୧୧ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି,୧୪ା୧୨(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ ସୁକ୍‌ମା ଜିଲା ପୋଲିସ ନିକଟରେ ମାଓବାଦୀ ସଂଗଠନର ୧୧ ସକ୍ରିୟ ସଦସ୍ୟ ଶନିବାର ଆତ୍ମସମର୍ପଣ କରିଛନ୍ତି। ଏମାନେ ହେଲେ ଯୋଗେନ୍ଦ୍ର ଯାଦବ, ହେମଲା ଦେବା, ମାଡବୀ ଗଙ୍ଗା, ମଡକମ ନଙ୍ଗା, ମଡକମ ମୁକେଶ, ହେମଲା ଜଗା, ବାରସେ ଲଖମା, ସୋଡି ମୁକା, ମଡକମ ହୁଙ୍ଗା, ମାଡବି ପେଜ୍ଜା ଓ ହେମଲା ସୁକ୍କା। ଏମାନେ ବିଭିନ୍ନ ସଂଗଠନର ସକ୍ରିୟ ସଦସ୍ୟ ଭାବେ କାର୍ଯ୍ୟ କରୁଥିଲେ। ବତ୍ତର୍ମାନ ଛତିଶଗଡ ପୋଲିସ ଦ୍ୱାରା କୋମ୍ବିଂ ଓ କ୍ୟାମ୍ପ […] The post ୧୧ ମାଓବାଦୀଙ୍କ ଆତ୍ମସମର୍ପଣ appeared first on Dharitri Odia News.

୧୧ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି,୧୪ା୧୨(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ ସୁକ୍‌ମା ଜିଲା ପୋଲିସ ନିକଟରେ ମାଓବାଦୀ ସଂଗଠନର ୧୧ ସକ୍ରିୟ ସଦସ୍ୟ ଶନିବାର ଆତ୍ମସମର୍ପଣ କରିଛନ୍ତି। ଏମାନେ ହେଲେ ଯୋଗେନ୍ଦ୍ର ଯାଦବ, ହେମଲା ଦେବା, ମାଡବୀ ଗଙ୍ଗା, ମଡକମ ନଙ୍ଗା, ମଡକମ ମୁକେଶ, ହେମଲା ଜଗା, ବାରସେ ଲଖମା, ସୋଡି ମୁକା, ମଡକମ ହୁଙ୍ଗା, ମାଡବି ପେଜ୍ଜା ଓ ହେମଲା ସୁକ୍କା। ଏମାନେ ବିଭିନ୍ନ ସଂଗଠନର ସକ୍ରିୟ ସଦସ୍ୟ ଭାବେ କାର୍ଯ୍ୟ କରୁଥିଲେ। ବତ୍ତର୍ମାନ ଛତିଶଗଡ ପୋଲିସ ଦ୍ୱାରା କୋମ୍ବିଂ ଓ କ୍ୟାମ୍ପ ପ୍ରତିଷ୍ଠା ହେବାରୁ ପୋଲିସଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଫଳରେ ମାଓବାଦୀମାନେ ପୋଲିସଙ୍କ ଉପରକୁ ଆକ୍ରମଣ କରିବାରେ ଅସଫଳ ହେଉଛନ୍ତି। ମାଓବାଦୀଙ୍କ ସମସ୍ତ ଯୋଜନାକୁ ପୋଲିସ ପଣ୍ଡ କରୁଛି। ଇତିମଧ୍ୟରେ ବହୁ ମାଓବାଦୀଙ୍କର ପୋଲିସ ଆକ୍ରମଣରେ ମୃତ୍ୟୁ ଘଟିଲାଣି। ଛତିଶଗଡ ସରକାରଙ୍କ ଦ୍ୱାରା ମାଓବାଦୀଙ୍କୁ ସମସ୍ତ ପ୍ରକାର ସୁବିଧାସୁଯୋଗ ଯୋଗାଇ ଦେଉଥିବାରୁ ଏଥିରେ ଅନୁପ୍ରାଣିତ ହୋଇ ସେମାନେ ଆତ୍ମସମର୍ପଣ କରିଥିବା କହିଛନ୍ତି। ଏହି ସମୟରେ ସୁକ୍‌ମା ଦ୍ୱିତୀୟ କମାଣ୍ଡିଂ ଅଧିକାରୀ ଅମିତ ପ୍ରକାଶ, ଡେପୁଟି କମାଣ୍ଡାଣ୍ଟ ସିଆରପିଏଫ ପବନ କୁମାର ଓ ସିଆରପିଏଫ ନିରୀକ୍ଷକ ଅରିୟମ୍‌ ପ୍ରକାଶ ପ୍ରମୁଖ ଉପସ୍ଥିତ ଥିଲେ।

The post ୧୧ ମାଓବାଦୀଙ୍କ ଆତ୍ମସମର୍ପଣ appeared first on Dharitri Odia News.