୧୨ ତମ ତାଲିକାରେ ୪ ରାଜ୍ୟ ପାଇଁ ୭ ପ୍ରାର୍ଥୀଙ୍କ ନାମ ଘୋଷଣା କଲା ଭାଜପା

ନୂଆଦିଲ୍ଲୀ,୧୬।୪: ମଙ୍ଗଳବାର ଭାଜପା ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ଦ୍ୱାଦଶ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ୪ଟି ରାଜ୍ୟରେ ୭ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ମହାରାଷ୍ଟ୍ର, ପଞ୍ଜାବ, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗ ହେଉଛି ସେହି ରାଜ୍ୟ ଯେଉଁଥି ପାଇଁ ଭାଜପା ନିଜ ପ୍ରାର୍ଥୀଙ୍କ ନାମ ସାର୍ବଜନୀନ କରିଛି। ପଞ୍ଜାବ ପାଇଁ ସର୍ବାଧିକ ୩ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଛତ୍ରପତି ଉଦୟନରାଜେ ଭୋସଲେଙ୍କୁ ମହାରାଷ୍ଟ୍ରର ସତରା ଆସନରୁ […] The post ୧୨ ତମ ତାଲିକାରେ ୪ ରାଜ୍ୟ ପାଇଁ ୭ ପ୍ରାର୍ଥୀଙ୍କ ନାମ ଘୋଷଣା କଲା ଭାଜପା appeared first on Dharitri Odia News.

୧୨ ତମ ତାଲିକାରେ ୪ ରାଜ୍ୟ ପାଇଁ ୭ ପ୍ରାର୍ଥୀଙ୍କ ନାମ ଘୋଷଣା କଲା ଭାଜପା

ନୂଆଦିଲ୍ଲୀ,୧୬।୪: ମଙ୍ଗଳବାର ଭାଜପା ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ଦ୍ୱାଦଶ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ୪ଟି ରାଜ୍ୟରେ ୭ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ମହାରାଷ୍ଟ୍ର, ପଞ୍ଜାବ, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗ ହେଉଛି ସେହି ରାଜ୍ୟ ଯେଉଁଥି ପାଇଁ ଭାଜପା ନିଜ ପ୍ରାର୍ଥୀଙ୍କ ନାମ ସାର୍ବଜନୀନ କରିଛି। ପଞ୍ଜାବ ପାଇଁ ସର୍ବାଧିକ ୩ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି।

ଛତ୍ରପତି ଉଦୟନରାଜେ ଭୋସଲେଙ୍କୁ ମହାରାଷ୍ଟ୍ରର ସତରା ଆସନରୁ ଟିକେଟ ଦିଆଯାଇଛି, ଯିଏ ଛତ୍ରପତି ଶିବାଜୀ ମହାରାଜଙ୍କ ୧୩ତମ ପିଢିରୁ ଆସିଛନ୍ତି। ସତାରାରୁ ଭାଜପା ପ୍ରାର୍ଥୀ ହୋଇଥିବା ଉଦୟନରାଜେ ଭୋସଲେ ଦୀର୍ଘ ଦିନ ଧରି ଏହି ଅଞ୍ଚଳର ରାଜନୀତିରେ ସକ୍ରିୟ ଥିଲେ। ସେ ବର୍ତ୍ତମାନ ଜଣେ ରାଜ୍ୟ ସଭା ସଦସ୍ୟ ମଧ୍ୟ ଅଛନ୍ତି। କେବଳ ମହାରାଷ୍ଟ୍ରର ଗୋଟିଏ ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଏଥି ସହିତ ଅଭିଜିତ ଦାସଙ୍କୁ ପଶ୍ଚିମବଙ୍ଗର ଡାଇମଣ୍ଡ ହାରବର୍‌ ସିଟରୁ ଟିକେଟ ଦିଆଯାଇଛି। ସେ ଟିଏମସି ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କ ସହ ମୁହାଁମୁହିଁ ହେବାକୁ ଯାଉଛନ୍ତି।

The post ୧୨ ତମ ତାଲିକାରେ ୪ ରାଜ୍ୟ ପାଇଁ ୭ ପ୍ରାର୍ଥୀଙ୍କ ନାମ ଘୋଷଣା କଲା ଭାଜପା appeared first on Dharitri Odia News.