୧୧୭ ଥର ପ୍ରେସ୍‌ କନ୍‌ଫରେନ୍ସ କରିଥିଲେ ମନମୋହନ

ନୂଆଦିଲ୍ଳୀ,୨୭।୧୨: ୨୦୧୪ ଜାନୁଆରୀ ୩ରେ ଡ. ମନମୋହନ ସିଂ ଭାରତର ପ୍ରଧାନମନ୍ତ୍ରୀ ଭାବେ ଶେଷ ପ୍ରେସ୍‌ କନ୍‌ଫରେନ୍ସରେ କରିଥିଲେ। ୧୦୦ରୁ ଅଧିକ ଖବରଦାତା ଏହି ପ୍ରେସ୍‌ କନ୍‌ଫରେନ୍ସରେ ଯୋଗଦେଇଥିଲେ। ଏହି ଅବସରରେ ତାଙ୍କ ସହ ତତ୍କାଳୀନ ସୂଚନା ଓ ପ୍ରସାରଣ ମନ୍ତ୍ରୀ (ସ୍ବାଧୀନ) ମନୀଷ ତିଓ୍ବାରି ଉପସ୍ଥିତ ଥିଲେ। ପ୍ରେସ୍‌ କନ୍‌ଫରେନର୍ସ ପ୍ରାରମ୍ଭରେ ମନମୋହନ କହିଥିଲେ, ” ମୋ ସରକାର ବିରୋଧରେ ଅନେକ ଅଭିଯୋଗ ଆସିଛି। ହେଲେ ମୁଁ ଜଣେ ଏପରି ପ୍ରଧାନମନ୍ତ୍ରୀ ନୁହେଁ, ଯିଏ ଗଣମାଧ୍ୟମକୁ […] The post ୧୧୭ ଥର ପ୍ରେସ୍‌ କନ୍‌ଫରେନ୍ସ କରିଥିଲେ ମନମୋହନ appeared first on Dharitri Odia News.

୧୧୭ ଥର ପ୍ରେସ୍‌ କନ୍‌ଫରେନ୍ସ କରିଥିଲେ ମନମୋହନ

ନୂଆଦିଲ୍ଳୀ,୨୭।୧୨: ୨୦୧୪ ଜାନୁଆରୀ ୩ରେ ଡ. ମନମୋହନ ସିଂ ଭାରତର ପ୍ରଧାନମନ୍ତ୍ରୀ ଭାବେ ଶେଷ ପ୍ରେସ୍‌ କନ୍‌ଫରେନ୍ସରେ କରିଥିଲେ। ୧୦୦ରୁ ଅଧିକ ଖବରଦାତା ଏହି ପ୍ରେସ୍‌ କନ୍‌ଫରେନ୍ସରେ ଯୋଗଦେଇଥିଲେ। ଏହି ଅବସରରେ ତାଙ୍କ ସହ ତତ୍କାଳୀନ ସୂଚନା ଓ ପ୍ରସାରଣ ମନ୍ତ୍ରୀ (ସ୍ବାଧୀନ) ମନୀଷ ତିଓ୍ବାରି ଉପସ୍ଥିତ ଥିଲେ। ପ୍ରେସ୍‌ କନ୍‌ଫରେନର୍ସ ପ୍ରାରମ୍ଭରେ ମନମୋହନ କହିଥିଲେ, ” ମୋ ସରକାର ବିରୋଧରେ ଅନେକ ଅଭିଯୋଗ ଆସିଛି। ହେଲେ ମୁଁ ଜଣେ ଏପରି ପ୍ରଧାନମନ୍ତ୍ରୀ ନୁହେଁ, ଯିଏ ଗଣମାଧ୍ୟମକୁ ଭୟ କରେ। ମୁଁ ଆପଣମାନଙ୍କର ସବୁ ପ୍ରଶ୍ନର ଉତ୍ତର ରଖିବାକୁ ପ୍ରସ୍ତୁତ। “ ମନମୋହନ ପ୍ରେସ୍‌ କନ୍‌ଫରେନ୍ସରେ ବିଭିନ୍ନ ପ୍ରସଙ୍ଗରେ ୬୨ରୁ ଅଧିକ ପ୍ରଶ୍ନର ଉତ୍ତର ରଖିଥିଲେ। ୨୦୦୪ରୁ ୨୦୧୪ ମଧ୍ୟରେ ପ୍ରଧାନମନ୍ତ୍ରୀ ଥିବା ସମୟରେ ମନମୋହନ ସମୁଦାୟ ୧୧୭ ଥର ଖବରଦାତା ସମ୍ମିଳନୀ କରିଥିଲେ। ସେ ବିଦେଶ ଗସ୍ତ ସମୟରେ ୭୨ଟି, ବିଭିନ୍ନ ରାଜ୍ୟକୁ ଗସ୍ତ କରିବା ସମୟରେ ୨୩ଟି, ନିର୍ବାଚନ, ରାଜନୈତିକ, ଘୋଷଣାପତ୍ର ସମ୍ବନ୍ଧୀୟ ୧୨ଟି ଏବଂ ୧୦ଟି ବାର୍ଷିକ ପ୍ରେସ୍‌ କନ୍‌ଫରେନ୍ସ କରିଛନ୍ତି।

The post ୧୧୭ ଥର ପ୍ରେସ୍‌ କନ୍‌ଫରେନ୍ସ କରିଥିଲେ ମନମୋହନ appeared first on Dharitri Odia News.