୧୧ଦିନ ପରେ ମିଳିଲା ନିଖୋଜ ଶିଶୁର ମୃତ ଶରୀର ଠାବ କଲା ପୋଲିସ

ରାୟଗଡା,୨୧।୩( ଆଶିଷ ରଞ୍ଜନ ପଣ୍ଡା): ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ପଞ୍ଚାୟତ ୧୫ନମ୍ବର ୱାର୍ଡ ଘାଗୁଡିମାଳ ଗ୍ରାମର ଏକ ୧୩ମାସର ଶିଶୁ ପୁତ୍ରର ମୃତ ଦେହକୁ ୧୧ ଦିନ ପରେ ଠାବ କରିଛି ପୋଲିସ । ଘାଗୁ ଗ୍ରାମର ଅଜିତ ନାଗବଂଶଙ୍କ ନିଖୋଜ ପୁଅ ବୋଲି ଜଣାପଡିଛି । ଶୁକ୍ରବାର ସକାଳେ ଅଜିତ ଓ ଗ୍ରାମର କିଛି ଲୋକ ଘାଗୁଡିମାଳ ନାଳର ମଶାଣି ତୁଠକୁ ଶୌଚ ପାଇଁ ଯାଇଥିଲେ। ସେଠାରେ ପଚା ଦୁର୍ଗନ୍ଧ ହେବାରୁ ଖୋଜାଖୋଜି […] The post ୧୧ଦିନ ପରେ ମିଳିଲା ନିଖୋଜ ଶିଶୁର ମୃତ ଶରୀର ଠାବ କଲା ପୋଲିସ appeared first on Dharitri Odia News.

୧୧ଦିନ ପରେ ମିଳିଲା ନିଖୋଜ ଶିଶୁର ମୃତ ଶରୀର ଠାବ କଲା ପୋଲିସ

ରାୟଗଡା,୨୧।୩( ଆଶିଷ ରଞ୍ଜନ ପଣ୍ଡା): ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ପଞ୍ଚାୟତ ୧୫ନମ୍ବର ୱାର୍ଡ ଘାଗୁଡିମାଳ ଗ୍ରାମର ଏକ ୧୩ମାସର ଶିଶୁ ପୁତ୍ରର ମୃତ ଦେହକୁ ୧୧ ଦିନ ପରେ ଠାବ କରିଛି ପୋଲିସ । ଘାଗୁ ଗ୍ରାମର ଅଜିତ ନାଗବଂଶଙ୍କ ନିଖୋଜ ପୁଅ ବୋଲି ଜଣାପଡିଛି । ଶୁକ୍ରବାର ସକାଳେ ଅଜିତ ଓ ଗ୍ରାମର କିଛି ଲୋକ ଘାଗୁଡିମାଳ ନାଳର ମଶାଣି ତୁଠକୁ ଶୌଚ ପାଇଁ ଯାଇଥିଲେ। ସେଠାରେ ପଚା ଦୁର୍ଗନ୍ଧ ହେବାରୁ ଖୋଜାଖୋଜି କରିଥିଲେ । ବୁଦା ମୂଳରେ ଏକ ଶିଶୁର ମୃତ ଦେହ ପଡିଥିବାର ଦେଖିଥିଲେ। ପୁଅ ପିନ୍ଧିଥିବା ସାର୍ଟକୁ ଦେଖି ଅଜିତ ଚିହ୍ନି ପାରି ସ୍ଥାନୀୟ ପୋଲିସକୁ ଯୋଗାଯୋଗ କରିଥିଲେ । ଖବର ପାଇ ଥାନା ଅଧିକାରୀ ନୀଳକଣ୍ଠ ବେହେରା ,ଏସଆଇ ପୁରୁଷୋତମ ଜାନି ଘଟଣାସ୍ଥଳରେ ପହଞ୍ଚି ଉପରିସ୍ଥ ଅଧିକାରୀଙ୍କୁ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ । ସୂଚନା ପାଇବା ପରେ ଏସଡିପିଓ ଗୌରହରି ସାହୁ ଓ ତଦନ୍ତକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହାପରେ ଶିଶୁର ଶବକୁ କୋରାପୁଟ ଏସଏଲଏନ ମେ ପଠାଇଛନ୍ତି । ତେବେ ୧୩ମାସର ଶିଶୁ କିଭଳି ଘର ଲୋକଙ୍କ ଅଜାଣତରେ ଏତେ ଦୂର ଗଲା ଏବଂ ମୃତ୍ୟୁବରଣ କଲା ତାହା ଜଣାପଡିନାହିଁ। ପରିବାରବର୍ଗ କାହା ଉପରେ ସନ୍ଦେହ ନ ଥିବା ପ୍ରକାଶ କରିଛନ୍ତି ।

ପ୍ରକାଶଥାଉକି, ମଙ୍ଗଳବାର ସଂଧ୍ୟାରେ ନିଜର ୧୩ମାସର ଶିଶୁ ପୁତ୍ର ନିଖୋଜ ହୋଇଥିବା ନେଇ ବୁଧବାର ସକାଳୁ ଅଜିତ ଓ ତାଙ୍କ ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ନେଇ ଏସଡିପିଓ ସାହୁ ଓ ସ୍ଥାନୀୟ ପୋଲିସ ଘାଗୁଡିମାଳ ଯାଇ ତଦନ୍ତ କରିଥିଲେ । ପରେ ଅନୁସନ୍ଧାନୀ କୁକୁର ଟିମ ଆସି ପହଞ୍ଚି ଖୋଜାଖୋଜି କରିଥିଲେ ହେଁ ଶିଶୁ ପୁତ୍ରର କୌଣସି ସନ୍ଧାନ ମିଳିନଥିଲା ।

The post ୧୧ଦିନ ପରେ ମିଳିଲା ନିଖୋଜ ଶିଶୁର ମୃତ ଶରୀର ଠାବ କଲା ପୋଲିସ appeared first on Dharitri Odia News.