୧୨ ବର୍ଷ ପରେ ଖୋଲିଲା ଭାଗ୍ୟ, ଦୁବାଇରେ ଭାରତୀୟ ମହିଳା ଜିତିଲେ ୮.୨୨ କୋଟି ଲଟେରି
ନୂଆଦିଲ୍ଲୀ ୨୧/୫: ଦୁବାଇରେ ଭାରତୀୟ ଜିତିଲେ ୮କୋଟି ୨୨ ଲକ୍ଷର ଲଟେରି । ବିବାହ ବାର୍ଷିକୀରେ ଲଟେରି ଜିତିଛନ୍ତି ପଞ୍ଜାବ ବାସିନ୍ଦା ପାୟଲ । ମ୍ୟାରେଜ ଆନିଭର୍ସରିରେ ସ୍ବାମୀଙ୍କ ଠାରୁ ପାଇଥିବା ଉପହାର ଟଙ୍କା ତାଙ୍କ ପାଇଁ ପ୍ରକୃତ ଲଟେରି ହୋଇଛି । ଦୁବାଇ ଫ୍ରି ମିଲେନିୟମ ଟିକେଟରେ ସେ ୧ ମିଲିଅନ ଡଲାର ଅର୍ଥାତ ୮.୨୨ କୋଟି ଉପହାର ଜିତିଛନ୍ତି । ଦଂପତ୍ତିଙ୍କ ୧୬ ତମ ମ୍ୟାରେଜ ଆନିଭର୍ସରିରେ ସ୍ବାମୀ ପାୟଲଙ୍କୁ ଉପହାର ବାବଦରେ ଟଙ୍କା ଦେଇଥିଲେ । ସେହି ଟଙ୍କାରେ ପାୟଲ ଚଳିତ ମାସ ୩ ତାରିଖରେ ଏହି ଭାଗ୍ୟ ପରିବର୍ତ୍ତନକାରୀ ଟିକେଟ କିଣିଥିଲେ । ସେ କିଣିଥିବା ଟିକେଟର ସଂଖ୍ୟା ଥିଲା ୩୩୩୭ । ପାୟଲ କହିଛନ୍ତି ମୋ ସ୍ବାମୀ ହାର୍ନେକ ସିଂହ ବିବାହ ବାର୍ଷିକୀ ପାଇଁ ମୋତେ ହଜାରେ ଧିରାମ ଉପହାର ଦେଇଥିଲେ । ଆଉ ସେହି ଟଙ୍କାରେ ଏକ ଡିଡିଏଫ(ଦୁବାଇ ଡ୍ୟୁଟି ଫ୍ରି) ଟିକେଟ ଅନଲାଇନ କିଣିବା କଥା ଚିନ୍ତା କଲି । ଅଧିକାଂଶ ୩ ସଂଖ୍ୟା ବିଶିଷ୍ଟ ଟିକେଟ କିଣିଲି । ଗତ ୧୨ ବର୍ଷ ହେବ ପାୟଲ ଦୁବାଇ ଡ୍ୟୁଟି ଫ୍ରି ଟିକେଟ କିଣି ଆସୁଛନ୍ତି । ପ୍ରଥମେ ସେ ଭ୍ରମଣ ସମୟରେ ଟିକେଟ ଏବେ କିନ୍ତୁ ସେ ପ୍ରଥମ ଥର ଅନଲାଇନ ଟିକେଟ କିଣିବାକୁ ଇଚ୍ଛା କଲେ ଆଉ ଟିକେଟ ତାଙ୍କୁ କୋଟିପତି କରିଥିବା କହିଛନ୍ତି ପାୟଲ । ଜିତିଥିବା ଅର୍ଥକୁ ସେ ପିଲାଙ୍କ ପାଠପଢା ଖର୍ଚ୍ଚ,ଭାଇକୁ ସାହାଯ୍ୟ ସହ ପଞ୍ଜାବରେ ଦାତବ୍ୟ କାମରେ ଅର୍ଥ ଖର୍ଚ୍ଚ କରିବେ ବୋଲି କହିଛନ୍ତି ।
ନୂଆଦିଲ୍ଲୀ ୨୧/୫: ଦୁବାଇରେ ଭାରତୀୟ ଜିତିଲେ ୮କୋଟି ୨୨ ଲକ୍ଷର ଲଟେରି । ବିବାହ ବାର୍ଷିକୀରେ ଲଟେରି ଜିତିଛନ୍ତି ପଞ୍ଜାବ ବାସିନ୍ଦା ପାୟଲ । ମ୍ୟାରେଜ ଆନିଭର୍ସରିରେ ସ୍ବାମୀଙ୍କ ଠାରୁ ପାଇଥିବା ଉପହାର ଟଙ୍କା ତାଙ୍କ ପାଇଁ ପ୍ରକୃତ ଲଟେରି ହୋଇଛି । ଦୁବାଇ ଫ୍ରି ମିଲେନିୟମ ଟିକେଟରେ ସେ ୧ ମିଲିଅନ ଡଲାର ଅର୍ଥାତ ୮.୨୨ କୋଟି ଉପହାର ଜିତିଛନ୍ତି । ଦଂପତ୍ତିଙ୍କ ୧୬ ତମ ମ୍ୟାରେଜ ଆନିଭର୍ସରିରେ ସ୍ବାମୀ ପାୟଲଙ୍କୁ ଉପହାର ବାବଦରେ ଟଙ୍କା ଦେଇଥିଲେ । ସେହି ଟଙ୍କାରେ ପାୟଲ ଚଳିତ ମାସ ୩ ତାରିଖରେ ଏହି ଭାଗ୍ୟ ପରିବର୍ତ୍ତନକାରୀ ଟିକେଟ କିଣିଥିଲେ । ସେ କିଣିଥିବା ଟିକେଟର ସଂଖ୍ୟା ଥିଲା ୩୩୩୭ ।
ପାୟଲ କହିଛନ୍ତି ମୋ ସ୍ବାମୀ ହାର୍ନେକ ସିଂହ ବିବାହ ବାର୍ଷିକୀ ପାଇଁ ମୋତେ ହଜାରେ ଧିରାମ ଉପହାର ଦେଇଥିଲେ । ଆଉ ସେହି ଟଙ୍କାରେ ଏକ ଡିଡିଏଫ(ଦୁବାଇ ଡ୍ୟୁଟି ଫ୍ରି) ଟିକେଟ ଅନଲାଇନ କିଣିବା କଥା ଚିନ୍ତା କଲି । ଅଧିକାଂଶ ୩ ସଂଖ୍ୟା ବିଶିଷ୍ଟ ଟିକେଟ କିଣିଲି । ଗତ ୧୨ ବର୍ଷ ହେବ ପାୟଲ ଦୁବାଇ ଡ୍ୟୁଟି ଫ୍ରି ଟିକେଟ କିଣି ଆସୁଛନ୍ତି ।
ପ୍ରଥମେ ସେ ଭ୍ରମଣ ସମୟରେ ଟିକେଟ ଏବେ କିନ୍ତୁ ସେ ପ୍ରଥମ ଥର ଅନଲାଇନ ଟିକେଟ କିଣିବାକୁ ଇଚ୍ଛା କଲେ ଆଉ ଟିକେଟ ତାଙ୍କୁ କୋଟିପତି କରିଥିବା କହିଛନ୍ତି ପାୟଲ । ଜିତିଥିବା ଅର୍ଥକୁ ସେ ପିଲାଙ୍କ ପାଠପଢା ଖର୍ଚ୍ଚ,ଭାଇକୁ ସାହାଯ୍ୟ ସହ ପଞ୍ଜାବରେ ଦାତବ୍ୟ କାମରେ ଅର୍ଥ ଖର୍ଚ୍ଚ କରିବେ ବୋଲି କହିଛନ୍ତି । ମିଲେନିୟମ ମିଲେନିୟର ପ୍ରମୋସନ ଜିତିଥିବା ୨୨୯ ତମ ଭାରତୀୟ ହେଉଛନ୍ତି ପାୟଲ ।