୧୨ ବର୍ଷରେ ୩ ଗୁଣା ବଡ଼ ମହାକୁମ୍ଭ ମେଳା, ଆସିବେ ୪୦ କୋଟି ଶ୍ରଦ୍ଧାଳୁ
ନୂଆଦିଲ୍ଲୀ: ମହାକୁମ୍ଭ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି। ମହାକୁମ୍ଭ ପାଇଁ ଏଥର ସରକାର ୫ ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି। ପୂର୍ବ କୁମ୍ଭ ତୁଳନାରେ ଏଥର ୩ ଗୁଣ ଅଧିକ ଭକ୍ତ ଆସିବେ। ୨୦୧୩ରେ ୧୨ କୋଟି ଶ୍ରଦ୍ଧାଳୁ ଆସିଥିବା ବେଳେ ଏଥର ୪୦ କୋଟି ଆସିବେ ବୋଲି ଆକଳନ କରାଯାଇଛି। ପ୍ରଥମ ଥର ପାଇଁ ୨୦୦ ଚାର୍ଟର୍ଡ ବିମାନ ଅବତରଣ କରିବ। ଏହାକୁ ଦୃଷ୍ଟିରେ ରଖି ମେଳାର ଆକାର ମଧ୍ୟ ବୃଦ୍ଧି କରାଯାଇଛି। […]

ନୂଆଦିଲ୍ଲୀ: ମହାକୁମ୍ଭ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି। ମହାକୁମ୍ଭ ପାଇଁ ଏଥର ସରକାର ୫ ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି। ପୂର୍ବ କୁମ୍ଭ ତୁଳନାରେ ଏଥର ୩ ଗୁଣ ଅଧିକ ଭକ୍ତ ଆସିବେ। ୨୦୧୩ରେ ୧୨ କୋଟି ଶ୍ରଦ୍ଧାଳୁ ଆସିଥିବା ବେଳେ ଏଥର ୪୦ କୋଟି ଆସିବେ ବୋଲି ଆକଳନ କରାଯାଇଛି। ପ୍ରଥମ ଥର ପାଇଁ ୨୦୦ ଚାର୍ଟର୍ଡ ବିମାନ ଅବତରଣ କରିବ। ଏହାକୁ ଦୃଷ୍ଟିରେ ରଖି ମେଳାର ଆକାର ମଧ୍ୟ ବୃଦ୍ଧି କରାଯାଇଛି। ୪୦ ବର୍ଗ କିଲୋମିଟରକୁ ସଜାଯାଉଛି। କୁମ୍ଭ ନଗରର ସୁରକ୍ଷାକୁ ଏକ ଦୁର୍ଗ ଭଳି ସୁଦୃଢ଼ କରାଯାଇଛି। କୁମ୍ଭ ନଗରର ମାଷ୍ଟର ପ୍ଲାନ୍ କାମ ଦ୍ରୁତ ଗତିରେ ଚାଲିଛି। କୁମ୍ଭମେଳା ଆରମ୍ଭ ହେବାର ୨୦ ଦିନ ପୂର୍ବରୁ ଭିଡ଼ ଯୋଗୁଁ ଦେଢ଼ କିଲୋମିଟର ଆଗୁଆ ବ୍ୟାରିକେଡ୍ ଲଗାଇ ଯାନବାହନକୁ ଅଟକାଯାଉଛି।
ଶେଷ ଥର ପାଇଁ ୨୦୧୩ରେ କୁମ୍ଭମେଳା ଅନୁଷ୍ଠିତ ହୋଇଥିଲା। ଏବର ମହାକୁମ୍ଭ ମେଳାକୁ ଭବ୍ୟ, ଦିବ୍ୟ ଓ ନବ୍ୟ କରିବା ପାଇଁ ସବୁ ପ୍ରକାର ବନ୍ଦୋବସ୍ତ କରାଯାଇଛି। ପ୍ରୟାଗରାଜ ମହାକୁମ୍ଭ-୨୦୨୫କୁ ଟାର୍ଗେଟ କରିବାକୁ କିଛି ଆତଙ୍କବାଦୀ ସଂଗଠନ ଷଡ଼ଯନ୍ତ୍ର କରିଛନ୍ତି। ଗୁଇନ୍ଦା ବ୍ୟୁରୋ (ଆଇବି) ଓ ସ୍ଥାନୀୟ ଗୁଇନ୍ଦା ୟୁନିଟ୍ (ଏଲ୍ଆଇୟୁ) ୟୁପି ଗୃହ ବିଭାଗକୁ ଏକ ଗୋପନୀୟ ରିପୋର୍ଟ ପଠାଇଛନ୍ତି। ଗତ ସପ୍ତାହରେ ପଠାଯାଇଥିବା ଏହି ରିପୋର୍ଟରେ ଦାବି କରାଯାଇଥିଲା ଯେ ଖଲିସ୍ତାନୀ ଓ ପାକିସ୍ତାନୀ ଆତଙ୍କବାଦୀମାନେ ପ୍ରକ୍ସି ମାଧ୍ୟମରେ ମହାକୁମ୍ଭକୁ ଟାର୍ଗେଟ କରିପାରନ୍ତି। ସେମାନେ ନିଜ ସ୍ଲିପର ସେଲ୍କୁ ସକ୍ରିୟ କରିବାର କାମ ମଧ୍ୟ ଆରମ୍ଭ କରିଛନ୍ତି। ଏଥିପାଇଁ ସୁରକ୍ଷା କଡ଼ାକଡ଼ି କରାଯାଇଛି।