first on Dharitri Odia News.
ଜୟପୁର,୪।୫: ନାବାଳିକା ଥିବା ବେଳେ ଭିଣୋଇଙ୍କ ସହ ବିବାହ। ପରବର୍ତ୍ତୀ ସମୟରେ ଦିଅରଙ୍କ ପ୍ରେମରେ ପଡ଼ିଗଲେ ଯୁବତୀ। ଶେଷରେ ଘରୁ ଫେରାର ହୋଇ ହରିୟାଣାର ଏକ ମନ୍ଦିରରେ ଶରଣ ପଶିଛନ୍ତି ସେ। ରାଜସ୍ଥାନର ଚୁରୁର ଏଭଳି ଏକ କାହାଣୀ ଏବେ ଚର୍ଚ୍ଚାରେ ରହିଛି।
ଏବେ ତାଙ୍କୁ ୨୩ ବର୍ଷ। ହେଲେ ମାତ୍ର ୧୧ ବର୍ଷ ବୟସରେ ତାଙ୍କ ବିବାହ ଭିଣୋଇଙ୍କ ସହ ହୋଇଥିଲା। ଅର୍ଥାତ ଭଉଣୀଙ୍କ ମୃତ୍ୟୁ ପରେ ତାଙ୍କୁ ପରିବାରଲୋକେ ଜୋର କରି ଭିଣୋଇଙ୍କ ସହ ବିବାହ କରାଇଥିଲେ। ହେଲେ ସମୟ ବିତିବା ସହିତ, ଝିଅଟି ଭିଣୋଇଙ୍କ ସାନ ଭାଇକୁ ପ୍ରେମ କରିଥିଲେ। ଏବେ ଉଭୟଙ୍କୁ ହତ୍ୟା ଧମକ ଦିଆଯାଉଛି। ଦୁହେଁ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି।
ଭଉଣୀଙ୍କ ପିଲାମାନଙ୍କୁ ଲାଳନପାଳନ କରିବା ଭାବି ପରିବାରଲୋକେ ଯୁବତୀଙ୍କ ବିବାହ କରିଦେଇଥିଲେ। ହେଲେ ବିବାହ ପରେ ତାଙ୍କ ଜୀବନ ନର୍କ ହୋଇଯାଇଥିଲା। ତାଙ୍କ ସ୍ବାମୀ (ସେ ଯାହାଙ୍କୁ ବିବାହ କରିଛନ୍ତି) ମଦ୍ୟପାନ କରନ୍ତି। କେବଳ ଏତିକି ନୁହେଁ, ସେ ମଦ୍ୟପାନ କରିବା ପରେ ତାଙ୍କୁ ପିଟୁଥିଲେ। ସେ ତାଙ୍କୁ କେବେ ପ୍ରେମ ଏବଂ ସମ୍ମାନ ଦେଇ ନ ଥିବା ଯୁବତୀଜଣଙ୍କ ଅଭିଯୋଗ କରିଛନ୍ତି।
ଯୁବତୀ କହିଛନ୍ତି ଯେ ତାଙ୍କ ଶାଶୁ ମଧ୍ୟ ତାଙ୍କୁ ନିର୍ଯାତନା ଦେଉଥିଲେ। ଏହି ସମୟରେ ତାକୁ ତାଙ୍କ ଦିଅର ସମର୍ଥନ କରିଥିଲେ। ସେ ଦିନମଜୁରିଆ ଭାବରେ କାମ କରନ୍ତି। ଦୁହିଁଙ୍କ ମଧ୍ୟରେ ବନ୍ଧୁତା ଥିଲା। ତା’ପରେ ଧୀରେ ଧୀରେ ସେମାନେ ପ୍ରେମରେ ପଡ଼ିଥିଲେ। ଦୁହେଁ ଘଣ୍ଟା ଘଣ୍ଟା ଧରି ଫୋନରେ ପରସ୍ପରର ଦୁଃଖ ବାଣ୍ଟୁଥିଲେ। ଶେଷରେ ଯୁବତୀ ଏହି ସମ୍ପର୍କକୁ ଶେଷ କରିବାକୁ ନିଷ୍ପତ୍ତି ନେଲେ। ତା’ପରେ ଫେବୃଆରୀ ୧୩ ତାରିଖରେ ସେ ତାଙ୍କ ଦିଅରଙ୍କ ସହିତ ଘରୁ ପଳାଇ ଆସିଥିଲେ। ଧରା ପଡ଼ିଯିବା ଭୟରେ ଦୁହେଁ ପ୍ରାୟ ଅଢ଼େଇ ମାସ ଧରି ଦେଶର ଅନେକ ରାଜ୍ୟରେ ମୁଣ୍ଡ ଗୁଞ୍ଜିଥିଲେ।
କେତେବେଳେ ସେ ଗୁରୁଗ୍ରାମରେ ରହୁଥିଲେ ତ କେତେବେଳେ ମନ୍ଦିରରେ ଆଶ୍ରୟ ନେଉଥିଲେ। ଏବେ ତାଙ୍କ ଦିଅରଙ୍କୁ ପରିବାର ଲୋକେ ହତ୍ୟା ଧମକ ଦେଉଛନ୍ତି। ସେ ଚୁରୁ ପୋଲିସ ସୁପରିଣ୍ଟେଣ୍ଡେଣ୍ଟଙ୍କ ନିକଟକୁ ଆସି ସୁରକ୍ଷା ପାଇଁ ନିବେଦନ କରିଛି। ସେ କହିଛନ୍ତି ଯେ ପ୍ରଥମେ ତାଙ୍କ ବିବାହ ଜୋର ଜବରଦସ୍ତି କରାଯାଇଥିଲା। ସେ କେବେବି ତାଙ୍କ ସ୍ବାମୀଙ୍କୁ ଗ୍ରହଣ କରି ନ ଥିଲେ। ଏବେ ସେ ତାଙ୍କ ଇଚ୍ଛା ଅନୁସାରେ ଜୀବନଯାପନ କରିବାକୁ ଚାହୁଁଛନ୍ତି, କିନ୍ତୁ ସେ ବିପଦରେ ଅଛନ୍ତି।
The post ୧୧ ବର୍ଷ ବୟସରେ ଭିଣୋଇଙ୍କୁ ବିବାହ, ୨୩ ବର୍ଷରେ ପଡ଼ିଲେ ଦିଅରଙ୍କ ପ୍ରେମରେ..ଘରୁ ଫେରାର ହୋଇ ମନ୍ଦିରରେ… appeared first on Dharitri Odia News.