୧୧୫ ବର୍ଷରେ ଆମେରିକାର ସବୁଠୁ ବୟସ୍କ ମହିଳା, ଅନେକ ଘଟଣାର ଅଟନ୍ତି ମୁକସାଖୀ
ନୂଆଦିଲ୍ଲୀ ୨୯।୦୭: ଆମେରିକାର ସବୁଠୁ ବୟସ୍କ ମହିଳା ଏଲିଜାବେଥ୍ ଫ୍ରାନ୍ସିସ୍ । ଗତ ଗୁରୁବାର ୧୧୫ ବର୍ଷରେ କରିଛନ୍ତି ପଦାର୍ପଣ । ଫ୍ରାନ୍ସିସ୍ ହଷ୍ଟନ୍ରେ ରହୁଛନ୍ତି । ସେ ନିଜ ଜୀବନକାଳ ମଧ୍ୟରେ ପ୍ରଥମ ବିଶ୍ୱଯୁଦ୍ଧ ଠାରୁ ଆରମ୍ଭ କରି ଟାଇଟାନିକ୍ ଜାହାଜ ବୁଡ଼ିବା ଭଳି ଅନେକ ଘଟଣାର ସାକ୍ଷୀ ରହିଛନ୍ତି । ସେ ମଧ୍ୟ ବିଶ୍ୱର ଚତୁର୍ଥ ବୟସ୍କ ବ୍ୟକ୍ତି । ୧୯୦୯ ମସିହାରେ ଲୁଇସିଆନାରେ ଫ୍ରାନ୍ସିସଙ୍କ ଜନ୍ମ । ବର୍ତ୍ତମାନ ୯୫ ବର୍ଷରେ ଉପନୀତ ହୋଇଥିବା ତାଙ୍କ ଝିଅକୁ ସେ ଏକୁଟିଆ ପାଳିଥିଲେ । ହଷ୍ଟନ୍ରେ ଏକ କଫି ସପ୍ ଚଳାଇ ପରିବାର ପୋଷଣ କରିଥିଲେ ଫ୍ରାନ୍ସିସ । ବର୍ତ୍ତମାନ ସେ ଝିଅଙ୍କ ସହ ରହୁଛନ୍ତି । ତାଙ୍କର ୬୯ ବର୍ଷୀୟା ନାତୁଣୀ ଏଥେଲ୍ ହାରିସନ୍ କହିଛନ୍ତି, ମୋ’ ଆଈ ଓ ମା’ ପରସ୍ପର ନିକଟରେ ବସି ଗପ କରିବାକୁ ଭଲ ପାଆନ୍ତି । ସେମାନେ ଟିଭିରେ ପୁରୁଣା ଧାରାବାହିକ ସବୁ ଦେଖନ୍ତି । ଏବେସୁଦ୍ଧା ପରସ୍ପରର ସାହଚର୍ଯ୍ୟ ମିଳୁଥିବାରୁ ସେମାନେ ଖୁବ୍ ଖୁସି ଅଛନ୍ତି । ଦିନେ ନା ଦିନେ ତ ଦୁନିଆରୁ ସମସ୍ତେ ବିଦାୟ ନେବେ । ତେବେ ଅଦ୍ୟାବଧି ସେ ଆମ ସହିତ ରହୁଥିବାରୁ ଆମେ ଈଶ୍ୱରଙ୍କ ନିକଟରେ କୃତଜ୍ଞ । ଆଈ ମା’ ବିଶ୍ୱର ସବୁଠୁ ବୟସ୍କ ବ୍ୟକ୍ତିଙ୍କ ରେକର୍ଡ ଭାଙ୍ଗନ୍ତୁ ବୋଲି ମୋର ଇଚ୍ଛା । ତାଙ୍କର ଦୀର୍ଘଜୀବନର ସୂତ୍ର ହେଲା କୌଣସି କଥାକୁ ମନ ଭିତରେ ଦବାଇ ନ ରଖିବା । ପ୍ରତିକୂଳ ପରିସ୍ଥିତିରେ ବି ସେଥିନେଇ କୌଣସି ଅଭିଯୋଗ
ନୂଆଦିଲ୍ଲୀ ୨୯।୦୭: ଆମେରିକାର ସବୁଠୁ ବୟସ୍କ ମହିଳା ଏଲିଜାବେଥ୍ ଫ୍ରାନ୍ସିସ୍ । ଗତ ଗୁରୁବାର ୧୧୫ ବର୍ଷରେ କରିଛନ୍ତି ପଦାର୍ପଣ । ଫ୍ରାନ୍ସିସ୍ ହଷ୍ଟନ୍ରେ ରହୁଛନ୍ତି । ସେ ନିଜ ଜୀବନକାଳ ମଧ୍ୟରେ ପ୍ରଥମ ବିଶ୍ୱଯୁଦ୍ଧ ଠାରୁ ଆରମ୍ଭ କରି ଟାଇଟାନିକ୍ ଜାହାଜ ବୁଡ଼ିବା ଭଳି ଅନେକ ଘଟଣାର ସାକ୍ଷୀ ରହିଛନ୍ତି । ସେ ମଧ୍ୟ ବିଶ୍ୱର ଚତୁର୍ଥ ବୟସ୍କ ବ୍ୟକ୍ତି ।

୧୯୦୯ ମସିହାରେ ଲୁଇସିଆନାରେ ଫ୍ରାନ୍ସିସଙ୍କ ଜନ୍ମ । ବର୍ତ୍ତମାନ ୯୫ ବର୍ଷରେ ଉପନୀତ ହୋଇଥିବା ତାଙ୍କ ଝିଅକୁ ସେ ଏକୁଟିଆ ପାଳିଥିଲେ । ହଷ୍ଟନ୍ରେ ଏକ କଫି ସପ୍ ଚଳାଇ ପରିବାର ପୋଷଣ କରିଥିଲେ ଫ୍ରାନ୍ସିସ । ବର୍ତ୍ତମାନ ସେ ଝିଅଙ୍କ ସହ ରହୁଛନ୍ତି । ତାଙ୍କର ୬୯ ବର୍ଷୀୟା ନାତୁଣୀ ଏଥେଲ୍ ହାରିସନ୍ କହିଛନ୍ତି, ମୋ’ ଆଈ ଓ ମା’ ପରସ୍ପର ନିକଟରେ ବସି ଗପ କରିବାକୁ ଭଲ ପାଆନ୍ତି ।

ସେମାନେ ଟିଭିରେ ପୁରୁଣା ଧାରାବାହିକ ସବୁ ଦେଖନ୍ତି । ଏବେସୁଦ୍ଧା ପରସ୍ପରର ସାହଚର୍ଯ୍ୟ ମିଳୁଥିବାରୁ ସେମାନେ ଖୁବ୍ ଖୁସି ଅଛନ୍ତି । ଦିନେ ନା ଦିନେ ତ ଦୁନିଆରୁ ସମସ୍ତେ ବିଦାୟ ନେବେ । ତେବେ ଅଦ୍ୟାବଧି ସେ ଆମ ସହିତ ରହୁଥିବାରୁ ଆମେ ଈଶ୍ୱରଙ୍କ ନିକଟରେ କୃତଜ୍ଞ । ଆଈ ମା’ ବିଶ୍ୱର ସବୁଠୁ ବୟସ୍କ ବ୍ୟକ୍ତିଙ୍କ ରେକର୍ଡ ଭାଙ୍ଗନ୍ତୁ ବୋଲି ମୋର ଇଚ୍ଛା ।

ତାଙ୍କର ଦୀର୍ଘଜୀବନର ସୂତ୍ର ହେଲା କୌଣସି କଥାକୁ ମନ ଭିତରେ ଦବାଇ ନ ରଖିବା । ପ୍ରତିକୂଳ ପରିସ୍ଥିତିରେ ବି ସେଥିନେଇ କୌଣସି ଅଭିଯୋଗ ନ କରିବା । ସୂଚନାଥାଉକି, ଚଳିତବର୍ଷ ଫେବ୍ରୁଆରୀରେ ଫ୍ରାନ୍ସିସ୍ଙ୍କୁ ଆମେରିକାର ସବୁଠୁ ବୟସ୍କ ବ୍ୟକ୍ତି ଭାବେ ମାନ୍ୟତା ମିଳିଥିଲା ।