୧୧ରୁ ଓଟିଟିରେ ‘ସର୍ଫିରା’
ମୁମ୍ବାଇ: ଅଭିନେତା ଅକ୍ଷୟ କୁମାର ଓ ଅଭିନେତ୍ରୀ ରାଧିକା ମଦାନଙ୍କ ‘ସର୍ଫିରା’ ଗତ ଜୁଲାଇ ୧୨ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା। ତେବେ ଏହା ବକ୍ସ ଅଫିସ୍ରେ ଭଲ ବ୍ୟବସାୟ କରି ପାରି ନ ଥିଲା। ପ୍ରାୟ ୧୦୦ କୋଟି ଟଙ୍କାର ବଜେଟରେ ନିର୍ମିତ ଏହି ଚଳଚ୍ଚିତ୍ର ଘରୋଇ ବଜାରରେ ମାତ୍ର ୨୬.୩ କୋଟି ଏବଂ ବିଶ୍ବବ୍ୟାପୀ ୩୦.୦୨ କୋଟି ଟଙ୍କାର ବ୍ୟବସାୟ କରିଥିଲା। ବକ୍ସ ଅଫିସ୍ ବ୍ୟବସାୟରେ ଏହି ଚଳଚ୍ଚିତ୍ର ନିଜ ବଜେଟର ଅଧା ମଧ୍ୟ ସଂଗ୍ରହ […] The post ୧୧ରୁ ଓଟିଟିରେ ‘ସର୍ଫିରା’ appeared first on Dharitri Odia News.
ମୁମ୍ବାଇ: ଅଭିନେତା ଅକ୍ଷୟ କୁମାର ଓ ଅଭିନେତ୍ରୀ ରାଧିକା ମଦାନଙ୍କ ‘ସର୍ଫିରା’ ଗତ ଜୁଲାଇ ୧୨ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା। ତେବେ ଏହା ବକ୍ସ ଅଫିସ୍ରେ ଭଲ ବ୍ୟବସାୟ କରି ପାରି ନ ଥିଲା। ପ୍ରାୟ ୧୦୦ କୋଟି ଟଙ୍କାର ବଜେଟରେ ନିର୍ମିତ ଏହି ଚଳଚ୍ଚିତ୍ର ଘରୋଇ ବଜାରରେ ମାତ୍ର ୨୬.୩ କୋଟି ଏବଂ ବିଶ୍ବବ୍ୟାପୀ ୩୦.୦୨ କୋଟି ଟଙ୍କାର ବ୍ୟବସାୟ କରିଥିଲା। ବକ୍ସ ଅଫିସ୍ ବ୍ୟବସାୟରେ ଏହି ଚଳଚ୍ଚିତ୍ର ନିଜ ବଜେଟର ଅଧା ମଧ୍ୟ ସଂଗ୍ରହ କରିବାକୁ ସକ୍ଷମ ହୋଇପାରି ନ ଥିଲା, ତେବେ ନିଜର ଡିଜିଟାଲ୍ ଅଧିକାରକୁ ବିକ୍ରୟ କରିବାରୁ ‘ସର୍ଫିରା’କୁ ଫାଇଦା ମିଳିଛି। ଏହି ଫିଲ୍ମ ଆସନ୍ତା ୧୧ରୁ ଓଟିଟି ପ୍ଲାଟ୍ଫର୍ମ ‘ଡିସ୍ନି ପ୍ଲସ୍ ହଟ୍ଷ୍ଟାର୍’ରେ ଷ୍ଟ୍ରିମିଂ ହେବାକୁ ଯାଉଛି। ‘ଡିସ୍ନି ପ୍ଲସ୍ ହଟ୍ଷ୍ଟାର୍’ର ସବ୍ସ୍କ୍ରିପ୍ସନ୍ ପ୍ଲାନ୍ ସହ ଦର୍ଶକ ଏହି ଚଳଚ୍ଚିତ୍ରକୁ ଉପଭୋଗ କରିପାରିବେ। ଏନେଇ ଅକ୍ଷୟ ତାଙ୍କ ଏକ୍ସ’ ଆକାଉଣ୍ଟରେ ସୂଚନା ଦେଇଛନ୍ତି। ସୁଧା କୋଙ୍ଗରାଙ୍କ ନିର୍ଦ୍ଦେଶିତ ଓ ସୂର୍ଯ୍ୟା, ଅରୁଣା ଭାଟିଆ, ଜ୍ୟୋତିିକା ଏବଂ ବିକ୍ରମ ମାଲହୋତ୍ରାଙ୍କ ପ୍ରଯୋଜିତ ଏହି ଫିଲ୍ମର ସ୍କ୍ରିପ୍ଟ ରାଇଟିଂ ଶାଲିନୀ ଉଷାଦେବୀ କରିଛନ୍ତି। ଏହି ଚଳଚ୍ଚିତ୍ରଟି ବୀର ଜଗନ୍ନାଥ ମହାଥ୍ରେ ନାମକ ଜଣେ ଯୁବକଙ୍କ ଚରିତ୍ରକୁ ନେଇ ଆଧାରିତ। ସେ ଏକ ସ୍ବଳ୍ପ ବଜେଟ ବିମାନ ସେବା ଆରମ୍ଭ କରିବା ପାଇଁ ସ୍ବପ୍ନ ଦେଖିଥିଲେ। ସମସ୍ତ ସାମାଜିକ ଏବଂ ବୈଷୟିକ ବାଧାବିଘ୍ନର ମୁକାବିଲା ସତ୍ତ୍ୱେ ସେ ଫିଲ୍ମରେ ତାଙ୍କ ସ୍ବପ୍ନ ପୂରଣ କରିଛନ୍ତି।
The post ୧୧ରୁ ଓଟିଟିରେ ‘ସର୍ଫିରା’ appeared first on Dharitri Odia News.