୧୨ ବର୍ଷ ଛାତ୍ରଙ୍କୁ ହେୟାର କଟ୍ ଫୋବିୟା, ଅଭିଭାବକଙ୍କ ସାମ୍ନାରେ ଏପରି ସର୍ତ୍ତ ରଖିଲେ ସ୍କୁଲ୍ ପ୍ରଶାସନ
ନୂଆଦିଲ୍ଲୀ ୨୩।୦୫: ଅନେକ ଲୋକଙ୍କର ବିଭିନ୍ନ ପ୍ରକାର ‘ଫୋବିୟା’ ବା ଭୟ ରହିଥାଏ । ବ୍ରିଟେନ୍ର ଜଣେ ୧୨ ବର୍ଷୀୟ ସ୍କୁଲ ଛାତ୍ର ଫାରୁକ୍ ଜେମ୍ସ ହେୟାରକଟ୍ ଫୋବିୟା ବା କେଶକଟା ଭୟର ସାମ୍ନା କରୁଛନ୍ତି । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ରିପୋର୍ଟ ଅନୁସାରେ, ଏହି ଭୟ ଯୋଗୁ ଫାରୁକ୍ କଦାପି କେଶ କାଟି ନାହାନ୍ତି । ଏବେ ତାଙ୍କ କେଶ ବେଶ୍ ଗହଳ ହୋଇଯିବା ସହ ଲମ୍ବାରେ କୌଣସି ଝିଅଠାରୁ କମ୍ ନୁହେଁ । କିନ୍ତୁ ସମସ୍ୟା ହେଲା ତାଙ୍କ ସହ ପାଠୀମାନେ ଏହାକୁ ଆଦୌ ପସନ୍ଦ କରୁନାହାନ୍ତି । ସେହିପରି ସ୍କୁଲ ପ୍ରଶାସନ ମଧ୍ୟ ତାଙ୍କୁ କେଶ କାଟି ଆସିବାକୁ କହିଛି । ଏହାପରେ ତାଙ୍କ ମା’ବାପା ଫାରୁକ୍ଙ୍କ କେଶରେ ବେଣୀ କରି ସ୍କୁଲକୁ ପଠାଇବାକୁ ଅନୁରୋଧ କରିଥିଲେ । କିନ୍ତୁ ସ୍କୁଲ ପ୍ରଶାସନ ସେଥିଲାଗି ରାଜି ହେଉନାହିଁ । ଏହି କାରଣରୁ ଫାରୁକ୍ଙ୍କୁ ଅନେକ ଥର ସ୍କୁଲରେ ଦଣ୍ଡିତ ବି କରାଯାଇଛି । ବର୍ତ୍ତମାନ ତାଙ୍କୁ ସ୍କୁଲରୁ ନିଷ୍କାସିତ କରାଯାଇପାରେ ବୋଲି ଆଶଙ୍କା କରାଯାଉଛି। ତେବେ ସୋସିଆଲ ମିଡିଆରେ ଫାରୁକ୍ ବେଶ୍ ଲୋକପ୍ରିୟ । ଇନ୍ଷ୍ଟାଗ୍ରାମରେ ତାଙ୍କର ୨.୫ ଲକ୍ଷରୁ ଅଧିକ ଅନୁଗାମୀ ରହିଛନ୍ତି । ନିକଟରେ ତାଙ୍କର ଏକ ଭିଡିଓ ବେଶ୍ ଲୋକପ୍ରିୟ ହୋଇଥିଲା, ଯେଉଁଥିରେ ସେ ନିଜ କେଶ ପ୍ରଦର୍ଶନ କରିଥିଲେ । ଡାକ୍ତରଙ୍କ ଅନୁସାରେ, ଫାରୁକ୍ ‘ଟୋନ୍ସିଓରଫୋବିୟା’ରେ ପୀଡ଼ିତ । ସେଥିଯୋଗୁ ବ୍ୟକ୍ତିଙ୍କୁ କେଶ କଟାଇବାକୁ ଭୟ ଲାଗ
ନୂଆଦିଲ୍ଲୀ ୨୩।୦୫: ଅନେକ ଲୋକଙ୍କର ବିଭିନ୍ନ ପ୍ରକାର ‘ଫୋବିୟା’ ବା ଭୟ ରହିଥାଏ । ବ୍ରିଟେନ୍ର ଜଣେ ୧୨ ବର୍ଷୀୟ ସ୍କୁଲ ଛାତ୍ର ଫାରୁକ୍ ଜେମ୍ସ ହେୟାରକଟ୍ ଫୋବିୟା ବା କେଶକଟା ଭୟର ସାମ୍ନା କରୁଛନ୍ତି । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ରିପୋର୍ଟ ଅନୁସାରେ, ଏହି ଭୟ ଯୋଗୁ ଫାରୁକ୍ କଦାପି କେଶ କାଟି ନାହାନ୍ତି । ଏବେ ତାଙ୍କ କେଶ ବେଶ୍ ଗହଳ ହୋଇଯିବା ସହ ଲମ୍ବାରେ କୌଣସି ଝିଅଠାରୁ କମ୍ ନୁହେଁ । କିନ୍ତୁ ସମସ୍ୟା ହେଲା ତାଙ୍କ ସହ ପାଠୀମାନେ ଏହାକୁ ଆଦୌ ପସନ୍ଦ କରୁନାହାନ୍ତି ।
ସେହିପରି ସ୍କୁଲ ପ୍ରଶାସନ ମଧ୍ୟ ତାଙ୍କୁ କେଶ କାଟି ଆସିବାକୁ କହିଛି । ଏହାପରେ ତାଙ୍କ ମା’ବାପା ଫାରୁକ୍ଙ୍କ କେଶରେ ବେଣୀ କରି ସ୍କୁଲକୁ ପଠାଇବାକୁ ଅନୁରୋଧ କରିଥିଲେ । କିନ୍ତୁ ସ୍କୁଲ ପ୍ରଶାସନ ସେଥିଲାଗି ରାଜି ହେଉନାହିଁ । ଏହି କାରଣରୁ ଫାରୁକ୍ଙ୍କୁ ଅନେକ ଥର ସ୍କୁଲରେ ଦଣ୍ଡିତ ବି କରାଯାଇଛି । ବର୍ତ୍ତମାନ ତାଙ୍କୁ ସ୍କୁଲରୁ ନିଷ୍କାସିତ କରାଯାଇପାରେ ବୋଲି ଆଶଙ୍କା କରାଯାଉଛି।
ତେବେ ସୋସିଆଲ ମିଡିଆରେ ଫାରୁକ୍ ବେଶ୍ ଲୋକପ୍ରିୟ । ଇନ୍ଷ୍ଟାଗ୍ରାମରେ ତାଙ୍କର ୨.୫ ଲକ୍ଷରୁ ଅଧିକ ଅନୁଗାମୀ ରହିଛନ୍ତି । ନିକଟରେ ତାଙ୍କର ଏକ ଭିଡିଓ ବେଶ୍ ଲୋକପ୍ରିୟ ହୋଇଥିଲା, ଯେଉଁଥିରେ ସେ ନିଜ କେଶ ପ୍ରଦର୍ଶନ କରିଥିଲେ । ଡାକ୍ତରଙ୍କ ଅନୁସାରେ, ଫାରୁକ୍ ‘ଟୋନ୍ସିଓରଫୋବିୟା’ରେ ପୀଡ଼ିତ । ସେଥିଯୋଗୁ ବ୍ୟକ୍ତିଙ୍କୁ କେଶ କଟାଇବାକୁ ଭୟ ଲାଗିଥାଏ ।